ଧନତେରସରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ନେଇ ଆସନ୍ତୁ ଏହି ବିଶେଷ ଜିନିଷ ! ଘରେ ଧନର ବର୍ଷା ହେବ… Dhanteras

ଚଳିତ ବର୍ଷ ନଭେମ୍ବର 10 ତାରିଖରେ ଧନତେରସ ପର୍ବ ପଡିବା ପାଇଁ ଯାଉଛି । ଯାହାକି ବହୁତ ହିଁ ଶୁଭ ଦିନ ଅଟେ । କାରଣ ଏହି ଦିନକୁ ଧନତ୍ଵରୀ ଦେବତାଙ୍କର ଦିନ ବୋଲି କୁହାଯାଇଥାଏ । ଏହି ଦିନରେ ଯଦି ଶାସ୍ତ୍ର ଅନୁଯାଇ କିଛି ବିଶେଷ ଦିନ ଘରକୁ ଆପଣ ଆଣନ୍ତି । ତେବେ ଆପଣଙ୍କ ଉପରେ ବର୍ଷ ସାରା ମା’ ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ପଡିବା ପାଇଁ ଯାଉଛି । ଆପଣ ଯଦି ଧନତେରସ ଦିନ ଆଣିଥିବା ଜିନିଷ ଗୁଡିକ ଦୀପାବଳୀ ଦିନ ମା’ ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରି ତାହାର ବ୍ୟବହାର କରନ୍ତି ।

ତେବେ ତାହା ଅତ୍ୟନ୍ତ ଶୁଭ ଫଳ ପ୍ରଦାୟକ ହୋଇଥାଏ । ତେବେ ଚାଲନ୍ତୁ ଧନତେରସ ଦିନ ଘରକୁ କେଉଁ କେଉଁ ଜିନିଷ ଆଣିବାକୁ ବହୁତ ଶୁଭ କୁହାଯାଇଥାଏ । ସେହି ବିଷୟରେ ଆଲୋଚନା କରି ଜାଣିବା । ତେବେ ପ୍ରତ୍ଯେକ ବ୍ୟକ୍ତି ନିଜ ନିଜ ଶକ୍ଷ ଅନୁଯାଇ ଧନତେରସ ଦିନ କିଛି ନା କିଛି କିଣାକିଣି ଘର ପାଇଁ ନିହାତି ଭାବେ କରିଥାନ୍ତି । ସୁନା, ରୂପା, ପିତ୍ତଳ ଆଦି ଅନେକ ଜିନିଷର ଏହି ଦିନ କିଣିବାକୁ ଅତ୍ୟନ୍ତ ଶୁଭ ମଧ୍ୟ କୁହାଯାଇଥାଏ ।

ତେବେ କଥାରେ ଅଛି, ଧନତେରସ ଦିନ ଯଦି କିଛି ନୂଆଜିନିଷ ଘରକୁ କିଣି କରି ଆଣିଥାନ୍ତି । ତେବେ ଆପଣଙ୍କ ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି କୁହାଯାଇଥାଏ । ତେବେ ପରମ୍ପରା ଅନୁଯାଇ ଧନତେରସ ଦିନ ସୁନା କିଣିବାକୁ ବହୁତ ଶ୍ରେଷ୍ଟ ଦିନ ବୋଲି କୁହାଯାଇଥାଏ । ହେଲେ ସୁନା ଅଧିକ ମହଙ୍ଗା କାରଣରୁ ସମସ୍ତଙ୍କ ପକ୍ଷେ ସୁନା କିଣିବା ଏତେ ସହଜ ସାଧ୍ୟ ହୋଇନଥାଏ ।

1- ଚାନ୍ଦି କଇଞ୍ଛ- ଯଦି ଆପଣ ମାନେ ଧନତେରସ ଦିନ ଚାନ୍ଦିର ଏକ କଇଞ୍ଛ ମୁଦି ବନାଇ ତାହାକୁ ନିଜ ଅନାମିକା ଆଙ୍ଗୁଳିରେ ପରିଧାନ କରନ୍ତି । ତେବେ ଏହା ଆପଣ ତଥା ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ । ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟି ମଧ୍ୟ ପଡିଥାଏ ।

2- ଦିତୀୟରେ ଆପଣ ନିଜ ଘର ପାଇଁ ଧନତେରସ ଦିନ ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ଫୋଟ କିଣି ନିଅନ୍ତୁ । ଏଥିସହ ଦୀପାବଳୀ ଦିନ ନିଜ ଠାକୁର ଘରେ ରଖି ଏହାର ନିଷ୍ଠାର ସହ ପୂଜା ଅର୍ଚନା କରନ୍ତୁ । ଏହା ଆପଣଙ୍କ ଘର ପାଇଁ ବହୁତ ମଙ୍ଗଳମୟ ଅଟେ । 3-ତୃତୀୟ ଆପଣ ନିଜ ଘରକୁ ଏହି ମୟୂରର ପଙ୍ଖ ନେଇ ଆସନ୍ତୁ । ଏହା ମଧ୍ୟ ଘର ପାଇଁ ଶୁଭ ଅଟେ ।

4- ଧନତେରସ ଦିନ ଘରକୁ ଶଙ୍ଖ ଆଣିବାକୁ ବହୁତ ଅଧିକ ଶୁଭର ଦିନ ବୋଲି ମନା ଯାଇଥାଏ । 5-ଧନତେରସ ଦିନ ମା’ ଲକ୍ଷ୍ମୀଙ୍କର ଚରଣ ପାଦୁକା ଘରକୁ ନେଇ ଆସନ୍ତୁ । ଏହା ବ୍ଯତୀତ ଝାଡୁ, ଗୋମତୀ ଚକ୍ର, ଖଣ୍ଡ ହଳଦୀ, କଉଡି ଆଦି ଘରକୁ ଆଣିବାକୁ ବହୁତ ଶୁଭ ମନା ଯାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *