Chanakya Niti- ମଣିଷର ଏହି 4 ଭୋକ କେବେ ବି ମିଟେ ନାହିଁ

ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ କି ନିଜର ନୀତିଶିକ୍ଷା ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦି ରେ ବସାଇ ଦେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କୁ ନିଜ ଜୀବନର କୌଣସି ନା କୌଣସି ସ୍ଥାନରେ କାମରେ ନିଶ୍ଚିତ ଆସିପାରିବ । ଆସନ୍ତୁ ଜାଣିବା ଯେ ମନୁଷ୍ୟ ମାନଙ୍କ ସମ୍ବନ୍ଧରେ ଆଚାର୍ଯ୍ୟ ଚାଣକ୍ୟ କଣ କହିଛନ୍ତି ? ମନୁଷ୍ୟ ର ୪ ଟି ଜିନିଷର ଭୋକ କେବେ ମଧ୍ୟ ମେଣ୍ଟି ନଥାଏ ତାହା ହେଉଛି ଧନ, ଜୀବନ, ବାସନା ଏବଂ ଭୋଜନ ।

ଏହିସବୁ ନିମନ୍ତେ ମନୁଷ୍ୟ ସର୍ବଦା ଭୋକିଲା ରହିଥାଏ । ଏହି ସବୁ ଜିନିଷ କେତେ ମାତ୍ରାରେ ମିଳିଥାଉ କିନ୍ତୁ ମନୁଷ୍ୟ ର ଲାଳସା କେବେ ମଧ୍ୟ ସମାପ୍ତ ହୋଇ ନଥାଏ । ମାତ୍ର ଆପଣ ମାନେ ରଖନ୍ତୁ ଯେ ଜୀବନର ଏକ ଏଭଳି ମୂହୁର୍ତ୍ତ ରେ ଆପଣଙ୍କୁ ଧନର ଅଭାବ ନିଶ୍ଚିତ ହେବ ।

ଏଠି ନିମନ୍ତେ ଆପଣ ଅଳ୍ପବହୁତ ଧନ ଟିକିଏ ସମ୍ଭାଳି ରଖିଥାନ୍ତୁ । ଯେବେ ମନୁଷ୍ୟ ର ଖରାପ ସମୟ ଆସିଥାଏ ସେତେବେଳେ ତାଙ୍କ ନିଜ ଲୋକେ ମଧ୍ୟ ପର ହୋଇଯାଆନ୍ତି । ଯଦି ଧନ ତାହା ପାଖରେ ଥିବ ତେବେ ସେ ସେହି ମୂହୁର୍ତ୍ତ ର ମୁକାବିଲା କରି ପାରିବ । ସଚ୍ଚୋଟତା ଦେଖାଇ ଜୀବନ ବ୍ୟତୀତ କରି ହେବନାହିଁ କାରଣ ଭଲ ଏବଂ ସିଧା ବ୍ୟକ୍ତି ଙ୍କୁ କିଏ ନା କିଏ ନିଜ ଅଧୀନରେ ଆଣି ଦବାଇ ରଖିବାକୁ ଚେଷ୍ଟା କରିଥାନ୍ତି ।

ଏଥିପାଇଁ ଆପଣ ଏତେ ସିଧା ତଥା ସଚ୍ଚୋଟ ବନନ୍ତୁ ନାହିଁ ଯେ ଆପଣଙ୍କୁ ଯିଏ ଲୁଟି ଖାଇଯିବେ । ଆପଣ ନିଜ ଜୀବନରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ତାହା ସମ୍ବନ୍ଧରେ ଅବଶ୍ୟ ଚିନ୍ତା କରିବା ଆବଶ୍ୟକ । ମାତ୍ର ଉତ୍ତମ ଚରିତ୍ର ର ଲୋକେ କେଉଁଠାକୁ ଗଲେ ମଧ୍ୟ ନିଜର ଛାପ ଛାଡନ୍ତି ନାହିଁ । କେତେକ ମୂର୍ଖ ମନୁଷ୍ୟ କିଛି କାଗଜ କୁ ନିଜର ରତ୍ନ ମାନି ନେଇଥାନ୍ତି ମାତ୍ର ଅସଲି ରତ୍ନ ଅନାଜ, ଜଳ, ତଥା ଜ୍ଞାନ ହିଁ ହୋଇଥାଏ ।

ଏହି ୩ ଟି ରତ୍ନ ବ୍ୟତୀତ ଅନ୍ୟ କୌଣସି ରତ୍ନ ହୋଇ ନପାରେ । କଠିନ କାର୍ଯ୍ୟ ପଡିଲେ ସେବକ, ସଙ୍କଟ ସମୟରେ ଭାଇ ବନ୍ଧୁ ଙ୍କର, ଆପତିକାଳ ରେ ମିତ୍ର ର ତଥା ଧନ ର ନାଶ ହେବା ପରେ ନିଜ ପତ୍ନୀ ର ପରୀକ୍ଷା ହୋଇଥାଏ । ପଶୁପକ୍ଷୀ ମାନଙ୍କୁ ଠାରୁ ପ୍ରାଏ ୩ ଗୁଣ ମନୁଷ୍ୟଙ୍କୁ ଶିଖିବା ଆବଶ୍ୟକ । ଯଦି ଆପଣଙ୍କର ଧନ ର ନାଶ ହୋଇଯାଏ, ମନର ଶାନ୍ତି ଭଙ୍ଗ ହୋଇଯାଏ, ତେବେ ଏହି ସବୁ କଥା କୁ ବୁଦ୍ଧିମାନ ଲୋକ ଅନ୍ୟକୁ କୁହନ୍ତି ନାହିଁ ।

ଯେଉଁ ବ୍ୟକ୍ତି ଅନ୍ୟକୁ କହିବାର ଭୁଲ କରିଥାନ୍ତି ଲୋକେ ତାଙ୍କର ମଜାକ ହିଁ ବନାଇଥାନ୍ତି । ନିଜ ହସ୍ତ ରେ କରାଯାଇଥିବା ସମସ୍ତ କାର୍ଯ୍ୟ ଶ୍ରେଷ୍ଠ ହୋଇଥାଏ । ଏଣୁ ମନୁଷ୍ୟ ଙ୍କୁ ନିଜର ସମସ୍ତ କାର୍ଯ୍ୟ ନିଜ ହସ୍ତ ରେ ହିଁ କରିବାକୁ ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *