୮ ନଭେମ୍ବର 2022, ବର୍ଷର ବଡ ଚନ୍ଦ୍ର ଗ୍ରହଣ, ଏହି 4 ରାଶି ରୁହନ୍ତୁ ସାବଧାନ ! ଜାଣନ୍ତୁ ହାଣ୍ଡିଛାଡ ଓ ଦେବନୀତିର ସଠିକ ସମୟ

ନମସ୍କାର ବନ୍ଧୁଗଣ । ୨୦୨୨ ମସିହା ନଭେମ୍ବର ମାସ ୮ ତାରିଖ ମଙ୍ଗଳବାର ଦିନ ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାକାଶ ରେ ବର୍ଷ ର ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଟି ବର୍ଷ ର ଅନ୍ତିମ ଚନ୍ଦ୍ର ଗ୍ରହଣ ଅଟେ । ତାହାସହ ଏହା ସବୁଠାରୁ ଅଧିକ ସମୟ ଧରି ଲାଗି ରହିବ । ଏପରି ଜ୍ୟୋତିର୍ବିଦ ମାନେ ଗଣନା କରି କହିଛନ୍ତି । ଏହି ଚନ୍ଦ୍ର ଗ୍ରହଣ ଟି ଆମ ଓଡିଶା ସହ ସମଗ୍ର ଭାରତ ରେ ସଂପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ ।

ଭାରତ ଛଡା ଆହୁରି କିଛି ଦେଶ ମାନଙ୍କରେ ମଧ୍ୟ ଏହି ଚନ୍ଦ୍ର ଗ୍ରହଣ ଟି ଦୃଶ୍ୟ ମାନ ହେବାକୁ ଯାଉଛି । ଆମେରିକା, ରୁଷ, ଚୀନ, ଅଷ୍ଟ୍ରେଲିଆ, ବ୍ରାଜିଲ ଓ ଆଫଗାନିସ୍ତାନ ଇତ୍ୟାଦି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହାର ପୂର୍ବରୁ ହାଣ୍ଡିଛାଡ ବା ପାକନିଷେଧ ହୋଇ ଯାଇଥାଏ  ।

ଏହି ସମୟ କୁ ସୁତକ ସମୟ ବୋଲି କୁଆଯାଇଥାଏ । ଏହି ସମୟରେ କୌଣସି ମାଙ୍ଗଳିକ ବା ଶୁଭ କାର୍ଯ୍ୟ କରିବା ମଧ୍ୟ ଶାସ୍ତ୍ର ଅନୁସାରେ ନିଷେଧ କରାଯାଇଥାଏ । ଏହି ଚନ୍ଦ୍ର ଗ୍ରହଣ ର ପାକ ନିଷେଧ ସମୟ ହେଉଛି ୮ ନଭେମ୍ବର ୨୦୨୨ ମଙ୍ଗଳବାର ସକାଳ ୦୫: ୩୯ ମିନିଟ ରୁ ଆରମ୍ଭ ହୋଇ ମଙ୍ଗଳବାର ସନ୍ଧ୍ୟା ୦୬: ୧୮ ମିନିଟ ପର୍ଯ୍ୟନ୍ତ ରହିବ ।

ଏହି ସମୟରେ ଦେବନିତୀ ତଥା ରନ୍ଧନ କାର୍ଯ୍ୟ ଓ ଭୋଜନ କାର୍ଯ୍ୟ କୁ ବାରଣ କରାଯାଇଛି । ପାଞ୍ଜି ହିସାବ ରେ ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ ୦୨ ଟା ୩୮ ମିନିଟ ୧୪ ସେକେଣ୍ଡ ରେ ଆରମ୍ଭ ହେବ । ମଧ୍ୟ କାଳ ର ସମୟ ହେଉଛି ୦୪ ଟା ୨୮ ମିନିଟ ୧୭ ସେକେଣ୍ଡ ରେ ହେବ । ଓ ଶେଷ ହେବା ସମୟ ବା ମୋକ୍ଷ ପ୍ରାପ୍ତିର ସମୟ ହେଉଛି ୦୬ ଟା ୧୮ ମିନିଟ ୪୭ ସେକେଣ୍ଡ ।

ଏହି ଚନ୍ଦ୍ର ଗ୍ରହଣ ତୀ ଆମ ଓଡିଶା ରେ ସନ୍ଧ୍ୟା ୫ ଘଣ୍ଟା ୧୦ ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୧୮ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଓଡିଶା ରେ ସର୍ବ ମୋଟ ୧ ଘଣ୍ଟା ୮ ମିନିଟ ୩୬ ସେକେଣ୍ଡ ରହିବ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ସମୟରେ ଗ୍ରହ ଓ ନକ୍ଷେତ୍ର ମାନଙ୍କ ଠାରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହାର ପ୍ରଭାବ ୧୨ ଗୋଟି ରାଶି ମାନଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିବ ।

କିଛି ଭାଗ୍ୟଶାଳୀ ରାଶି ମାନଙ୍କର ଜୀବନ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଲା, ମିଥୁନ ରାଶି, କର୍କଟ ରାଶି,ବିଛା ରାଶି, କୁମ୍ଭ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି ଓ ମୀନ ରାଶି । ଏହି ଗ୍ରହଣ ସମୟରେ ମେଷ, ବୃଷ, କନ୍ୟା ଓ ମକର ରାଶିର ବ୍ୟକ୍ତି ମାନେ ଘରୁ ବାହାରିବା ଉଚିତ ନୁହେଁ । ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହା ଖୁବ ଖରାପ ହୋଇ ପାରେ ।

ଚନ୍ଦ୍ର ଗ୍ରହଣ ସମୟ ରେ ବୃଦ୍ଧ ଲୋକ, ଗର୍ଭବତୀ ମହିଳା ଓ ଛୋଟ ଶିଶୁ ମାନଙ୍କୁ ଛାଡି ଦେଲା ପରେ ଆଉ କେହି ମଧ୍ୟ ଶୋଇବା ଉଚିତ ନୁହେଁ । ଗ୍ରହଣ ସମୟରେ ଅଧିକ ରୁ ଅଧିକ ସମୟ ଇଶ୍ଵର ଙ୍କର ସ୍ମରଣ କରିବା ଉଚିତ ହୋଇଥାଏ । ଏହି ସମୟ ରେ କରିଥିବା ଜପ ତପ ଅଧିକ ରୁ ଅଧିକ ଫଳ ପ୍ରଦାନ କରିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *