ଦୀପାବଳି ଦିନ ରାତିରେ ଏହି ଜାଗାରେ, ଦୀପ ଲଗାଇବାକୁ ଜମାବି ଭୁଲନ୍ତୁ ନାହିଁ

ଦୀପାବଳି ଭାରତର ଏକ ବଡ଼ ଓ ପ୍ରକାଶମୟ ପର୍ବ ଅଟେ । ଏହି ପର୍ବରେ ପତ୍ୟକ ଘରେ ଦୀପ ଜଳାଯାଇଥାଏ । ଏହି ଦିନ ସମସ୍ତେ ବାଣ ଫୁଟାଇ ଥାଆନ୍ତି । ଏହି ଦିନରେ ପ୍ରତ୍ୟକ ଘରେ ସମସ୍ତେ ବଡ଼ବଡୁଆଙ୍କୁ ଦୀପ ଭୋଗ ଦେଇ ଡାକିଥାନ୍ତି । ଏହି ଦିନ ସାରା ଭାରତବର୍ଷ ଦୀପରେ ସଜେଇ ହୋଇ ଥାଏ ।

ଏମିତି କିଛି ଜାଗା ରହିଛି ଯେଉଁଠାରେ ଏହି ଦିନ ଦୀପ ଲଗେଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଆମେ ଆଜି ଏମିତି ପାଞ୍ଚଟି ଜାଗା ବିଷୟରେ ଜାଣିବା ଯେଉଁଠାରେ ଦୀପାବଳି ଦିନ ଦୀପ ଲଗେଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ଆପଣ ଦୀପାବଳିଦିନ ଘରେ ଦୀପଲଗାଇବା ସହିତ ଏକ ଅଶ୍ୱସ୍ଥ ଗଛ ମୂଳରେ ମଧ୍ୟ ଲଗାଇଦିଅନ୍ତୁ । କୁହାଯାଏ ଯେ, ଏହି ଗଛରେ ସବୁ ଦେବା ଦେବୀ ମାନେ ବାସ କରନ୍ତି । ଏହି ଗଛ ମୂଳରେ ଦୀପ ଲଗେଇବାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ସ୍ୱାଗତ ପାଇଁ ଘରର ମୁଖ୍ୟ ଦ୍ୱାରରେ ଦୁଇଟି ଦୀପ ଲଗାଇଦିଆନ୍ତୁ । ଏଥିରେ ମାତା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି ଓ ସେହି ଘରେ ରହିଯାନ୍ତି ।

ଦୀପାବଳୀରେ ନିଜ ଘର ସଜାଇବା ସହିତ ଘର ପାଖରେ ଥିବା ମନ୍ଦିରକୁ ମଧ୍ୟ ସଜାଇଦିଅନ୍ତୁ, ଏହା ଦ୍ୱାରା ଆପଣ ନିଜ ଘର ଆଲୋକିତ କରିବା ସହିତ ମନ୍ଦିରକୁ ମଧ୍ୟ ଆଲୋକିତ କରିଥାଆନ୍ତି । ଏହାଦ୍ବାରା ସେ ମନ୍ଦିରରେ ଥିବା ଠାକୁର ଖୁସି ହୋଇ ଆପଣଙ୍କ ଘରକୁ ସବୁବେଳେ ଆଲୋକିତ ରଖିଥାନ୍ତି ।

କୁହାଯାଇଥାଏ ଯେ, ଏହି ଦୀପାବଳି ଦିନ ଆପଣଙ୍କ ଘରର ଆଖ ପାଖରେ ଥିବା ଚଉରାରେ ଦୀପ ଜଳେଇଦିଅନ୍ତୁ ।

ଏହାଦ୍ୱାରା ଦେବୀ ମାତା ଆପଣଙ୍କର ସବୁ ମନସ୍କାମନା ପୂରଣ କରିଥାନ୍ତି । ଏହି ଦୀପାବଳୀରେ ଆପଣ ଏକ ସୁମସାମ ଜାଗାରେ ଥିବା ଶିବ ମନ୍ଦିରରେ ଦୀପ ଜଳାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ମନରେ ଥିବା ସବୁ ମନସ୍କାମନା ପୂରଣ ହୋଇଯିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *