ବନ୍ଧୁଗଣ, ସାଧାରଣତଃ କେଶ ଧଳା ହେବା ଏକ ସାଧାରଣ ସମସ୍ୟା ହୋଇଥାଏ । ୪୦ ବର୍ଷ ବୟସରେ ଆପଣଙ୍କ କେଶ ଧୀରେ ଧୀରେ ଧଳା ହେବାକୁ ଲାଗିଥାଏ । ତେବେ ଯଦି ୪୦ ବର୍ଷ ବୟସ ପୂର୍ବରୁ ଯଦି ଆପଣଙ୍କ କେଶ ଧଳା ହେବାକୁ ଲାଗିଲାଣି ତେବେ କିଛି ଚିନ୍ତା କରିବାର ଆବଶ୍ୟକ ନାହିଁ । ଆଜି ଆମ୍ଭେ ଆପଣଙ୍କୁ ଏହିଭଳି କିଛି ଘରୋଇ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଜର ଧଳା କେଶକୁ ସଂପୂର୍ଣ୍ଣ ଭାବରେ କଳା କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ସମ୍ବନ୍ଧରେ ।
ଆପଣ ୪ ଟି ଆଳୁକୁ ନେଇ ଭଲଭାବରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ଏହାର ଚୋପାକୁ କାଢି ନିଅନ୍ତୁ । ଆଳୁ ଚୋପାରେ ଭିଟାମିନ ଏ, ଭିଟାମିନ ସି, ଏବଂ ଭିଟାମିନ ବି ମିଳିଥାଏ । ଯାହା ଆପଣଙ୍କର ସ୍କାର୍ଫରେ ଥିବା ମଇଳାକୁ ସଫା କରିବା ନିମନ୍ତେ ଏବଂ ଆପଣଙ୍କ ମୁଣ୍ଡରେ ଜମାହୋଇଥିବା ରୂପୀ କୁ କାଢିବା ନିମନ୍ତେ ବହୁତ ଅଧିକ ଲାଭଦାୟକ ହୋଇଥାଏ ।
ଏଥିରେ ଆଳୁଚୋପାର ପ୍ରୟୋଗ ବହୁତ ଆବଶ୍ୟକ । ସମସ୍ତ ଆଳୁର ଚୋପା କାଢି ସାରିବା ପରେ ଆପଣ ଏକ ପାତ୍ର ଗ୍ୟାସରେ ବଶାନ୍ତୁ ଏବଂ ସେଥିରେ ବର୍ତ୍ତମାନ ଆପଣ ଆଳୁଚୋପାକୁ ପକାଇ ଦିଅନ୍ତୁ । ଏକ ତାଟିଆ ଆଳୁଚୋପାରେ ଆପଣ ଦୁଇ ତାଟିଆ ପାଣି ମିଶାନ୍ତୁ । ଏହାପରେ ଏହାକୁ ୧୦ ରୁ ୧୫ ମିନିଟ ଲୋ ପ୍ଲେମରେ ଭଲ ଭାବରେ ଫୁଟାନ୍ତୁ ଯେମିତି ଆଳୁର ସମସ୍ତ ପୋଷାକତତ୍ଵ ଏହି ପାଣି ମଧ୍ୟକୁ ଆସିଯିବ ।
୧୫ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଭଲ ଭାବରେ ଫୁଟାଇ ସେହି ପାଣିକୁ ଏକ ପାତ୍ରରେ ଛାଣି ନିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଆଳୁଚୋପା ପାଣି ବନି ପ୍ରସ୍ତୁତ । ଏହାପରେ ଆପଣ ଏକ ତାଟିଆ ଆଳୁପାଣିରେ ଏକ ଚାମଚ ଜଡାତେଲ ମିଶାଇ ଦିଅନ୍ତୁ । ଏହାପରେ ଆପଣଙ୍କ ଏହି ଘରୋଇ ଉପଚାର ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ । ଏବେ ଆସନ୍ତୁ ଜାଣିବା କେଶରେ ଏହାର ପ୍ରୟୋଗ କିଭଳି କରିବେ ? ଆପଣ କେଶକୁ ଭଲ ଭାବରେ ଧୋଇନିଅନ୍ତୁ ।
ଏହାପରେ କେଶକୁ ହାଲୁକା ଭାବରେ ପୋଛି ନିଅନ୍ତୁ । ଏହାପରେ ଆପଣ ଏହି ତେଲର ପାଣିକୁ ନିଜ କେଶରେ ଲଗାନ୍ତୁ । ୩୦ ରୁ ୩୫ ମିନିଟ ପର୍ଯ୍ୟନ୍ତ ଆପଣ କେଶରେ ଏହିଭଳି ଲଗାନ୍ତୁ । ଏହାପରେ ଆପଣ ସାଧା ପାଣିରେ ଏହାକୁ ଧୋଇ ଦିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ଧଳା କେଶ ଧୀରେ ଧୀରେ କଳା ହେବାକୁ ଲାଗିବ ଏବଂ କେଶ ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହେବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ