ଦାରିଦ୍ରତା ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଆପଣଙ୍କ ମିଳୁଥିଲେ ହୋଇ ଯାଆନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ, ଯଦି ଆମ ଜୀବନ ଭଲରେ ହସ ଖୁସିରେ ଚାଲୁଥିବ ଆଉ ଯେତେବେଳେ ଦୁଃଖ ଆସିଯାଏ ଆମ ପାଟିରୁ ବାହାରେ ଭଗବାନ ହଠାତ ଏମିତି କଣ ପାଇଁ କଲେ । ଆପଣ ଏହା ଭାବିବା ଭୁଲ କାରଣ ଆପଣଙ୍କ ଜୀବନରେ ଆଗକୁ ଆସିବାକୁ ଯାଉଥିବା ଦାରିଦ୍ରତାର ସଙ୍କେତ ଆପଣଙ୍କ ଘରର କିଛି ଜିନିଷ ହିଁ ଦେଇ ଦେଇଥାଏ । ବାସ କେବଳ ଆପଣ ତାହାକୁ ବୁଝିବା ବାକିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଦାରିଦ୍ରତା ଆପଣଙ୍କ ଜୀବନରେ ଆସିବା ପୂର୍ବରୁ କେଉଁ ସବୁ ସଙ୍କେତ ମାନ ପୂର୍ବରୁ ମିଳି ଯାଇଥାଏ ।

ଆପଣଙ୍କ ଜୀବନରେ ଦାରିଦ୍ରତା ଆସିବାର ସର୍ବପ୍ରଥମ ସଙ୍କେତ ଆପଣଙ୍କ ଘରର ଅଗଣାରେ ଥିବା ତୁଲସୀ ଗଛ ଦେଇଦେଇଥାଏ । ଆପଣଙ୍କ ଘର ଆଗରେ ଥିବା ତୁଳସୀ ଗଛ ସମ୍ପୂର୍ଣ ଶୁଖିଯାଏ । ତୁଳସୀ ଗଛର ଅଚାନକ ଶୁଖିଯିବା ଘର ଉପରେ କୌଣସି ସଙ୍କଟ ଏବଂ ଦାରିଦ୍ରତା ଆସିବାର ସଙ୍କେତ ଦେଇଥାଏ । ଆପଣ ଖାଉଥିବା ନମକିନ ଖାଦ୍ୟରେ ବାରମ୍ବାର କଳା ପିମ୍ପୁଡି ଲାଗିବେ ।

ଏହା ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ଖରାପ ସମୟ ଆଡେ ଇସାରା କରିଥାନ୍ତି । ଆପଣଙ୍କ ଘରେ ଥିବା ଗଛ ଯଦି ଅଚାନକ ଶୁଖିବାକୁ ଲାଗିଥାଏ ତେବେ ସେହିସବୁ ଗଛକୁ ତୁରନ୍ତ କାଟିଦେବା ଆବଶ୍ୟକ । ଘରେ ଲାଗିଥିବା ଗଛ ସର୍ବଦା ସବୁଜ ରହିବା ଉଚିତ । ଘରର ଝାଡୁ ମାତା ଲକ୍ଷ୍ମୀଙ୍କ ସୂଚକ ହୋଇଥାଏ । କାରଣ ଏହା ଦାରିଦ୍ରତାକୁ ଘରୁ ବାହାରକୁ ବାହାର କରିଦେଇଥାଏ ।

ଝାଡୁ ଉପରେ ଆପଣଙ୍କୁ ପାଦ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଲକ୍ଷ୍ମୀଙ୍କ ନିରାଦାର ହୋଇଥାଏ । ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଚାନକ ଝାଡୁ ଲ୍ଗାଇବାକୁ ଲାଗେ ତେବେ ଏହା ଆପଣଙ୍କ ଘରେ କୌଣସି ବନ୍ଧୁ ଆସିବାର ସୂଚକ ବୋଲି ଜାଣନ୍ତୁ । ଯଦି କ୍ଷୀର ଫୁଟାଇବା ସମୟରେ ନିୟମିତ ଉତୁରିକି ତଳେ ପଡୁଥାଏ ତେବେ ଏହା ଶୁଭ ହୋଇନଥାଏ ।

ତେଣୁ ଆପଣଙ୍କୁ ଏହାର ଧ୍ୟାନ ରଖିବା ଉଚିତ । ଯଦି ଆପଣ କୌଣସି କାମ ସାରି ବାହାରୁ ଘରୁ ଆସୁଥିବା ସମୟରେ ଘର ସାମ୍ନାରେ ଏଣ୍ଡୁଅ ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଖରାପ ସମୟ ଆସିବାର ସଂକେତ ହୋଇଥାଏ । ଯଦି ଝିଟିପିଟି ଆପଣଙ୍କ ମୁଣ୍ଡ ଏବଂ ଚୁଟି ଉପରେ ପଡେ ତେବେ ଆପଣ ସତର୍କ ହୋଇଯିବା ଉଚିତ କାରଣ ଏହା ଖରାପ ସମୟ ଆସିବାର ସୂଚକ ହୋଇଥାଏ ।

ମହିଳା ମାନଙ୍କ ଡାହାଣ ଆଖି ଡେଇଁବା ଅଶୁଭ ହୋଇଥାଏ । ଏବଂ ପୁରୁଷ ମାନଙ୍କର ବାମ ଆଖି ଡେଇଁବା ଦ୍ଵାରା ଏହା ସଙ୍କେତ ମିଳିଥାଏ କି ଆଗକୁ ବହୁତ କଷ୍ଟଦାୟକ ସମୟ ଆସିବାକୁ ଯାଉଛି । ଯଦି କାଉ ଆସି କୌଣସି ସ୍ତ୍ରୀର ମୁଣ୍ଡ ଉପରେ ବସିଯାଏ ତେବେ ସେହି ସ୍ତ୍ରୀର ସ୍ଵାମୀ ଉପରେ କୌଣସି ବଡ ବିପଦ ଆସିପାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *