9 ଡିସେମ୍ବର 2020 ବୁଧବାର, ଆଜିର ରାଶିଫଳ- ମହାଦେବ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ମେଷ:-

ବହୁତ ବଡ କାମର ଦାୟିତ୍ଵ ହାତକୁ ନେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବ୍ୟବସାୟରେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ବହୁତ ଦିନର ପୁରୁଣା ପରିଚିତ ବ୍ୟକ୍ତି, ବନ୍ଧୁ ବା ମିତ୍ର ବ୍ୟକ୍ତିଙ୍କ ସହିତ ଭେଟ ହେବ । ନିଜର କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡିପାରେ । ଗୁରୁ-ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମନ ବହୁତ ଖୁସି ହେବ । ବନ୍ଧୁ ମିତ୍ରଙ୍କ ଠାରୁ ଉପହାର ପ୍ରାପ୍ତିହେବ । ସନ୍ତାନଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ପରିଶ୍ରମ କରି ସମସ୍ତ କାମକୁ ସମ୍ଭାଳି ନେବେ ।  ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ବୃଷ:-

ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ନୂଆ ପ୍ରସ୍ତାବ ଓ ନୂଆ ଅନୁବନ୍ଧନ ପ୍ରାପ୍ତ ହେବ । କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଭବିଷ୍ୟତରେ ତାହାର ସକରାତ୍ମକ ପରିଣାମ ସାମ୍ନାକୁ ଆସିବ । ଅଧିକାରୀ ନିଜର କାମ-କାର୍ଯ୍ୟରେ ପ୍ରସନ୍ନ ରହିବେ । ଅକସ୍ମାତ ଧନଲାଭ ହେବାରୁ ମନ ବହୁତ ହର୍ଷିତ ରହିବ । ଯେ କୌଣସି ନୂତନ କର୍ମ ଆରମ୍ଭ କରିପାରିବେ । ଗଠନମୂଳକ କାର୍ଯ୍ୟ ଓ ସାମୁହିକ ଗତିବିଧିରେ ସଫଳତା ହାସିଲ କରିବେ । ଭୂମି, ଭବନ ଆଦି ସ୍ଥାୟୀ ସମ୍ପତ୍ତି କ୍ରୟ କରିପାରିବେ । ଘର ପରିବାରରେ ସ୍ନେହ ଶ୍ରଦ୍ଧାର ବାତାବରଣ ଲାଗି ରହିବ ।  ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ମିଥୁନ:-

ସୁଖ ସମୃଦ୍ଧି ବୃଦ୍ଧିହେବ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଏବଂ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି । ଭାଇଙ୍କ ସହିତ ବିବାଦ ସମସ୍ୟା ଦୂର ହେବ । ଅନେକ ଦିଗରୁ ଖୁସି ଓ ସଫଳତା ପ୍ରାପ୍ତ ହେବା ଫଳରେ ବହୁତ ପ୍ରସନ୍ନଚିତ୍ତ ଅନୁଭବ କରିବେ । ପୈତୃକ ସମ୍ପତ୍ତି ମାମଲାରେ ବିଜୟଶ୍ରୀ ମିଳିବ । ଘର ପରିବାରରେ ଧ୍ୟାନ ଦେବେ । ମିତ୍ର ଓ ସହଯୋଗୀମାନେ ସାହାଯ୍ୟ କରିବା ଫଳରେ ଯଶ କୀର୍ତ୍ତିରେ ଉନ୍ନତି ହେବ । ପ୍ରତିଯୋଗିତାରେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଲୋଡି ପାରନ୍ତି ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ଅଚାନକ ଧନ ପ୍ରାପ୍ତିହେବ ଓ ଭବିଷ୍ୟତପାଇଁ ଯୋଜନାକରି ପୁଞ୍ଜି ନିବେସ କରିବେ । ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ । ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । ମଧ୍ୟସ୍ଥତା ସମ୍ବନ୍ଧିୟ କାମରେ କମିଶନ୍ ମିଳିପାରେ । ପାରିବାରିକ କ୍ଷେତ୍ରରେ ମଧୁରତା ଆସିବ । କାହାକୁ ଦେଇଥିବା ଟଙ୍କା ମିଳିଯିବ । ଧର୍ମ, କର୍ମ, ପୂଜା, ପାଠ, ଯୋଗ ଓ ଜ୍ୟୋତିଷଙ୍କ ପ୍ରତି ରୁଚି ବଢିବ ଓ ଏହା ସମ୍ବନ୍ଧିତ ସାହିତ୍ୟକୁ ମଧ୍ୟ ପଢିବେ । ସ୍ଵାସ୍ଥ୍ୟରେ ସୁଧାର ହେବ । ନୂଆ-ନୂଆ ଉପାୟ ଓ ବିକଳ୍ପକୁ ଖୋଜିବେ । ରାଜନୀତି କ୍ଷେତ୍ରରେ ପ୍ରଶଂସା ମିଳିବ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ଶୁଭ ସମାଚାର ପ୍ରାପ୍ତି ହେବ । ବିରୋଧୀମାନେ ସାମ୍ନାକୁ ଆସିପାରିବେ ନାହିଁ । ବନ୍ଧୁ ମିତ୍ରଙ୍କ କାର୍ଯ୍ୟରେ ଯୋଗଦେଇ ଆନନ୍ଦ ଅନୁଭବ କରିବେ । ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତି ଉନ୍ନତି ପ୍ରାପ୍ତ କରିବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ କରି ପାରନ୍ତି । ଜୀବନର ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ସନ୍ତାନଙ୍କ ସମ୍ବନ୍ଧୀତ କୌଣସି ଶୁଭ ସମାଚାର ଶୁଣିବେ ।   ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ନିୟନ୍ତ୍ରଣ ମଧ୍ୟରେ ହିଁ କାମ କରିବା ଉଚିତ୍ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

କନ୍ୟା:-

ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଅଚାନକ ଭାବରେ ଗୁପ୍ତ ସାଧନରେ ଟଙ୍କା ମିଳିପାରେ । ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ । କୌଣସି ଇଲୋକଟ୍ରନିକସ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରନ୍ତି । ପରିବାର ହିତପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ପ୍ରତିଯୋଗୀତା ପରୀକ୍ଷାରେ ସଫଳ ହେବେ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ମିତ୍ରମାନଙ୍କ ସହଯୋଗରେ କୌଣସି ନୂଆକାମ ଓ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ । କିଛି ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ପ୍ରାପ୍ତ ହେବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରିପାରିବେ । ପ୍ରତିଯୋଗୀତା ପରୀକ୍ଷା କ୍ଷେତ୍ରରେ ବିଜୟ ହେବ ଓ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ । ପୁରାତନ ରୋଗରୁ ଉପଶମ ମିଳିବ । ଅଚାନକ ଭାବରେ ଧନ ଲାଭ ହୋଇପାରେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ବ୍ୟବସାୟ କ୍ଷେତ୍ରରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ । ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ । ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ । ପରିବାରର ସମସ୍ୟା ସମାଧାନ ହୋଇଯିବା ଫଳରେ ସମସ୍ତ ଦିଗରୁ ଖୁସି ମିଳିବ । ରାଜନୈତିକ ଯାତ୍ରାରେ ଲାଭ ମିଳିବ । ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ । ପ୍ରେମ-ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ । ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ । ଅନୁସନ୍ଧାନ, ଖୋଜିବା, ଶୋଧ ପାଇଁ ସମୟ ଉପଯୁକ୍ତ ଅଟେ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-

କାମ-କାର୍ଯ୍ୟର ସ୍ଥିତି ଠିକ୍ ରହିବ । ସ୍ଵାସ୍ଥ୍ୟରେ ସୁଧାର ହେବ । ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ମିଳିବ । କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ମିତ୍ର ଆପଣଙ୍କ ପ୍ରତି ପ୍ରଭାବିତ ରହିବେ, ତାଙ୍କ ଦ୍ଵାରା ଅଟକିଥିବା କାମ ହାସଲ କରି ପାରିବେ । ଭୂମି, ଭବନ, ବାହନ ଓ ଭୌତିକ ଐଶ୍ଵର୍ଯ୍ୟର ସାଧନରେ ବୃଦ୍ଧି ହେବ । ଯେଉଁ କାମକୁ କରିବା ପାଇଁ ଚିନ୍ତା ବା ବିଚାର କରୁଥିଲେ ତାହା ସମ୍ପନ୍ନ କରିପାରିବେ । ଗଣମାନ୍ୟ ବ୍ୟକ୍ତି ଓ ରାଜନେତାଙ୍କ ସହିତ ସମ୍ପର୍କ ହେବ । ପରିବାର ଓ କୁଟୁମ୍ବରେ ସମୟ ଦେବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

କୌଣସି ଧର୍ମସ୍ଥଳ, ମନ୍ଦିର, ମଠକୁ ଯିବା ପାଇଁ ପୋଗ୍ରାମ୍ କରିବେ । ପ୍ରେମୀ-ପ୍ରେମିକଙ୍କ ମଧୁର ମିଲନ ହେବ । ଘରୋଇ ଚାକିରି କ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ । ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ମାନସିକଶାନ୍ତି ଅନୁଭବ କରିବେ । ଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି । ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ । କାର୍ଯ୍ୟରେ ବାଧା ଆସିଲେ ମଧ୍ୟ କାର୍ଯ୍ୟ ପୂରଣ ହେବ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା ନ କରିଲେ ବହୁତ କ୍ଷତିରେ ପଡିବେ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ନୂତନ କାମ ଆରମ୍ଭ କରିପାରିବେ । ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମୀନ:-

ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ପ୍ରାପ୍ତ ହେବ । ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ନୂତନବନ୍ଧୁଙ୍କ ଆଗମନ ହେବ । ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଅସହାୟ ଓ ନୀଚ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ମନ ବଳାଇବେ । ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Leave a Reply

Your email address will not be published. Required fields are marked *