ଦୁଆର ମୁହଁରେ ବସୁଥିବା ମହିଳାମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu Tips

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରେ ଧନୀ ହେବା କିଏ ନ ଚାହେଁ । ସମସ୍ତେ ନିଜ ଜୀବନରେ ସବୁ ପ୍ରକାରର ଖୁସି ମଧ୍ୟ ଚାହିଁଥାନ୍ତି । କୁହାଯାଏ କି ଯିଏ କଠିନ ପରିଶ୍ରମ କରି ସେହି କେବଳ ସଫଳ ହୋଇଥାଏ ଏବଂ ଉନ୍ନତି କରିଥାଏ । ଧନ ଦୌଲତ ଆଦି ସବୁ ମିଳିଥାଏ । ଏହା ସତ୍ୟ କିନ୍ତୁ ଏହା ଅଧା ସତ ସଫଳ ହେବା ପାଇଁ କଠିନ ପରିଶ୍ରମ ସହ ଆଉ ଏକ ଜିନିଷ ର ମଧ୍ୟ ଆବଶ୍ୟକତା ଥାଏ ସେ ହେଉଛି ଭାଗ୍ୟ ।

କଠିନ ପରିଶ୍ରମ ସହ ଭାଗ୍ୟ ର ସାଥ ଥିଲେ ମନୁଷ୍ୟ କୁ ସଫଳ ହେବାରୁ କେହି ଅଟକାଇ ପାରିବେ ନାହିଁ । ଏହା ଶତ ପ୍ରତିଶତ ସତ୍ୟ କାରଣ ଜଣେ ମଜଦୂର ଯିଏ ସାମାନ୍ୟ ବ୍ୟକ୍ତି ଠାରୁ ଦୁଇ ଗୁଣ ଅଧିକ ପରିଶ୍ରମ କରେ କିନ୍ତୁ ତାକୁ ସଫଳ ମିଳି ନଥାଏ । ସେଥିପାଇଁ ପରିଶ୍ରମ ସହିତ ନିଜର ଭାଗ୍ୟ ର ମଧ୍ୟ ଆବଶ୍ୟକତା ରହିଥାଏ ।

ଏହା ଛଡା ବାସ୍ତୁ ର ମଧ୍ୟ ଆମ ଜୀଵନ ରେ ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଆମେ ଯେଉଁ ସ୍ଥାନରେ ରହୁଥାଉ ତାର ବାସ୍ତୁ ଦ୍ୱାରା ମଧ୍ୟ ଆମ ଭବିଷ୍ୟତ ଯୋଡି ହୋଇ ରହିଥାଏ ଏବଂ ଆମେ ନିଜ ଜୀବନରେ କିଛି ଏଭଳି ଛୋଟ ଭୁଲ କରିଦେଇ ଥାଉ ଯାହା ର ଫଳ ବହୁତ ଗମ୍ଭୀର ହୋଇଥାଏ । ତେବେ ଆଜି ଆମେ ଆପଣଙ୍କ ର ସେହି ଭୁଲ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ଭୁଲ ଗୁଡିକ କଣ ଏବଂ ଆମେ ନିଜର ଭାଗ୍ୟ କୁ କିଭଳି ଭାବେ ବଦଳାଇ ପାରିବା ।

୧- ପ୍ରଥମ କଥା ଘରେ ଅଧିକାଂଶ ଲୋକ ଈଶ୍ୱରଙ୍କ ଆରାଧନା କରିଥାନ୍ତି ଏବଂ ନିୟମିତ ଭାବେ ପୁଜାପାଠ ମଧ୍ୟ କରିଥାନ୍ତି । କିନ୍ତୁ ଏଠାରେ ହେଉଥିବା କିଛି ଭୁଲ କୁ ସେ ଅଣଦେଖା କରି ଦେଇଥାନ୍ତି । ଯାହା ଦ୍ୱାରା ସେହି ଆରାଧନା ର କୌଣସି ମୁଲ୍ୟ ରୁହେ ନାହିଁ । ପୂଜାର୍ଚ୍ଚନା କରିବା ସମୟରେ ତନ ଏବଂ ମନ ଶୁଦ୍ଧ ରହିବା ଆବଶ୍ୟକ । କେବେବି ମାଂସ, ମଦ,ପାନ ଏବଂ ଗୁଟକା ଖାଇ ପୂଜାର୍ଚ୍ଚନା କରା ଯାଇ ନାହିଁ । ଯଦି ଏଭଳି କରନ୍ତି ତେବେ ଈଶ୍ୱର କ୍ରୋଧିତ ହୋଇ ଯାଆନ୍ତି । ଏହା ପାପ ସହ ମଧ୍ୟ ସମାନ । ସେହି ଭଳି କୌଣସି ଧର୍ମ ଗ୍ରନ୍ଥ କୁ ପଢିବା ସମୟରେ ମଧ୍ୟ ଶୁଦ୍ଧ ଏବଂ ପବିତ୍ରତା ରହିବା ଆବଶ୍ୟକ ।

୨- ଦ୍ୱିତୀୟ କଥା ହେଉଛି ରାତି ସମୟରେ ନଖ କାଟିବା ଦୁଃଖ ଏବଂ ଦରିଦ୍ରତା ର କାରଣ ହୋଇ ଥାଏ । ନଖ କୁ କାମୁଡିବା କିମ୍ବା ଏଠି ସେଠି ଫୋପାଡ଼ି ବା ଅନୁଚିତ । ଏହି ପରି କଲେ ରାହୁ ଏବଂ କେତୁ ଆମ ପ୍ରତି ଆକର୍ଷିତ ହୋଇ ଥାଆନ୍ତି ଏବଂ ଆମ ଜୀଵନ ଉପରେ କୁପ୍ରଭାଵ ମଧ୍ୟ ପକାଇଥାନ୍ତି ।

୩- ତୃତୀୟ କଥା ଘରର ମୁଖ୍ୟ ଦ୍ୱାର ପାଖରେ ଅଳିଆ ଆବର୍ଜନା ଏକାଠି ନ ହେବାକୁ ଦିଅନ୍ତୁ । ଘରର ମୁଖ୍ୟ ଦ୍ୱାର ସର୍ଵଦା ସଫା ସୁତୁରା ରଖିବା ଉଚିତ ନଚେତ ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ପଳାୟନ କରନ୍ତି ।

୪- ଚତୁର୍ଥ କଥା ହେଉଛି ଘରେ ସର୍ଵଦା ବିନା କାରଣରେ ଝଗଡା କରିବା କିମ୍ବା ସବୁବେଳେ ଅସନା ପୋଷାକ ପିନ୍ଧିବା ଗାଳି କରିବା ଆଦି ଯୋଗୁଁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଦରିଦ୍ରତା ଏବଂ ଦୁଃଖ ର ବାତାବରଣ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *