ବନ୍ଧୁଗଣ, ସାଧାରଣତ ପୁଅ ହୁଅନ୍ତୁ ଅଥବା ଝିଅ ସମସ୍ତଙ୍କର ପ୍ରାଏ ସୁନ୍ଦର କେଶ ପସନ୍ଦ ହୋଇଥାଏ । କେଶ ସୁନ୍ଦର ଏବଂ ମଜବୁତ ଥିଲେ ମନ ଆନନ୍ଦ ରହିଥାଏ । ଆପଣଙ୍କ ଚେହେରାରେ ଏକ ଚିରସ୍ଥାୟୀ ହସ ଦେଖିବାକୁ ମିଳିଥାଏ । ମାତ୍ର ଯଦି ଆପଣଙ୍କ କେଶ ସଂପୂର୍ଣ୍ଣ ଭାବରେ କମଜୋର ରହିଥିବ ତେବେ ତାହା ଆପଣଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଥାଏ ।
କେଶ ସମସ୍ୟା ରେ ବର୍ତ୍ତମାନ ସମସ୍ତେ ଚିନ୍ତିତ ଅଛନ୍ତି । କେଶ ର ଝଡିବା ଏତେ ମାତ୍ରାରେ ବଢିଗଲାଣି ଯେ ଲୋକେ ଗଞ୍ଜାପଣ ର ଶିକାର ହେବାକୁ ଲାଗିଛନ୍ତି । ଏଥି ନିମନ୍ତେ ପ୍ରଦୂଷଣ ତଥା ଦୂଷିତ ବାୟୁ ସହିତ ଆମ୍ଭର ଖରାପ ଜୀବନଶୈଳୀ ତଥା ଅନୁଚିତ ଖାଦ୍ୟପଦାର୍ଥ ମଧ୍ୟ ଦାୟୀ ଅଟେ ।
ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଏଭଳି ଏକ ଉପାୟ ନେଇ ଆସିଛୁ ଯେ ଆପଣ ଏହାକୁ ବ୍ୟବହାର କରି ଆପଣ ନିଜେ ଜାଣି ପାରିବେ ଯେ ଏହା ଆପଣଙ୍କ ନିମନ୍ତେ ବହୁତ ଲାଭଦାୟକ ଅଟେ । ଏହାକୁ ବନାଇବା ନିମନ୍ତେ ଆମ୍ଭେ ମେଥିଦାନା ର ପ୍ରୟୋଗ କରିବା । ଏହା ସାଧାରଣତ ଆପଣଙ୍କ ରୋଷେଇ ଘରେ ଅତି ସହଜରେ ମିଳିଥାଏ । ମେଥିଦାନା କୁ ଅନେକ ପ୍ରକାରର ରୋଗ ନିମନ୍ତେ ମଧ୍ୟ ଔଷଧ ରୂପରେ ବ୍ୟବହାର କରାଯାଇଥାଏ ।
ସର୍ବପ୍ରଥମେ ଆପଣ ଏକ ପାତ୍ରରେ ୩ ରୁ ୪ ଚାମଚ ମେଥିଦାନା ନିଅନ୍ତୁ । ଏହାପରେ ୨ ରୁ ଅଢେଇ ଗିଲାସ ପାଣି ଢାଳି ତାହାକୁ ଫୁଟାଇ ଦିଅନ୍ତୁ । ଏହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଏହାପରେ ଏହାକୁ ଛଣା ମାଧ୍ୟମରେ ଛାଣି ନିଅନ୍ତୁ । ମେଥିଦାନା ଆମ୍ଭ କେଶ ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ । ମେଥିଦାନା ରେ ଭିଟାମିନ- A, K, C, ଆଇରନ, କ୍ୟାଲସିୟମ ଏବଂ ହଲିକ ଏସିଡ ଭଳି ପୋଷାକ ତତ୍ଵ ମିଳିଥାଏ ।
ଏହା ଆପଣଙ୍କ ମୁଣ୍ଡର ରୂପୀ ବଦଳାଇବା ସହିତ ଆପଣଙ୍କ କେଶ କୁ ମଜବୁତ ମଧ୍ୟ କରିଥାଏ । ଏହାପରେ ଏଥିରେ ଆପଣ ଏକ ଚାମଚ ଗ୍ଲିସେରିନ ମିଶାଇ ଦିଅନ୍ତୁ । ଏହି ଗ୍ଲିସେରିନ ଆପଣଙ୍କ କେଶ କୁ ସାଇନ ବନାଇବା ସହିତ ଅତ୍ୟଧିକ ସୁନ୍ଦର ମଧ୍ୟ ବନାଇ ଦେବ । ଏହାକୁ ବ୍ୟବହାର କିଭଳି କରିବେ ଆସନ୍ତୁ ଜାଣିବା । ସର୍ବପ୍ରଥମେ ଆପଣ ନିଜ କେଶ କୁ ଭଲ ଭାବରେ ସାମ୍ପୋ ଦ୍ଵାରା ଧୋଇ ଦିଅନ୍ତୁ । ଏହାପରେ ଆପଣ ଏହି ମେଥିର ପାଣିରେ ନିଜ କେଶ କୁ ଧୋଇ ନିଅନ୍ତୁ । ମେଥି ପାଣି କୁ ଆପଣ ନିଜ ମୁଣ୍ଡରେ ପକାଇ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମସାଜ କରନ୍ତୁ ।
ଏହାପରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ରଖି ଆପଣ ନର୍ମାଲ ପାଣି ଦ୍ଵାରା ନିଜ କେଶ କୁ ଧୋଇ ନିଅନ୍ତୁ । ଆପଣ ଛାଣିଥିବା ମେଥିଦାନା କୁ ମଧ୍ୟ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଗଞ୍ଜାପଣ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ମେଥିଦାନା କୁ ଗ୍ରାଇଣ୍ଡର ରେ ପେଷ୍ଟ ବନାଇ ସେଥିରେ ୧ ଚାମଚ ଦହି, ୧ ଚାମଚ ଲେମ୍ବୁ ରସ ମିଶାଇ ନିଜ କେଶରେ ଲଗାନ୍ତୁ । ଏହା ଆପଣଙ୍କ କେଶ କୁ ଧଳା ହେବ ଠାରୁ ମଧ୍ୟ ରକ୍ଷା କରିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ