ଶ୍ରୀ କୃଷ୍ଣ କୁହନ୍ତି ଦରିଦ୍ରତା ଦୂର କରିବା ପାଇଁ ତୁଳସୀ ଗଛ ପାଖରେ ରଖି ଦିଅନ୍ତୁ ଏହି ୩ ଟି ଜିନିଷ- Vastu Tips 

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ତୁଳସୀକୁ ଏକ ପବିତ୍ର ଓ ପୂଜନୀୟ ଗଛ ମାନା ଯାଇଛି । ସାଧାରଣତଃ ସମସ୍ତ ହିନ୍ଦୁ ଘରେ ତୁଳସୀ ଗଛ ରହିଥାଏ ଓ ତୁଳସୀ ଗଛର ପୂଜା ମଧ୍ୟ କରାଯାଇଥାଏ ।

ବନ୍ଧୁଗଣ ତୁଳସୀ ଗଛ ଏକ ଧାର୍ମିକ ଗଛ ହେବା ସହିତ ଏକ ଔଷଧୀୟ ଗଛ ମଧ୍ୟ ଅଟେ । ଏହାର ସେବନରେ କେତେକ ମାରାତ୍ମକ ରୋଗ ଦୂର ହୋଯାଇଥାଏ । ଆମ ହିନ୍ଦୁଶାସ୍ତ୍ର ଓ ପଦ୍ମ ପୁରାଣରେ ତୁଳସୀ ଗଛର ମହତ୍ଵ ବିଷୟରେ ଉଲ୍ଲେଖ କରାଯାଇଛି ।

ବନ୍ଧୁଗଣ ତୁଳସୀର ବିବାହ ଶାଳଗ୍ରାମଙ୍କ ସହ ହୋଇଥିଲା ଓ ଶାଳଗ୍ରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଏକ ଅବତାର । ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଅଟେ ତେଣୁ ଭଗବାନ ବିଷ୍ଣୁଙ୍କୁ ଭୋଗ ଚଢାଇବା ସମୟରେ ତୁଳସୀ ଗଛର ପତ୍ର ଚଢା ଯାଇଥାଏ ।

ବନ୍ଧୁଗଣ ଭଗବାନ ବିଷ୍ଣୁଙ୍କର ଅବତାର ହେଉଛନ୍ତି ଭଗବାନ କୃଷ୍ଣ । କୃଷ୍ଣ ତୁଳସୀ ଗଛ ସହ ଜଡିତ ଏପରି କିଛି ନିୟମ ବିଷୟରେ କହିଛନ୍ତି ଯାହାକୁ ପାଳନ କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ସବୁ ନିୟମକୁ ଯେଉଁ ଲୋକ ପାଳନ କରୁଥିବ ସେହି ଘରେ କେବେହେଲେ କୌଣସି ସମସ୍ୟା ଆସିନଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ନିୟମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯେଉଁ ଘରେ ତୁଳସୀ ଗଛର ନିୟମିତ ପୂଜା ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ବାସ ରହିଥାଏ । ଯଦି ଆପଣ ତୁଳସୀ ଗଛ ପାଖରେ ଦୀପ ଲଗାଉଛନ୍ତି ତା ହେଲେ ସେହି ଦୀପ ତଳେ ଅଳ୍ପ ଚାଉଳ ନିଶ୍ଚୟ ରଖନ୍ତୁ ଏହା ବହୁତ ଶୁଭ ହୋଇଥାଏ । ଚାଉଳ ରଖିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଯଦି ଆପଣଙ୍କ ଘରେ କୌଣସି ଧନ ସମ୍ବନ୍ଧିତ ସମସ୍ୟା ଅଛି ତା ହେଲେ ସେହି ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରି ଉଠିବ ।

୨. ବନ୍ଧୁଗଣ ଘରର ଯେଉଁ ସ୍ଥାନରେ ତୁଳସୀ ଗଛ ରଖାଯାଇଥାଏ ସେହି ସ୍ଥାନରେ ସକାରାତ୍ମକ ଊର୍ଜାର ପ୍ରଭାବ ବଢିଥାଏ । ଏହା ସହିତ ସେହି ସ୍ଥାନରେ ଦେବିଦେବତା ମାନଙ୍କ ବାସ ରହିଥାଏ । ତେଣୁ ଆପଣ ସେହି ସ୍ଥାନରେ କୌଣସି ଅପବିତ୍ର ବା ଅଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ଘରକୁ ବିଭିନ୍ନ ସଙ୍କଟ ଆସିଥାଏ ।

୩. ବନ୍ଧୁଗଣ ଯେଉଁ ମାଟିରେ ତୁଳସୀ ଗଛକୁ ରଖାଯାଇଥାଏ ସେହି ମାଟି ବହୁତ ପବିତ୍ର ହୋଇଥାଏ । ଯଦି ଆପଣ କୌଣସି ଶୁଭ କାର୍ଯ୍ୟ କରୁଛନ୍ତି ତା ହେଲେ ସେହି ମାଟିକୁ ନିଜ ମଥାରେ ଲଗାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବ । ଏହା ସହିତ ଆପଣଙ୍କ ଘରର ବାତାବରଣ ବହୁତ ଭଲ ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *