ବ୍ରସ କେମିତି କରିବେ ? ଜାଣନ୍ତୁ ଦାନ୍ତ ବ୍ରସ କରିବାର ସଠିକ ଉପାୟ (Dr Dibya Lochan Swain)

ବନ୍ଧୁଗଣ କିଛି ଲୋକ ମାନେ ଦାନ୍ତ ଘଷିବା ସମୟରେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ଦାନ୍ତ ଜନିତ ସମସ୍ଯା ଦେଖା ଯାଇଥାଏ । ତେଣୁ ଏଥିପାଇଁ ପ୍ରଥମେ ଆଇନା ଆଗରେ ବ୍ରସ କରିବା ପାଇଁ ୨ ରୁ ୩ ମିନିଟ ଦେବା ଉଚିତ । ଏଣେତେଣେ ନ ଯାଇ ଆଇନ ଆଗରେ ବ୍ରସ କରିବା ଉଚିତ । ପ୍ରଥମେ ବାମ ପଟରୁ ଡାହାଣ ପଟକୁ ବ୍ରସ କରିବା ଆରମ୍ଭ କରିବା ଉଚିତ । ବ୍ରସ କରିବା ସମୟରେ ବ୍ରସ କୁ ସିଧା ରଖିବା ଦ୍ଵାରା ମଧ୍ୟରେ ଖଣ୍ଡିଆ ହେବ ବା ଦାନ୍ତ ଅଧିକ ଘୋରି ହୋଇଯିବ ।

ତେଣୁ ୪୫ ଆଙ୍ଗଲରେ ବ୍ରସ ଧରି କରିଲେ ଦାନ୍ତରେ ଥିବା ମଇଳା ବାହାରିବା ସହ ଦାନ୍ତରେ ଅଧିକ ପ୍ରେସର ପଡିବ ନାହି । ସାମନା ଦାନ୍ତ ବ୍ରସ କରିବା ସମୟରେ ପଟିକାଲରେ ଥରେ ବା ଦୁଇ ଥର ଓ ହରେଜେନ୍ଟାଲ ରେ କରିବା ଉଚିତ । ଏହା ପରେ ଦାନ୍ତ ର ଉପର ଭାଗକୁ ନରମାଲି ସିଧାରେ ବ୍ରସ କରିବା ଉଚିତ । ଏହା ପରେ ତଳ ଦାନ୍ତର ଜିଭ ପଟୁ ଓ ଉପର ଦାନ୍ତର ତାଳୁକା ପଟୁ ପୁଲ ଆଉଟ କରିବା ଉଚିତ ।

ଏହାକୁ ସ୍ଲୋ ମୋଶନରେ ବ୍ରସ କରିବା ଉଚିତ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ୨ରୁ ୩ ମିନିଟ ଯାଏଁ ବ୍ରସ କରିବା ଉଚିତ । ଅଧିକ ସମୟ ଯାଏଁ ବ୍ରସ କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଦାନ୍ତ ରିଫର୍ମିସେନ ହୁଏ ନାହି । ଯଦି ଥରେ ପ୍ରକୃତ ଦାନ୍ତ ନଷ୍ଟ ହୋଇଯାଏ ତେବେ ଏହାକୁ ପୁନବାର ପାଇବା ସମ୍ଭବ ନୁହେଁ ।

ଏହା ବ୍ଯତୀତ ସକାଳେ ଓ ରାତି ରେ ଶୋଇବା ପୂର୍ବ ରୁ ବ୍ରସ କରିବା ଉଚିତ । ଏହା ସହ ଯେତେ ଥର ଖାଦ୍ୟ ଖାଉଛନ୍ତି ସେତେ ଥର ଦାନ୍ତ କୁଳି କରିବା ଉଚିତ । ଗରମ ପାଣି ରେ ଲୁଣ ପକାଇ ଦାନ୍ତ କୁଳି କରିବା ଦ୍ଵାରା ଯଦି ଦାନ୍ତ ରେ ଖାଦ୍ୟ ଜମା ହୋଇ ଯନ୍ତ୍ରଣା ହେଉଥାଏ ତାହା ଦୂର ହେବ । କୁଳି କରିବା ଦ୍ଵାରା ଦାନ୍ତ ଯନ୍ତ୍ରଣା କମ ହୋଇଥାଏ ।

ଏହା ଛଡା ମାଉଥ ୱାସ ମଧ୍ୟ ବ୍ୟବହାର କରି ପାରିବେ । ଯେଉଁ ମାନଙ୍କର ଡାଇବେଟିସ ଅଛି ବା ବୃଦ୍ଧ ବ୍ୟକ୍ତି ମାନେ ରାତି ରେ ମାତ୍ର ଥରେ ଦାନ୍ତ କୁଳି କରିବା ଆବଶ୍ୟକତା ଅଟେ । ତେବେ ଏହା ଥିଲା କିପରି ଭାବେ ଦାନ୍ତ ବ୍ରସ କରିବେ ତାହା ବିଷୟରେ କିଛି ଜରୁରୀ ଟିପ୍ସ । ଏପରି କରିବା ଦ୍ଵାରା ଦାନ୍ତ ମଜବୁତ ରହିବା ସହ ଅଧିକ ଦିନ ଯାଏଁ ସୁସ୍ଥ ରହି ପାରିବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *