Calcium ଅଭାବ ଦୂର କରିବ ଏହି ଖାଦ୍ୟ (Diet for Calcium Deficiency)

ବନ୍ଧୁଗଣ, ଆଜିକାଲି ମହିଳା ମାନଙ୍କ ଠାରେ କ୍ୟାଲସିୟମର ଅଭାବ ଦେଖାଯାଉଛି । କ୍ୟାଲସିୟମ ହେଉଛି ଗୋଟିଏ ମିନେରଲ୍ସ ।  ଜନ୍ମହେବା ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଅବସ୍ଥା ଯାଏଁ କ୍ୟାଲସିୟମର ବହୁତ ଆବଶ୍ୟକତା ରହିଅଛି । କାରଣ ହାଡରେ ଆମ୍ଭର ୯୯ ପ୍ରତିଶତ କ୍ୟାଲସିୟମ ଗ୍ରୋ ହୋଇ ରହୁଅଛି । ୧ ପ୍ରତିଶତ ବ୍ଲଡ଼ରେ ରହୁଛି ଯାହାକି ସଂପୂର୍ଣ୍ଣ ଶରୀରକୁ ସର୍କୁଲେଟ କରୁଛି । ତେବେ ହାଡରେ ଯେଉଁ କ୍ୟାଲସିୟମ ରହୁଅଛି, ତେବେ ଆମ୍ଭେ ପ୍ରଚୁର ପରିମାଣରେ ତାକୁ ନେଉନାହୁଁ ।

ଯେମିତିକି ଜନ୍ମ ହେବାପରେ ଶିଶୁ ଅଧିକାଂଶ ସମୟରେ ମା’ର ସ୍ତନ୍ୟପାନ କରିନଥାଏ । ଏହା ପରେ ଯେତେବେଳେ ସେ କୈଶୋର ଅବସ୍ଥାକୁ ଯାଏ ସେ ସମୟରେ ମଧ୍ୟ କ୍ୟାଲସିୟମର ଆବଶ୍ୟକତା ବହୁତ ରହିଥାଏ । ମାତ୍ର ସେ କିଛି ମାତ୍ରାରେ ଜାଣିପାରିନଥାଏ ଯେ କ୍ୟାଲସିୟମ କ’ଣ ଏବଂ କେତେ ମାତ୍ରାରେ ଖାଇବି ? ତାକୁ ଯାହା ଭଲଲାଗିଥାଏ ସେହି ଅନୁସାରେ ସେ ଖାଇଥାଏ ।

କ୍ୟାଲସିୟମରୁ ସେହିଠାରୁ ବଞ୍ଚିତ ହୋଇଥାଏ । ସାଧାରଣତଃ କ୍ୟାଲସିୟମ କ୍ଷୀର ଜାତୀୟ ଜିନିଷ, ଅଥବା ଚୂନାମାଛ, ଶାଗରେ କିଛି ପରିମାଣରେ ରହୁଛି, ସିଡସ ମାନଙ୍କରେ ରହୁଅଛି, ବେସୀ ଆମ୍ଭର ରହୁଅଛି ରାଶିରେ । ଏଥିରେ ପ୍ରାୟ ୯୦ ପ୍ରତିଶତ କ୍ୟାଲସିୟମ ରହୁଅଛି । ଏବଂ ରାଶିକୁ ଯଦି ସେମାନେ ଲଡୁ କରିକି ଅଥବା ଗୁଡ କରିକି ତଥା କ୍ଷୀର ସହିତ ସେକ କରିକି ସେମାନେ ନେଲେ, ତାଙ୍କର କ୍ୟାଲସିୟମର ଡେଫିସେନ୍ସି ହୋଇନଥାଏ ।

ଏଣୁ ମହିଳାମାନଙ୍କର ମେନ କାରଣ ହେଲା ଯେ ସେମାନେ ସୂର୍ଯ୍ୟରେ ଏକ୍ସପୋଜର ହେଉନାହାଁନ୍ତି । ଏବଂ ସଠିକ ପରିମାଣରେ ଯେଉଁ କ୍ୟାଲସିୟମ ଖାଇବା କଥା ସେମାନେ ଜାଣି ପାରୁନାହାଁନ୍ତି । ଏଥିପାଇଁ ସେମାନଙ୍କର କ୍ୟାଲସିୟମ ଜନିତ ଅଭାବ ଦେଖାଯାଉଅଛି । କ୍ୟାଲସିୟମର ଅଭାବ ହେଲେ କ’ଣ ସମସ୍ୟା ହୋଇପାରେ ?୩୦ ବର୍ଷ ପରେ ଗୋଟିଏ ମହିଳାଙ୍କୁ କ୍ୟାଲସିୟମ ଡେଫିସେନ୍ସି ହୋଇଥାଏ ।

କ୍ୟାଲସିୟମ ଅଭାବ ହେଲେ ହାଡ ସଂପୂର୍ଣ୍ଣ ଭାବରେ ୱିକ ହେବାକୁ ଲାଗିଥାଏ । ଏହି କାରଣରୁ ଗୋଡ ବିନ୍ଧା ଆରମ୍ଭ ହୋଇଥାଏ, ହାର୍ଟ ମଶଲ୍ସ, ବ୍ରେନ ମଶଲ୍ସ, ସବୁ ମସକୁଲାର ବ୍ଲଡ଼ କ୍ଳର୍ଟିଂ ସବୁ କ୍ୟାଲସିୟମର ଫଙ୍ଗସନ ଥାଏ ଏବଂ ଧୀରେ ଧୀରେ ମହିଳା ଏକ ୱିକ ଆଡକୁ ଯାଇଥାଏ । ଯଦି ସେ ପରିଜାପ୍ତ ଭାବରେ କ୍ୟାଲସିୟମ ନ ନିଏ ତେବେ ଏହିସବୁ ଲକ୍ଷଣ ଦେଖାଦେଇଥାଏ ।

ସାଧାରଣତଃ ଜଣେ ଝିଅକୁ ମା’ ପିଲାଦିନୁ କ୍ଷୀରସେବନ କରାଇବା ଅଭ୍ୟାସ କରାଇବ, କ୍ଷୀର, ଛେନା, ଦହି, ରାଶିଲଡୁ, ଦହି, ମାଣ୍ଡିଆ, ଚୀନାବାଦାମ ଆଦିକୁ ମଝିରେ ମଝିରେ ଅଳ୍ପ ଅଳ୍ପ କରି ଖାଇବା ଉଚିତ । ଜଣେ ମହିଳାଙ୍କୁ ଦିନକୁ ୧୦mg ର କ୍ୟାଲସିୟମ ନେବା ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମାତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *