Diabetes ରୋଗୀ କଣ ଖାଇବେ ? ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ! ଦେଖନ୍ତୁ ସଂପୂର୍ଣ୍ଣ ଖାଦ୍ଯ ତାଲିକା (Dr Anmayee Nanda)

ବନ୍ଧୁଗଣ, ଡାଏବେଟିସ ଗୋଟେ ରୋଗ ନୁହେଁ । ମଣିଷ ନିଜର ଖାଦ୍ୟଶୈଳୀ ବା ଜୀବନଶୈଳୀ କୁ ସଠିକ ଭାବରେ ନିୟନ୍ତ୍ରଣ ନ କରିବା ଦ୍ୱାରା ସେମାନଙ୍କୁ ଡାଏବେଟିସ ହୋଇଥାଏ । ଡାଏବେଟିସ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ସମଗ୍ର ବିଶ୍ଵରେ ଦେଖିବାକୁ ମିଳୁଛି । ଏହି ରୋଗରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାର ଅସମ୍ଭବ । ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ବିଭିନ୍ନ ରୋଗ ରୁ ରକ୍ଷା ମିଳିପାରିବ ।

ତେଣୁ ଡାଏବେଟିସ ରୋଗୀ ନିଜ ଖାଦ୍ୟରେ ସଂଯମତା ଆଣିବା ଦରକାର । ତେବେ ବନ୍ଧୁଗଣ ଡାଏବେଟିସ ରୋଗୀ କେଉଁ କେଉଁ ଖାଦ୍ୟ ଖାଇବେ ଆସନ୍ତୁ ଜାଣିବା । ୧- ଡାଏବେଟିସ ରୋଗୀ ସକାଳୁ ଉଠିବା ପରେ ଖାଲି ପେଟରେ ଗୋଟେ ଗିଲାସ ହାଲୁକା ଉଷୁମ ପାଣି ପିଆନ୍ତୁ । ଏବଂ ତାହାସହ ଆପଣ ମେଥି ପାଉଡର ଗୋଟେ ଚାମଚ ନେଇ ପାରିବେ । ମେଥି ପାଉଡର ଏହି ରୋଗକୁ କଣ୍ଟ୍ରୋଲ କରିଥାଏ ।

୨- ସକାଳ ବ୍ରେକଫାଷ୍ଟ ରେ ଆପଣ କମ୍ପ୍ଲେକ୍ସ କାର୍ବହାଇଡ୍ରେଟ ହେବା ଦରକାର । ଯେମିତିକି ଆପଣ ଦଲିଆ ନିଅନ୍ତୁ ବା ଓଟସ୍ ନିଅନ୍ତୁ ଏବଂ ଗହମ ର ରୋଟି ମଧ୍ୟ ନେଇପାରିବେ । ଚୋକୋଡ ଥିବା ରୋଟି ନେଲେ ବହୁତ ଭଲ ହୋଇଥାଏ କାରଣ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଆପଣ ଏହା ସହିତ ସନ୍ତୁଳା ନେଇପାରିବେ ଓ ଦହି ଏବଂ ଅଣ୍ଡାର ଧଳାଅଂଶ ମଧ୍ୟ ଖାଇ ପାରିବେ ।

୩- ଆପଣ ଲେମ୍ବୁ ଲୁଣ ପାଣି ଓ ଘୋଳ ଦହି ଏବଂ ଟମାଟୋ ସୁପ୍ ମଧ୍ୟ ପିଇ ପାରିବେ । କାରଣ ଏଥିରେ ଲୋ କ୍ୟାଲୋରୀ ଥାଏ ।

୪- ମଧ୍ୟାହ୍ନ ଭୋଜନ ରେ ଆପଣ ଭାତ, ଡାଲି, ସନ୍ତୁଳା, ସାଲାଡ଼, ଏବଂ ରୁଟି ଖାଇପାରିବେ । ମଧୁମେହ ରୋଗୀ ଭାତ କମ ମାତ୍ରାରେ ଖାଆନ୍ତୁ । ଭାତ ବଦଳରେ ରୋଟି ଖାଇବା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ପାଞ୍ଚ ପଟ ରୋଟି ଦୁଇ କପ ଭାତ ସହ ସମାନ । ଡାଏବେଟିସ ରୋଗୀ ସବୁଜ ପନିପରିବା ଅଧିକ ଖାଆନ୍ତୁ । ସବୁ ପ୍ରକାରର ଆପଣ ପରିବା ଖାଇ ପାରିବେ କିନ୍ତୁ ଆଳୁ, କନ୍ଦମୂଳ, ସାରୁ ଏସବୁ ଆପଣ କମ ମାତ୍ରାରେ ଖାଆନ୍ତୁ ।

୫- ଆମିଷ ଭିତରେ ଆପଣ ଛୋଟ ମାଛ ଖାଇ ପାରିବେ ଏବଂ ସିଝା ଅଣ୍ଡା ଓ ଚିକେନ ମଧ୍ୟ ଖାଇ ପାରିବେ କିନ୍ତୁ ମଟନ ର ସେବନ ନ କରିବା ଭଲ । ମଟନ, କଙ୍କଡା, ଚିଙ୍ଗୁଡ଼ି ଏସବୁ ଆପଣ ଦୁଇ ମାସରେ ଥରେ ଖାଇଲେ ଆପଣଙ୍କ ପାଇଁ ଭଲ ହୋଇଥାଏ ।

୬- ସନ୍ଧ୍ୟାବେଳେ ଆପଣ ଫଳ ଖାଇ ପାରିବେ ଯେମିତିକି ସେଓ, ପିଜୁଳି । ଦୈନିକ ଆପଣ ୧୦୦ ଗ୍ରାମ ର ଫଳ ସେବନ କରିପାରିବେ ଏବଂ ଗ୍ରୀନ ଟି ମଧ୍ୟ ପିଇ ପାରିବେ । ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ବହୁତ୍ ଭଲ ହୋଇଥାଏ । ଚା କିମ୍ବା କଫି ପିଇବାର ଅଭ୍ୟାସ ଥିଲେ ଆପଣ ବିନା ଚିନି ରେ ଏହାକୁ ପିଇପାରିବେ ।

୭- ରାତି ଖାଇବାରେ ଆପଣ କାର୍ବ ହାଇଡ୍ରାଇଟ ଖାଦ୍ୟ କୁ ଯେତେ କମେଇବେ ଓ ପ୍ରୋଟିନ ଖାଦ୍ୟକୁ ବଢ଼େଇବେ । ରାତିରେ ସନ୍ତୁଳା, ଡାଲମା କିମ୍ବା ଦୁଇଟି ଅଣ୍ଡାର ଧଳା ଅଂଶ ନେଇପାରିବେ ଏବଂ ଆପଣ ୫୦ ଗ୍ରାମ ଛେନା ମଧ୍ୟ ଖାଇପାରିବେ । ରାତିରେ ଶୋଇବାକୁ ଗଲା ବେଳେ ଆପଣ ଗୋଟେ ଗିଲାସ କ୍ଷୀର ରେ ହଳଦୀ ପକାଇ ଏହାର ସେବନ କରନ୍ତୁ । କାରଣ ଏହା ଇମ୍ମୁନିଟୀ ଶକ୍ତି କୁ ବଢାଇ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *