Health Tips; – ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଛି କି ! Chest Pain ହେବାର ମୁଖ୍ୟ ଏହି 5 କାରଣ !

ନମସ୍କାର ବନ୍ଧୁଗଣ, ଛାତିରେ କଷ୍ଟ ହେବା ଆଉ ହାର୍ଟରେ କଷ୍ଟ ଅନୁଭବ ହେବା ଏହି ଦୁଇଟି ଯାକ ସମ୍ପୂର୍ଣ ଭିନ୍ନ ଅଟେ । କିନ୍ତୁ ସମସ୍ତଙ୍କର ଗୋଟିଏ ଧାରଣା ବା ଡର ଥାଏ ଛାତିରେ କଷ୍ଟ ଅନୁଭବ ହେଉଛି ମାନେ ଏହା ହାର୍ଟ ଜନିତ କିଛି ରୋଗ ପାଇଁ ହିଁ ହେଉଛି । କିନ୍ତୁ ଛାତିରେ ଅଲଗା କିଛି କାରଣ ପାଇଁ ମଧ୍ୟ କଷ୍ଟ ହୋଇଥାଏ । ଅନେକ ପ୍ରକାରର ଛାତିରେ କଷ୍ଟ ଅନୁଭବ ହୋଇଥାଏ ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଖାଉଥିବା ଖାଦ୍ୟ ପାକସ୍ଥଳୀକୁ ଆହାର ନଳୀ ବାଟ ଦେଇ ଯାଇଥାଏ । ଆଉ ଏହି ଆହାର ନଳୀ ଛାତି ମଝିରେ ହାର୍ଟ ପାଖ ଦେଇ ଯାଇଥାଏ । ତେଣୁ ଯଦି ଆପଣଙ୍କ ପାକସ୍ଥଳୀରେ ଏସିଡ ସୃଷ୍ଟି ହୋଇ ତାହା ନଳୀକୁ ଉଠି ଆସେ ତେବେ ଏହା ଛାତିରେ କଷ୍ଟ ଅନୁଭବ କରାଇଥାଏ । ଆଉ ଏହାକୁ ଗ୍ୟାଷ୍ଟ୍ରୋ ଓଶୋଫାଗସ ଡିଜିଜ ବୋଲି କୁହାଯାଏ । ଯେତେବେଳେ ଏସିଡ ଯୁକ୍ତ ଖାଦ୍ୟ ଆପଣଙ୍କ ପାକସ୍ଥଳୀରୁ ନଳୀ କୁ ବା ଓଶୋଫାଗସକୁ ଆସିଥାଏ ସେତେବଳେ ଏହା ଛାତିରେ କଷ୍ଟ ଏବଂ ଯନ୍ତ୍ରଣା ଉତ୍ପର୍ଣ କରିଦେଇଥାଏ ।

ଏହି ଯନ୍ତ୍ରଣା ବେଳେବେଳେ ଛାତି ମଝିରୁ ଆରମ୍ଭ ହୋଇ ଗଳା ପର୍ଯ୍ୟନ୍ତ ମଧ୍ୟ ଆସିଥାଏ । ଏହି ପ୍ରକାର ଯନ୍ତ୍ରଣା ସେତେବଳେ ହୋଇଥାଏ ଯେତେବେଳେ ଆପଣ ବହୁତ ତେଲିଆ ଖାଦ୍ୟ ଖାଇଥାନ୍ତି ଏବଂ ଖାଦ୍ୟ ଖାଇସାରି ତୁରନ୍ତ ଶୋଇପଡନ୍ତି । ତେଣୁ ଏହି ପ୍ରକାର ଛାତିରେ ଯନ୍ତ୍ରଣା ଆମ ଖାଇବା ସହ ଜଡିତ ଥାଏ । ଅଚାନକ ଭାବରେ ମଧ୍ୟ ଛାତି ମଝିରେ କଷ୍ଟ ଅନୁଭବ ହୋଇଥାଏ । ଯେତବେଳେ ଆପଣ ବହୁତ ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇଦେଇଥାନ୍ତି ।

ଆଉ ଏହି ପ୍ରକାର କଷ୍ଟ ଏବଂ ଯନ୍ତ୍ରଣା ବହୁତ ଅଧିକ ହୋଇଥାଏ । ଛାତିରେ ଫୁସଫୁସରେ ଇନଫେକସନ ହେବା କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ । କାର୍ଟିଲେଜରେ କୌଣସି କାରଣ ପାଇଁ ସୁଜନ ଆସିବା ଦ୍ଵାରା ମଧ୍ୟ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଉ ଏହି ଯନ୍ତ୍ରଣା ବହୁତ ଅଧିକ ମାତ୍ରାରେ ହୋଇଥାଏ । କାର୍ଟିଲେଜରେ ସୁଜନ କୌଣସି ଦୁର୍ଘଟଣା କିମ୍ବା ଆପଣ ଏକ୍ସରସାଇଜ କରୁଥିବା ସମୟରେ ଆସିଥାଏ ।

ଆଉ ଏହି କଷ୍ଟ କେବଳ ପାର୍ଟିକୁଲାର ସେହି ସ୍ଥାନରେ ହୋଇଥାଏ ଯେଉଁ ସ୍ଥାନରେ ସୁଜନ ହୋଇଥାଏ । ଏହି କଷ୍ଟ ଆପଣଙ୍କୁ ନିଶ୍ଵାସ, ପ୍ରଶ୍ଵାସ ନବ ଆଣିବା ଦ୍ଵାରା କିମ୍ବା କାଶିବା ଦ୍ଵାରା ବହୁତା ଅଧିକ ଅନୁଭୂତ ହୋଇଥାଏ । ହାର୍ଟ ଆଟାକ ଜନିତ କଷ୍ଟରେ ବୟସ ଅଧିକ ଗୁରୁତ୍ୟପୂର୍ଣ ହୋଇଥାଏ । କାରଣ କମ ବୟସରେ ହାର୍ଟ ଅଟାକ ବହୁତ କମ ହୋଇଥାଏ ।

ଯଦି କାହାରା ବୟସ 40 ରୁ ଅଧିକ ହେବା ସହ ହାଇ ବିପି, ସୁଗାର ସମସ୍ୟା ରହିଛି ତେବେ ଏହି ପରିସ୍ଥିତିରେ ହାର୍ଟରେ କଷ୍ଟ ଅନୁଭବ ହେବା ସାଧାରଣ ନୁହେଁ । ତେଣୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ, ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *