ଆଜି ଆମେ ଆପଣଙ୍କୁ ସ୍ଲିପ ଡିସ୍କ ପାଇଁ କିଛି ଚିକିତ୍ସା ଉପାୟ କହିବୁ । ଏହି ଉପାୟକୁ ଯଦି ଆପଣ ସଠିକ ଉପାୟରେ କହିବେ ତେବେ ଆପଣ ନିଜର ଅଣ୍ଟା ବ୍ୟଥାକୁ ଦୂର କରି ପାରିବେ । ଏହା ପୂର୍ବରୁ କହିଦେଉଛୁ କି ଯଦି ଆପଣଙ୍କୁ ଏହିଭଳି ସମସ୍ୟା ଅଛି ତେବେ ଆପଣ ଦହି, ଫୁଲକୋବି, ଭେଣ୍ଡି ଏହି ସବୁ ଜିନିଷର ସେବନ ବିଲକୁଲ ବି ବନ୍ଦ କରି ଦିଅନ୍ତୁ । କାରଣ ଏମିତି କୌଣସି ବି ଜିନିଷର ସେବନ କରନ୍ତୁ ନାହିଁ ଯାହା ଆପଣଙ୍କ ଶରୀରରେ ଗ୍ୟାସ ଜନ୍ମ କରିବ ।
କାରଣ ଏହି ସବୁ ସମସ୍ୟା ଶରୀରରେ ଅଧିକ ଗ୍ୟାସ ହୋଇଯିବା କାରଣରୁ ହିଁ ହୋଇଥାଏ । କେତେ ଜଣ ବହୁତ ଓଜନଦାରା ଜିନିଷକୁ ଉଠାଇ ଦିଅନ୍ତି । ଏହା ଦ୍ଵାରା ବେଳେ ବେଳେ ସେମାନଙ୍କ ସ୍ଲିପ ଡିସ୍କ ହୋଇଯାଏ । ଯାହାକି ଅଣ୍ଟା ବ୍ୟଥା ଠାରୁ ଆରମ୍ଭ ହୋଇ ସାଇଟିକା ସମସ୍ୟାକୁ ଆରମ୍ଭ କରିଥାଏ ।
ଏଥିପାଇଁ ଆପଣ ଏହି ଉପାୟକୁ କରି ପାରିବେ । ପ୍ରଥମ ଉପାୟ ଆପଣ ଦୁଇଟି କଲି ରସୁଣ ଓ ଗୋଟିଏ ଗ୍ଳାସ ଗାଈ କ୍ଷୀର ନିଅନ୍ତୁ । ରସୁଣକୁ ଛୋଟ ଛୋଟ କାଟି ତାକୁ କ୍ଷୀରରେ ଗରମ କରନ୍ତୁ । ରାତିରେ ଶୋଇବା ସମୟରେ ଏହି କ୍ଷୀରକୁ ପିଇ ଦିଅନ୍ତୁ । ଏହା ସାଇଟିକା ସମସ୍ୟାକୁ ଓ ଶରୀରରୁ ଗ୍ୟାସକୁ ଦୂର କରିବାରେ ସାହାର୍ଯ୍ୟ କରିବ । ଏହା ଛଡା ଆପଣ ଗୋଟିଏ ଚାମଚ ମେଥି ଦାନା ରାତିରେ ପାଣିରେ ରଖି ଦିଅନ୍ତୁ । ସକାଳ ସମୟରେ ଏହାକୁ ସେବନ କରିବେ ।
ଦ୍ଵିତୀୟ ଉପାୟ ହେଉଛି ଯୋଗ ଓ ଆସନ ଦ୍ଵାରା ବି ଆପଣ ନିଜକୁ ଠିକ କରି ପାରିବେ । ଭୁଜଙ୍ଗ ଆସନ, ମଙ୍କାଟ ଆସନ, ମକରା ଆସନ, ପାଦ ପଶ୍ଚିମତା ଆସନ । ଏହି ୪ ଟି ଆସନ ଆପଣ ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ଖାଲି ପେଟରେ କରନ୍ତୁ । ୧୫ ଦିନ ଲଗାତାର ଏହି ଆସନ କରିବା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ପାଦ ପଶ୍ଚିମତା ଆସନ ଡାଇବେଟିସ, ଆସ୍ଥାମା, ହାଇ ବ୍ଲଡ ପ୍ରେସର ଏହି ସବୁ ରୋଗ ପାଇଁ ବହୁତ ଭଲ ଅଟେ । ପେଟ ସମସ୍ୟା ପାଇଁ ବି ଭଲ ଅଟେ ।
ଏହି ତୃତୀୟ ଉପାୟକୁ ଆପଣ ରାତିରେ ଶୋଇବା ପୂର୍ବରୁ କରନ୍ତୁ । ଏହା ପୂର୍ବରୁ ନୁହେଁ । ଗୋଟିଏ ବଡ ପାତ୍ରରେ ଅଳ୍ପ ଗରମ ପାଣି ନେଇ ସେଥିରେ ୪ ଚାମଚ ଆପେଳ ସାଇଡ ଭିନେଗାର, ଗୋଟିଏ ଚାମଚ ଲୁଣ ଦେଇ ଏହାକୁ ମିକ୍ସ କରି ଦିଅନ୍ତୁ । ଆପଣ ଏଥିରେ ନିଜର ଗୋଡକୁ ଆଣ୍ଠୁ ପର୍ଯ୍ୟନ୍ତ ରଖନ୍ତୁ । କିନ୍ତୁ ଆଣ୍ଠୁକୁ ବୁଡାଇବେ ନାହିଁ । ଗୋଡକୁ ୧୦ ମିନିଟ ରଖନ୍ତୁ । ଗୋଡକୁ ପାଣିରୁ ବାହାର କରି ପୋଛି ଶୋଇ ଯାଆନ୍ତୁ । ସକାଳେ ଉଠିବା ମାତ୍ରେ ହିଁ ଗୋଡରେ ଚପଲ ପିନ୍ଧିବା ପରେ ସଙ୍ଗେ ସଙ୍ଗେ ମାଟିରେ ଗୋଡ ରଖିବେ ନାହିଁ । କିଛି ସମୟ ପରେ ରଖିବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ