ବନ୍ଧୁଗଣ, ସାଧାରଣତ ଆମ୍ଭେ ଖାଦ୍ୟ ଖାଇଲା ବେଳେ ତାହା ଆମ୍ଭ ଦାନ୍ତରେ ରହିଯାଇଥାଏ । ଯଦି ଆମ୍ଭେ ତାହାକୁ ଭଲ ଭାବରେ ସଫା ନ କରି ଥାଉ ତେବେ ବ୍ୟାକ୍ଟେରିୟା ମାନେ ଆମ୍ଭ ଦାନ୍ତରେ ତାକୁ ପଚାଇଦେଇଥାନ୍ତି । ଏହା ଫଳରେ ଦାନ୍ତ ପୋକ ଲାଗିଥାଏ ।
ମାତ୍ର ଆମ୍ଭେ ଖାଉଥିବା ଚିନୀ ଥିବା ଅଥବା ଷ୍ଟିକି ଫୁଡ ଦ୍ଵାରା ଆମ୍ଭ ଦାନ୍ତ ବିଶେଷ ଭାବରେ ପ୍ରଭାବ ହୋଇଥାଏ । ବିଶେଷ କରି ଛୋଟ ଛୁଆ ମାନଙ୍କ ମଧ୍ୟରେ ଏହିଭଳି ସମସ୍ୟା ଅଧିକ ଦେଖାଯାଇଥାଏ । ଦାନ୍ତରେ ପୋକ ଲାଗିବା ଏକ ଏଭଳି ସମସ୍ୟା ଅଟେ ଯାହା ସମୟ ସହିତ ଧୀରେ ଧୀରେ ବଢିବାକୁ ଲାଗିଥାଏ ।
ଏବଂ ଆଗକୁ ଯାଇ ଆମ୍ଭ ଦାନ୍ତ ର ଅସହାନିୟ ଯନ୍ତ୍ରଣା ର କାରଣ ପାଲଟି ଯାଇଥାଏ । ଦାନ୍ତରେ ଯେତେବେଳେ ଏକ କଳା ଛିଦ୍ର ଭଳି ଚିହ୍ନ ଦେଖାଯାଏ, ତାହା କୁ ଯଦି ଆମ୍ଭେ ସମୟ ଥାଉ ଥାଉ ସଠିକ ନ କରୁ ତେବେ ତାହା ଆମ୍ଭର ଶିରା ପ୍ରଶିରା କୁ ଯାଇ ଆମ୍ଭ ଦାନ୍ତ କୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥାଏ । ଆଜି ଆମ୍ଭେ ଆପଣଙ୍କ ପାଇଁ ଏକ ବିଶେଷ ଉପାୟ ଟି ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜ ଦାନ୍ତ ର ପୋକ ସମସ୍ୟା କୁ ଦୂର କରି ପାରିବେ ।
ଦାନ୍ତରେ ପୋକ ଲାଗିବାର ମୁଖ୍ୟ କାରଣ ହେଲା ଆମ୍ଭ ପାଟିରେ ଥିବା ବ୍ୟାକ୍ଟେରିୟା । ଏହି ବ୍ୟାକ୍ଟେରିୟା ଜନ୍ମ ରୁ ଆମ୍ଭ ପାଟି ଭିତରେ ରହିଥାନ୍ତି । ଯେତେବେଳେ ଆମ୍ଭେ ଆମ୍ଭ ଦାନ୍ତର ଯତ୍ନ ନେଇ ନଥାଉ ସେତେବେଳେ ଆମ୍ଭ ପାଟିରେ ଥିବା ଏହି ବ୍ୟାକ୍ଟେରିୟା ବଢିବାକୁ ଲାଗିଥାଏ । ଏମାନେ ଆମ୍ଭ ଦାନ୍ତ କୁ ପଚାଇବା ଆରମ୍ଭ କରିଦେଇଥାନ୍ତି । ଖସା ତେଲ ଏବଂ ଲବଙ୍ଗ ତେଲ ଦାନ୍ତରେ ଲାଗିଥିବା କ୍ୟାଭିଟି କୁ ରୋକିବାରେ ବହୁ ଲାଭ ଦାୟକ ଅଟେ ।
ଲବଙ୍ଗ ତେଲ ର ବ୍ୟବହାର ଦ୍ଵାରା ଦାନ୍ତ ରେ ଲାଗିଥିବା ପୋକ ତୁରନ୍ତ ହଟିବାକୁ ଲାଗିଥାନ୍ତି । ଏକ ଚାମଚ ଖସା ତେଲ ରେ ୩ ରୁ ୪ ବୁନ୍ଦା ଲବଙ୍ଗ ତେଲ ମିଶ୍ରଣ କରି ସକାଳେ ଖାଲି ପେଟରେ ୧୦ ମିନିଟ ପର୍ଯ୍ୟନ୍ତ କୁଳି କରନ୍ତୁ । ଏହା ବ୍ୟତୀତ ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିଅଛି ତେବେ ଆପଣ ଲବଙ୍ଗ ତେଲ ଏବଂ ଖସା ତେଲ କୁ ନେଇ ଏକ କଟନ ମାଧ୍ୟମରେ ପୋକ ଲାଗିଥିବା ସ୍ଥାନରେ ୧୦ ମିନିଟ ପର୍ଯ୍ୟନ୍ତ ଦବାଇ ରଖନ୍ତୁ ।
ଏହି ଉପଚାର ର ମାତ୍ର ୨ ଦିନ ପରେ ଆପଣଙ୍କ ଦାନ୍ତ ର ପୋକ ଗାୟବ ହୋଇଯାଆନ୍ତି । ଏହା ସହିତ ଦାନ୍ତରେ ଲାଗି ରହିଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଯାଇଥାଏ । ଆପଣ ୨ ରୁ ୩ ରସୁଣ ର ପେଷ୍ଟ ବନାଇ ସେଥିରେ ଅଳ୍ପ ଲୁଣ ମିଶାଇ ଦାନ୍ତରେ ୧୫ ମିନିଟ ପର୍ଯ୍ୟନ୍ତ ଚାପି ରଖନ୍ତୁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ