ବନ୍ଧୁଗଣ, ମଳଦ୍ୱାର ରେ ଯେକୌଣସି ରୋଗ ହୁଏ ସମସ୍ତେ ତାହାକୁ ଅର୍ଶ ବୋଲି କହିଦିଅନ୍ତି । କିନ୍ତୁ ପ୍ରକୃତରେ ଯେଉଁ ମଳ ନିଷ୍କାସନ ହୁଏ ତାହା ଦ୍ଵାରା ଯେଉଁ ରୋଗ ଉତ୍ପନ୍ନ ହୋଇଥାଏ । ତାହାକୁ ମଳକଣ୍ଟକ, ଅର୍ଶ, ଭଗନ୍ଦର ବୋଲି କୁହାଯାଏ । ପ୍ରଥମେ ମଳଦ୍ୱାର ରେ ଗୋଟେ ଘା ଉତ୍ପନ ହୁଏ ଏବଂ ସେହି ଘା’ ଟି ଧୀରେ ଧୀରେ ବଢି ବଢ଼ି ଶେଷରେ ମଳକଣ୍ଟକ ରେ ପରିଣତ ହୁଏ । ଏଥିରେ ଲୋକମାନଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥାଏ ଓ ବେଳେବେଳେ ରକ୍ତ ପଡ଼ିଥାଏ ।
ମଳତ୍ୟାଗ ସମୟରେ ବା ପରେ ମଳଦ୍ୱାର ରୁ ଅତ୍ୟଧିକ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଇଥାଏ । ଭଗନ୍ଦର ହେଉଛି ଏକ ଅଲଗା ଜିନିଷ । ଯାହା ମଳଦ୍ୱାର ବାହାରେ ଗୋଟେ କଣା ହୋଇ ସେହି କଣାରୁ ପୂଜ, ପାଣି ଓ ର-କ୍ତ ବାହାରି ଥାଏ । ମଳକଣ୍ଟକର ପ୍ରଧାନ କାରଣ ହେଉଛି ପାଣିର ଗୁରୁତ୍ଵ, ଖାଦ୍ୟର ଗୁରୁତ୍ଵ ଏବଂ ସମୟର ଗୁରୁତ୍ଵ । ପାଣି କମ ମାତ୍ରାରେ ସେବନ କରିବା ଦ୍ଵାରା ଶୁଖିଲା ଝାଡ଼ା ହୋଇଥାଏ ।
ଏହି ଶୁଖିଲା ଝାଡ଼ା ନିଷ୍କାସିତ ହେବା ମଳକଣ୍ଟକର ପ୍ରଧାନ କାରଣ ହୋଇଥାଏ । ଅତ୍ୟଧିକ ମାତ୍ରାରେ ମାଂସ ଓ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଏହା ମଳଦ୍ୱାର କୁ ସଂକୁଚିତ କରାଇଥାଏ ଓ ଘା ମଧ୍ୟ ହୋଇଥାଏ । ଯେତେବେଳେ ମଳକଣ୍ଟକ ହୁଏ ସେହି ସମୟରେ ଧମନୀ ଶିରା ଗୁଡ଼ିକ ଫୁଲି ଉଠି ସେହିଠାରେ ଅର୍ଶ ସୃଷ୍ଟି କରନ୍ତି ।
ଆପଣ ଯେମିତି ଘଣ୍ଟା ଅନୁସାରେ କାମ କରୁଛନ୍ତି । ସେମିତି ଝାଡ଼ା ଯିବା ମଧ୍ୟ ନିୟମିତ କାର୍ଯ୍ୟ । ଆପଣଙ୍କୁ ଏହା ନିୟମିତ କରିବାକୁ ପଡ଼ିବ । ଏହି ମଳକଣ୍ଟକ ଯୋଗୁଁ ଅର୍ଶ ଓ ଭଗନ୍ଦର ହୋଇଥାଏ । କିଛି ଲୋକ ଝାଡ଼ା ଯିବା ସମୟରେ ବହୁତ କୁନ୍ଥେଇ ଥାଆନ୍ତି ଓ ଝାଡ଼ା ରେ ର-କ୍ତ ମଧ୍ୟ ପଡିଥାଏ । ଆଉ କିଛି ଲୋକଙ୍କୁ ବର୍ଷ ବର୍ଷ ଧରି ଝାଡ଼ା ଯିବା ସମୟ ରେ ବହୁତ କଷ୍ଟ ଅନୁଭବ ହୋଇଥାଏ ।
ଏହି ସବୁ ହେଉଛି ମଳକଣ୍ଟକ ର ଲକ୍ଷଣ । ମଳକଣ୍ଟକ ହେଲେ ଯେଉଁ ଘା ସୃଷ୍ଟି ହୋଇଥାଏ ସେହି ଘା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ । ଏହି କଷ୍ଟ ରୁ ମୁକ୍ତି ପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବା ଦରକାର । ବେଳେ ବେଳେ ଏହି ମଳକଣ୍ଟକ ରୁ ଅର୍ଶ ସୃଷ୍ଟି ହୋଇଥାଏ । ଏହି ମଳକଣ୍ଟକ ୧୮ ରୁ ୨୦ ବର୍ଷ ରହିଲେ ଏହା କ୍ୟାନସର ଆଡ଼କୁ ପଳାଏ ।
ଗୋଟେ ଜାଗାକୁ ଯଦି ଆମେ ବାରମ୍ବାର ଆଘାତ କରିବା ତେବେ ତାହା କ୍ୟାନସର ଆଡ଼କୁ ଗତି କରିଥାଏ । ମଳକଣ୍ଟକ ପାଇଁ ସବୁଠୁ ଭଲ ଟ୍ରିଟମେଣ୍ଟ ହେଉଛି ସର୍ଜିକଲ ଅନାଲ ଡାଇଲେଟେସନ୍ । ଲୋକମାନଙ୍କୁ ଅନାଲ ଡ଼ାଇଲେଟେସନ କହିଲେ ସେମାନେ ଗୋଟେ ଅପରେସନ ବୋଲି ଭାବିଥାନ୍ତି । କିନ୍ତୁ ଏହାକୁ ୬ ଫିଙ୍ଗର ରେ ଡ଼ାଇଲେଟ କରାଯାଇଥାଏ ଏବଂ ଅନେସେଶିଆ ଦେଇ କରାଯାଇଥାଏ ।
ଏହାଦ୍ୱାରା ମଳଦ୍ୱାର ର ବାଟ ଠିକ୍ ପୂର୍ବ ପରି ହୋଇଯିବ । ଅପରେସନ ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ । ଲୋକମାନେ ଭାବିଥାନ୍ତି ଥରେ ଅପରେସନ କଲେ ଆର ବର୍ଷ କିମ୍ବା ଦୁଇ ବର୍ଷ ପରେ ପୁଣି ବାହାରିବ କିନ୍ତୁ ଏହା ହୋଇନଥାଏ ଏହା କେବଳ ଅପରେସନ ର ଡିଫେକ୍ଟଭ କାରଣରୁ ହୋଇଥାଏ ।
ଯଥେଷ୍ଟ ପରିମାଣରେ ପାଣିର ସେବନ କରିବେ । ଶୀତଦିନେ ଦେହ ଡ଼ିହାଇଡ୍ରେସନ ହୋଇଯାଏ, ସେଥିପାଇଁ ପ୍ରଚୁର ପାଣି ପିଇବା ନିହାତି ଆବଶ୍ୟକ । ଯେମିତି ଦିନକୁ ୧.୫ ଲିଟର ପରିସ୍ରା କରିବେ । ଯେଉଁମାନଙ୍କର ଅର୍ଶ, ମଳକଣ୍ଟକ ଭଳି ରୋଗ ହେଉଛି ସେମାନେ ନିଶ୍ଚିତ ଭାବେ ପାଣି କମ ପିଉଥିବେ । ଖାଦ୍ୟରେ ଫଳ ଓ ସବୁଜ ପନିପରିବା ଖାଆନ୍ତୁ । ଏହା ଘା ହେବାରୁ ରୋକିଥାଏ । ଏବଂ ଉପବାସ ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।