Dhanu Rashi, Rasifala 2022– ନୂଆ ବର୍ଷ 2022 ଆପଣଙ୍କ ଜୀବନରେ ନେଇ କରି ଆସୁଛି ଏହି ସବୁ ଖୁସି ଖବର, ବଦଳିଯିବ ଆପଣଙ୍କ ପୁରା ଭାଗ୍ୟ !

ବନ୍ଧୁଗଣ, ୨୦୨୨ ନବବର୍ଷ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ । ଆପଣଙ୍କ ସବୁ ଆଶା ଆକାଂକ୍ଷା ସଫଳ ହେଉ । ଆପଣ ନିରୋଗ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ । ଏବଂ ପ୍ରତେକ କ୍ଷେତ୍ରରେ ବିଜୟ ହୁଅନ୍ତୁ । ଆସନ୍ତା ୨୦୨୨  ଇଂରାଜୀ ବର୍ଷ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ ? ଶିକ୍ଷା କ୍ଷେତ୍ର, କର୍ମ କ୍ଷେତ୍ର ଓ ପାରିବାରିକ ଜୀବନ, ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନ ଆପଣଙ୍କର କିପରି ବିତିବ ? ଆସନ୍ତୁ ସେହି ବିଷୟରେ ବିସ୍ତାର ଭାବରେ ଜାଣିବା ।

ଧନୁ ରାଶିର ବ୍ୟକ୍ତିମାନଙ୍କର ଦୂରଦୃଷ୍ଟି ଭଲ ହୋଇଥାଏ । ଏହି ରାଶିର ଲୋକମାନେ ତର୍କ ବିତର୍କ ରେ ଲୋକମାନଙ୍କୁ ପରାଜିତ କରିଥାନ୍ତି । ଆପଣ ଅତୀତ ରେ କେମିତି ଚଳୁଥିଲେ ଏବଂ ବର୍ତ୍ତମାନ କେମିତି ଚଳୁଛନ୍ତି ଓ ଭବିଷ୍ୟତ ରେ କେମିତି ଅତିବାହିତ କରିବେ ? ସେହି ସବୁ ବିଷୟରେ ଚିନ୍ତା କରି କାମ କରିଥାନ୍ତି । ଆପଣ ପରୋପକାରୀ ହୋଇଥାନ୍ତି । ବିଗତ ବର୍ଷ ଆପଣ ବହୁତ ଅସୁବିଧାରେ ଅଛନ୍ତି ।

ଆର୍ଥିକ ସମସ୍ୟା, ଅଯଥା ବାଦ ବିବାଦ ଏବଂ ନିଜ ଲୋକ ଆପଣଙ୍କ ଠୁ ଦୂରେଇ ଯିବା ଏହିଭଳି ସମସ୍ୟା ଦେଖାଦେଇଛି । ଆପଣଙ୍କର ଗୋଟେ ଖରାପ ଗୁଣ ଆପଣ କାହାରି କଥା ଶୁଣନ୍ତି ନାହିଁ । ନିଜକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆପଣ ପୁରା କଥା ନ ଶୁଣି ଅଧାରୁ ଉତ୍ତର ଦେଇଥାନ୍ତି ଏବଂ ହଠାତ ନିଷ୍ପତି ନେଇଯାଇଥାନ୍ତି । ଆପଣ ହୃଦୟରୁ ଅତ୍ୟନ୍ତ ନରମ ସ୍ୱଭାବର । ବିଶେଷ କରି ଆପଣ ଘର ଲୋକଙ୍କ କଥା କମ ଶୁଣନ୍ତି ।

ଆପଣ ନିଜ ଜୀବନସାଥି ଙ୍କୁ ଅଧିକ ବିଶ୍ୱାସ କରିଥାନ୍ତି । ବିଦ୍ୟାର୍ଥୀ ମାନେ ଦୂର ଜାଗା କୁ ଯାତ୍ରା କରି ପାରନ୍ତି । ବିଦେଶରେ ପାଠ ପଢିବା ପାଇଁ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି । ପ୍ରତିଯୋଗିତା ପରୀକ୍ଷା ରେ କୃତକାର୍ଯ୍ୟ ମଧ୍ୟ ହୋଇପାରନ୍ତି । ଯେଉଁମାନେ ମେଡିକାଲ ଫିଲ୍ଡ ରେ ଅଛନ୍ତି ଏବଂ ଟିଚିଙ୍ଗ ଲାଇନ ରେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ସମୟ ବହୁତ ଭଲ ରହିବ । ଶ୍ଵାସ୍ଥ୍ୟ ହେତୁକ କିଛି ସମସ୍ୟା ଦେଖାଯାଇପାରେ । ବିଶେଷ କରି ଜୁଲାଇ ରୁ ନଭେମ୍ବର ଭିତରେ ହେଲ୍ଥ ପ୍ରୋବେଲମ ଟିକେ ଦେଖା ଦେଇପାରେ ।

ଥଣ୍ଡା, କଫ, ବାତ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏଗୁଡିକ ଦେଖା ଦେଇପାରେ । ଆପଣ ପ୍ରତିଦିନ ଯୋଗ ପ୍ରାଣାୟମ ଓ ବ୍ୟାୟାମ ଆଦି କରନ୍ତୁ । ଏବଂ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧର ସେବନ କରନ୍ତୁ । ଦେଖିବେ ବର୍ଷ ୨୦୨୨ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ବୃହସ୍ପତି ଆପଣଙ୍କ ଘରେ ଭଲ ସ୍ଥିତିରେ ରହିଛନ୍ତି । ତେଣୁ ଆର୍ଥିକ ସ୍ଥିତି ଆପଣଙ୍କ ଘରେ ଭଲ ରହିବ । ଆର୍ଥିକ ସମସ୍ୟା ଆପଣଙ୍କର ଆଉ ହେବନାହିଁ । ଧନ ଆପଣଙ୍କ ପାଖରେ ସ୍ଥାୟୀ ହୋଇ ରହିବ ।

ବ୍ୟବସାୟ କରିବାକୁ ଚାହୁଁଥିଲେ ଭାବି ଚିନ୍ତି ଇନଭେଷ୍ଟ କରନ୍ତୁ । ଯଦି ଭୂମି କିମ୍ବା ଗୃହ ପାଇଁ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ୨୦୨୨ ମସିହାରେ ଶୁଭ ଫଳ ପ୍ରାପ୍ତି ପାଇଁ ଆପଣ ନିଜ କର୍ତ୍ତବ୍ୟ ସଠିକ ଭାବେ ପାଳନ କରନ୍ତୁ । ଗୁରୁଜନ ମାନଙ୍କୁ ମାନ ସମ୍ମାନ ଦିଅନ୍ତୁ । ତରବର ଭାବେ ଡିସିସନ ନିଅନ୍ତୁ ନାହିଁ । ଦେଖିବେ ଆପଣଙ୍କ ପାଇଁ ନୂତନ ବର୍ଷ ନିଶ୍ଚିତ ଭାବେ ଶୁଭଫଳ ପ୍ରଦାନ କରିବ ।

ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *