ଦୁନିଆର ସବୁଠୁ ଭାଗ୍ୟଶାଳୀ ମଣିଷ ଅଟନ୍ତି ଏହି 6 ଟି ନାମର ବ୍ୟକ୍ତି, ମହାଦେବଙ୍କର ଅତି ପ୍ରିୟ- Jyotish Shastra

ନମସ୍କାର ବନ୍ଧୁଗଣ ଦେବଆଦିଦେବ ମହାଦେବ ଯେତେ ଶୀଘ୍ର ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି, ସେତେ ଶିଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି।ମହାଦେବ ସବୁବେଳେ ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ଥାଆନ୍ତି । ଯେଉଁ ଭକ୍ତ ତାଙ୍କର ଆରାଧନା କରିଥାଏ,ସେମାନଙ୍କୁ ମହାଦେବ କେବେହେଲେ ନିରାଶ କରନ୍ତି ନାହିଁ। ଯଦି ମହାଦେବଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ହୋଇଯାଏ, ତେବେ ତା ଜୀବନରେ ଆସୁଥିବା ସବୁ ସମସ୍ୟାମାନ ସମାପ୍ତ ହୋଇଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଲୋକ ଏମିତି ମୁହୂର୍ତ୍ତରେ ଜନ୍ମ ହୋଇଥାନ୍ତି ଯାହା ପ୍ରଭାବରୁ ସେ ଜନ୍ମରୁ ଭାଗ୍ୟଶାଳି ହୋଇଥାନ୍ତି । ତେବେ ମାନ୍ୟତା ଅନୁଯାୟୀ ଏହି ଲୋକ ଗରିବ ଘରେ ଜନ୍ମ ହେଲେ ମଧ୍ୟ ସୁନା ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି ତାଙ୍କ ଜୀବନ ସହ ତାଙ୍କ ପରିବାର ର ଜୀବନ ମଧ୍ୟ ବଦଳିଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଦେବଆଦି ଦେବ ମହାଦେବଙ୍କ ପ୍ରିୟ ଭକ୍ତ ମାନଙ୍କ ବିଷୟରେ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ଲୋକ ମାନଙ୍କ ଉପରେ ମହାଦେବଙ୍କ କୃପା ଭରି ରହିଥାଏ । ଏମାନଙ୍କୁ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିଥାଏ । ଭଗବାନ ଶିବଙ୍କ ର କୃପା ଦୃଷ୍ଟି ପାଇଁ ଏମାନଙ୍କ ଜୀବନରେ ସଫଳତା ଆସିଥାଏ, ଶିଵ ଙ୍କ କୃପାରୁ ଏମାନଙ୍କ ଭିତରେ ବୁଦ୍ଧି ଓ ଜ୍ଞାନ ର ସଞ୍ଚାର ଲାଗିରହିଥାଏ। ତେଣୁ ଏହି ଲୋକ ମାନଙ୍କୁ ଭଗବାନ ଶିବଙ୍କ ର ଅଂଶ ବୋଲି କୁହାଯାଏ।ଏହି ଲୋକ କାର୍ଯ୍ୟ କ୍ଷେତ୍ର ରେ ସବୁବେଳେ ଉନ୍ନତି କରିଥାନ୍ତି। ଏ ମାନଙ୍କ ମଧ୍ୟରେ ଗରିବ ଓ ଅସହାୟ ଲୋକ ମାନଙ୍କ ପ୍ରତି ସବୁବେଳେ ପ୍ରେମ ଭାବ ରହିଥାଏ।

ତେଣୁ ଏମାନଙ୍କ ସବୁ କାର୍ଯ୍ୟ ସମୟ ଆଗରୁ ପୂରଣ ହୋଇଯାଏ ଏଵଂ ସାମାଜିକ କ୍ଷେତ୍ରରେ ଏମାନଙ୍କୁ ଉଚିତ କାମ ହାସିଲ ହୋଇଥାଏ,ଏହି ଲୋକ ମାନେ ବହୁତ ନିର୍ଭୀକ ଓ ନିଡ଼ର ସ୍ୱଭାବ ର ହୋଇଥାନ୍ତି,ଏମାନେ କେବେ ହାରିବା ଶିଖିନାହାନ୍ତି,ତଥା ଏମାନଙ୍କୁ ବହୁତ ଶିଘ୍ର କ୍ରୋଧ ଆସିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ନାମ ଗୁଡିକ ବିଷୟରେ-

୧- ‘A’ ନାମର ବ୍ୟକ୍ତି- ଏହି ନାମର ବ୍ୟକ୍ତି ମାନେ ମହାଦେବଙ୍କ ଅତି ପ୍ରିୟ ଅଟନ୍ତି। ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ଖରାପ ଶକ୍ତି ଠାରୁ ଦୁରେଇ ରଖନ୍ତି।ତେଣୁ ଏମାନଙ୍କ ଜୀବନରେ କୌଣସି ଅସୁବିଧା ଯଦି ଆସିଥାଏ ,ମହାଦେବ ତାଙ୍କୁ ସେହି ପରିସ୍ଥିତି ରୁ ରକ୍ଷା କରନ୍ତି।

୨- ‘R’ ନାମର ବ୍ୟକ୍ତି- ଯେଉଁ ଲୋକ ମାନଙ୍କ ର ନାମ ‘ର’ ରୁ ଆରମ୍ଭ ହୋଇଥାଏ, ସେହି ଲୋକ ମାନେ ମହାଦେବଙ୍କ ର ସବୁଠାରୁ ପାଖ ଲୋକ ବୋଲି କୁହାଯାଏ।ତାଙ୍କୁ ସଦାବେଳେ ମହାଦେବ ସାହାଯ୍ୟ କରିଥାନ୍ତି। ଯଦି ଏହି ଲୋକ ଙ୍କ ସହ କୌଣସି ଅନ୍ୟ ଲୋକ ଶତ୍ରୁତା କରିଥାଏ,ତେବେ ତାର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଇଥାଏ।

୩- ‘D’ ନାମର ବ୍ୟକ୍ତି-ଏହି ଅକ୍ଷର ର ଲୋକ ମାନଙ୍କ ଉପରେ ମହାଦେବଙ୍କ କୃପା ଦୃଷ୍ଟି ସଦାବେଳେ ରହିଥାଏ। ଏହି ଲୋକ ମାନେ ସମ୍ପୂର୍ଣ୍ଣ ରୂପରେ ମହାଦେବଙ୍କ ଆରାଧନା କରନ୍ତି। ଭଗବାନ ଶଙ୍କର ଏମାନଙ୍କ ଉପରେ କେବେ ହେଲେ କୋୖଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତିନି।

୪- ‘V’ ନାମର ବ୍ୟକ୍ତି- ଏହି ଅକ୍ଷର ର ଲୋକ ମାନଙ୍କ ଉପରେ ମହାଦେବ ସଦାବେଳେ ପ୍ରସନ୍ନ ରୁହନ୍ତି।’ପ’ ଅକ୍ଷର ର ଲୋକ ମାନେ କେବେବି ମହାଦେବଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତିନାହିଁ। ଏହି ଲୋକ ମାନଙ୍କର ହୃଦୟ ବହୁତ ସଫା ଅଟେ।ଏଵଂ କୌଣସି ପ୍ରକାରର ଛଳ କପଟ ଏମାନଙ୍କ ଭିତରେ ନଥାଏ.

୫- ‘B’ ନାମର ବ୍ୟକ୍ତି- ଏହି ଅକ୍ଷର ର ଲୋକମାନଙ୍କୁ ମହାଦେବ ସବୁବେଳେ ଖୁସି ରେ ରଖିବାକୁ ପସନ୍ଦ କରନ୍ତି।ଯଦି କୌଣସି ବ୍ୟକ୍ତି ଏମାନଙ୍କ ସହ ଶତ୍ରୁତା କରିଥାଏ ତେବେ ମହାଦେବ ସେମାନଙ୍କ ଉପରେ ରୁଷ୍ଟ ହୋଇଥାନ୍ତି।ଭଗବାନ ଶଙ୍କର ଏମାନଙ୍କ ଉପରେ କେବେବି ସଙ୍କଟ କୁ ଆସିବାକୁ ଦିଅନ୍ତି ନାହିଁ।

୬-‘S’ ନାମର ବ୍ୟକ୍ତି- ଯେଉଁ ଲୋକ ମାନଙ୍କର ନାମ ସ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମହାଦେବଙ୍କ ର ଆର୍ଶୀବାଦ ସଦାବେଳେ ରହିଥାଏ। ଏହି ଲୋକ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।ଏହି ଲୋକ ମାନଙ୍କ ଉପରେ ମହାଦେବଙ୍କ ର କୃପା ଦୃଷ୍ଟି ସର୍ବଦା ଲାଗିରହିଥାଏ।ଏହି କାରଣ ରୁ ଏମାନଙ୍କୁ କେବେବି କୌଣସି ପ୍ରକାର ର ସମସ୍ୟା ଦେଖାଦେଇନଥାଏ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ଶାସ୍ତ୍ର ସମ୍ବନ୍ଧୀୟ ସୂଚନା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *