ଆଜିକାଲି ପ୍ରାୟତ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ଠାରେ ଦାନ୍ତ ବିନ୍ଧା, ଦାନ୍ତ ପୋକ ଖାଇବା ବା ଅନେକ ପ୍ରକାରର ଦାନ୍ତ ଜନିତ ସମସ୍ଯା ଦେଖା ଯାଉଛି । ଏହାର କାରଣ ହୋଇଥାଏ ଯଦି ଠିକ ଭାବେ ଦାନ୍ତ ବ୍ରସ ନ କରାଯାଏ ବା ସଫା ନ କରାଯାଏ । କିଛି ଲୋକ ମାନେ ଦିନକୁ ଥରେ ମାତ୍ର ବ୍ରସ କରିଥାନ୍ତି । ଯାହା ଦ୍ଵାରା ଦାନ୍ତରେ ଖାଇବା ଜମା ହୋଇ ରହିବା ଦ୍ଵାରା ଦାନ୍ତ ବିନ୍ଧା ବା ପୋକ ଖାଇବା ଭଳି ସମସ୍ଯା ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଦାନ୍ତର ଯତ୍ନ କିପରି ନେଇହେବ ସେହି ବିଷୟରେ କହିବାକୁ ଯାଉଛୁ ।
ଯଦି ଆପଣଙ୍କର ଦାନ୍ତ ଘଷିବା ସମୟରେ ବ୍ରୀଡିଙ୍ଗ ହେଉଛି ତେବେ ସର୍ବଦା ସଫ୍ଟ ବ୍ରସ ବ୍ୟବହାର କରନ୍ତୁ । କେବେ ବି ହାର୍ଡ ବ୍ରସ କରନ୍ତୁ ନାହି । ପ୍ରତି ଏକ ବା ଦୁଇ ମାସରେ ବ୍ରସ ବଦଳାଇବା ଉଚିତ । ଏହା ସହ ଉଷୁମ ପାଣିରେ ଲୁଣ ପକାଇ କୁଳୁକୁଜା କରିବା ଦରକାର । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଫ୍ଲାସ କରିବା ଦରକାର । ଏହା ଛଡା ଖାଇବା ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଭିଟାମିନ-ସି ଯୁକ୍ତ ଖାଦ୍ଯ ଅଧିକ ଖାଇବା ଉଚିତ । ଯେ କୌଣସି ରୋଗରେ ପୀଡିତ ହୋଇଥିଲେ ଭଲ ହେବା ପରେ ତୁରନ୍ତ ବ୍ରସ ପରିବର୍ତ୍ତନ କରନ୍ତୁ ।
ଏହା ଛଡା ମାଢି ବା ଦାନ୍ତ ଉପରେ ଅଏଲ ପୁଲିଙ୍ଗ ନଡିଆ ତେଲ ବା ଅଲିଭ ଅଏଲ ବ୍ୟବହାର କରିଲେ କଳାଦାଗ ଦୂର ହୋଇଥାଏ । ପାଟିର ଦୁଇ ପାଖରେ ତେଲ ରଖି ୫ରୁ ୧୦ ମିନିଟ ଯାଏଁ ସପ୍ତାହକୁ ୩ ଥର କୁଳୁକୁଜା କରିଲେ ଦାନ୍ତ ଓ ମାଢି ଗ୍ଲୋ କରିବ । ଭିଟାମିନ-ଏ ଓ କେ ଯୁକ୍ତ ଖାଦ୍ଯ ଖାଇଲେ ଦାନ୍ତ ଭଲ ରହିଥାଏ । ଏହା ସହ ଓମେଗା-୩ ଯୁକ୍ତ ଖାଦ୍ଯ ଖାଇବା ଉଚିତ । ଏହା ଦ୍ଵାରା ଦାନ୍ତରେ କ୍ୟାବେଟି ହେବା ଚାନ୍ସ କମ ରହିଥାଏ । ଦିନକୁ ଦୁଇ ଥର ନିହାତି ବ୍ରସ କରିବା ଦରକାର ।
ଆଉ ଏହା ଛଡା ଫ୍ଲାସ କରିବା ସହ ଯଦି ଦାନ୍ତ ଦୁର୍ଗନ୍ଧ ହେଉଛି ବା ଅନ୍ୟ କୌଣସି ସମସ୍ଯା ହେଉଛି ତେବେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ଯଦି ଖାଇବା ପରେ ଦାନ୍ତରେ ଖାଦ୍ୟ ଜମା ହୋଇ ଯାଇଛି ଅନୁଭବ କରୁଛନ୍ତି ତେବେ ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ ମାଉଥ ୱାଶ କରିବା ଉଚିତ ।
ଆମ ପାଟିରେ ବହୁତ ଗୁଡାଏ ସାଲାଭେରୀ ଗ୍ଲାଡ୍ସ ଅଛି ଯାହାର କାମ ହେଉଛି ଦାନ ଉପରେ ଯେଉଁ କଳା ଦାଗ ରହିଥାଏ ତାହା ବ୍ୟାକ୍ଟେରିୟା ସୃଷ୍ଟି କରିଥାଏ । ପ୍ରତି ୬ ମାସକୁ ଥରେ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ୱାଶ କରାଇବା ଉଚିତ । ଏହା ଦ୍ଵାରା ଦାନ୍ତରେ ଥିବା ବ୍ୟାକ୍ଟେରିୟା ଦୂର ହେବା ସହ କ୍ୟାବେଟିସ ମୁକ୍ତି ମିଳିଥାଏ । ଏହିପରି ଭାବେ ଆମେ ଦାନ୍ତ ର ଯତ୍ନ ନେଇ ପାରିବା ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ