ବନ୍ଧୁଗଣ, ଡାଇବେଟିସ ଏକ ଏଭଳି ରୋଗ ଯାହା ବିଭିନ୍ନ ପ୍ରକାରର ରୋଗକୁ ଜନ୍ମ ଦେଇଥାଏ । ଏଣୁ ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିବା ନିହାତି ଆବଶ୍ୟକ ହୋଇଥାଏ । ଡାଇବେଟିସ ରୋଗ କୁ ସଂପୂର୍ଣ୍ଣ ଭାବରେ ଭଲ କରିବା ଅସମ୍ଭବ ଅଟେ । କିନ୍ତୁ ଜୀବନ ପ୍ରଣାଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରି ଡାଇବେଟିକ୍ସକୁ ସହଜରେ ନିୟନ୍ତ୍ରଣରେ ରଖାଯାଇପାରିବ । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଖାଦ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଡାଇବେଟିସ ରୋଗୀ ମାନଙ୍କ ନିମନ୍ତେ ବି-ଷ ସାଦୃଶ୍ୟ ହୋଇଥାଏ ।
୧- ଆଳୁ- ଡାଇବେଟିସ ହୋଇଥିଲେ ଆଳୁ ଖାଇବା ଉଚିତ ନୁହେଁ । କାରଣ ଆଳୁରେ କାର୍ବୋ ହାଇଡ୍ରେଟ ଅଥବା ଶ୍ଵେତସାର ର ମାତ୍ରା ଅଧିକ ରହିଥାଏ । ଏହା ହଜମ ହୋଇ ରକ୍ତରେ ଗ୍ଳୁକୋଜ ର ମାତ୍ରା କୁ ବଢାଇ ଦେଇଥାଏ । ଏହା ସହିତ ଆଳୁ ରେ ତିଆରି ଜିନିଷ ରେ କାର୍ବୋ ହାଇଡ୍ରେଟ ର ମାତ୍ରା ଆହୁରି ଅତ୍ୟଧିକ ରହିଥାଏ । ଏଣୁ ଏହା ହୃତରୋଗ ଅଥବା କ୍ୟାନ୍ସର ର କାରଣ ମଧ୍ୟ ହୋଇଥାଏ ।
୨- ମଇଦା ରୁ ତିଆରି ଖାଦ୍ୟ- ମଇଦା ରୁ ପ୍ରସ୍ତୁତ ହେଉଥିବା ସମସ୍ତ ଖାଦ୍ୟ ଯଥା ବିସ୍କୁଟ, ପାଊଁରୁଟି, ଟୋଷ୍ଟ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ । ମଇଦା ରେ ରିଫାଇନ କାର୍ବୋ ହାଇଡ୍ରେଟ ର ମାତ୍ରା ଅଧିକ ହୋଇଥାଏ । ଏହା ଶୀଘ୍ର ଡାଇଜେଷ୍ଟ ହୋଇ ସୁଗାର ରେ ପରିଣତ ହୋଇଥାଏ । ମଇଦା କୁ ରିଫାଇନ କରିବା ପ୍ରକ୍ରିୟା ରେ ଏଥିରେ ଫାଇଭର ର ପରିମାଣ ବହୁତ କମିଯାଇଥାଏ । ରକ୍ତରେ ଥିବା ଗ୍ଳୁକୋଜ କୋଷ ମଧ୍ୟକୁ ଯାଇ ନପାରି ରକ୍ତରେ ଥିବା ଗ୍ଳୁକୋଜ ପରିମାଣ ବଢାଇ ଦେଇଥାଏ । ଯଦି ଆପଣ ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ଧଳା ପାଉରୁଟି ବଦଳରେ ବ୍ରାଉନ ପାଊଁରୁଟି ଖାଇବା ଆବଶ୍ୟକ ହୋଇଥାଏ ।
୩- ଟ୍ରାନ୍ସପେଟ ଯୁକ୍ତ ଖାଦ୍ୟ- ଏହିଭଳି ଖାଦ୍ୟ ଡାଇବେଟିକ୍ସ ରୋଗୀ ନିମନ୍ତେ ବିଷ ସାଦୃଶ୍ୟ ହୋଇଥାଏ । ବଜାରରେ ବିକ୍ରି ହେଉଥିବା ସମସ୍ତ ପ୍ରକାରର ତେଲ ଭାଜି ଜିନିଷରେ ଟ୍ରାନ୍ସଫେଡର ମାତ୍ରା ଅଧିକ ରହିଥାଏ । ଏହା ପ୍ରତ୍ୟକ୍ଷ ଭାବରେ ସୁଗାର ଲେବଲ କୁ ବଢାଇ ନଥାଏ । ଏହା ରକ୍ତ ରେ ଭଲ କୋଲେଷ୍ଟ୍ରୋଲ ର ମାତ୍ରା କମାଇବା ସହିତ ରକ୍ତରେ ଇନସୁଲିନ କୁ ଅକାମି କରିଦେଇଥାଏ । ଏହା ଫଳରେ ଡାଇବେଟିକ୍ସ ଲେବଲ ବଢିବାକୁ ଲାଗିଥାଏ ।
୪- ପ୍ୟାକେଟରେ ଥିବା ସ୍ନାକ୍ସ- ସାଧାରଣତ ଏହିଭଳି ସ୍ନାକ୍ସ ଯେପରି ବାଦାମ ପକୋଡା, ଚୂଡା ମିକଶ୍ଚର, ବିଭିନ୍ନ ପ୍ରକାରର ଚିପ୍ସ ରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ରହିଥାଏ । ଫ୍ୟାକେଟ ରେ ବିକ୍ରି ହେଉଥିବା ଖାଦ୍ୟ ସାଧାରଣ ମଇଦା ରୁ ପ୍ରସ୍ତୁତ ହୋଇଥାଏ । ଯଦି ଏହାକୁ ଅଧିକ ଗରମ ତେଲ ରେ ଫ୍ରାଏ କରାଯାଇଥାଏ ତେବେ ସେଥିରେ ଟ୍ରାନ୍ସଫେଡ ର ମାତ୍ରା ବଢିଯାଇଥାଏ । ଏହା ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ । ଏହି ୪ ଟି ଖାଦ୍ୟ ଡାଇବେଟିକ୍ସ ରୋଗୀ ଙ୍କୁ ଖାଇବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।