ବ୍ଲଡ ସୁଗାର Level କେତେ ରହିବା ଉଚିତ ? ଏନେଇ କଣ କୁହନ୍ତି Dr Arvind Kumar

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟ ରେ ଅଧିକାଂଶ ଲୋକଙ୍କ ଠାରେ ମଧୁମେହ ରୋଗ ଦେଖା ଦେବା ଏକ ସାଧାରଣ ବିଷୟ ଅଟେ । ଯଦି ଏକ ବ୍ୟକ୍ତି ର ଶରୀର ରେ ସୁଗାର ର ମାତ୍ରା ଠିକ ଭାବରେ ରହିଥାଏ, ସେହି ବ୍ୟକ୍ତି କୁ ତାର ଜୀବନରେ ମଧୁମେହ ରୋଗ ର କୌଣସି ଭୟ ରହି ନଥାଏ । ଯଦି ଶରୀର ରେ ସୁଗାର ର ମାତ୍ରା ବହୁତ ଅଧିକ କମି ଯାଏ, ତେବେ ତାହା ଶରୀର ପାଇଁ ଠିକ ହୋଇ ନଥାଏ । ଯଦି ଏହା ଖୁବ ଅଧିକ ବଢି ଯାଏ, ତେବେ ମଧ୍ୟ ଏହା ଶରୀରର ପାଇଁ ଖରାପ ହୋଇଥାଏ ।

ମଣିଷ କୁ ସୁସ୍ଥ ରହିବାକୁ ହେଲେ ତାହାର ସୁଗାର ର ମାତ୍ରା କୁ ଠିକ ରଖିବାକୁ ପଡିବ । ଆସନ୍ତୁ ଜାଣିବା ଡାଃ ଅରବିନ୍ଦ କୁମାର ଙ୍କ ଠାରୁ କି ମଣିଷ ଶରୀର ରେ ସୁଗାର ର ମାତ୍ରା କେତେ ରହିବା ଉଚିତ । ବନ୍ଧୁଗଣ ଏକ ସଧାରଣ ମଣିଷ ର ଉପବାସ ସମୟରେ ଶରୀର ରେ ସୁଗାର ମାତ୍ରା 100mg/dL ରୁ କମ ରହିବା ଦରକାର ।

। ଖାଦ୍ୟ ଖାଇବାର ପ୍ରଥମ ଦୁଇ ଘଣ୍ଟା ପରେ ଶରୀର ରେ ସୁଗାର ର ମାତ୍ରା 140 mg/dL ରୁ କମ ରହିବା ଭଲ । ସାଧାରଣ ସୁଗାର ଟେଷ୍ଟ ଯାହାକି ପ୍ରାୟତଃ 2 ରୁ 3 ମାସ ମଧ୍ୟ ରେ ହୋଇଥାଏ, ସେହି ସମୟ ରେ ଶରୀର ରେ ସୁଗାର ର ମାତ୍ରା 5.7% ରୁ କମ ରହିବା ଦରକାର । ଚର୍ମ ଜନିତ ସମସ୍ଯା ରୁ ରକ୍ଷା ପାଇବା ପାଇଁ ଏକ ଗ୍ଲୁକୋଜ ଟଲୋରାନ୍ସ ର ଟେଷ୍ଟ ହୋଇଥାଏ । ସେଥିରେ ସୁଗାର ର ମାତ୍ରା 100 mg/dL ରୁ କମ ରହିବା ଭଲ ହୋଇଥାଏ ।

ଏକ ସାଧାରଣ ବ୍ୟକ୍ତି ର ଶରୀର ରେ ଏପରି ଭାବରେ ସୁଗାର ର ମାତ୍ରା ରହିବା ଠିକ ହୋଇଥାଏ । ଡାଇବେଟିସ ରୋଗୀ ମାନେ ସଧାରଣତଃ ଘରେ ହିଁ ନିଜର ସୁଗାର ଟେଷ୍ଟ ଗ୍ଳୁକୋ ମିଟର ସାହାର୍ଯ୍ୟ ରେ କରିଥାନ୍ତି । ଏହା ଲାବ ଟେଷ୍ଟ ରୁ କିଛି ଭିନ୍ନ ହୋଇଥାଏ । ଯେପରି ଡାଇବେଟିସ ରୋଗୀ ମାନେ ଫାଷ୍ଟିଙ୍ଗ ସମୟ ରେ ଶରୀର ରେ ସୁଗାର ର ମାତ୍ରା 80 ରୁ 130 mg/dL ରହିବା ଆବଶ୍ୟକ ।

ଖାଦ୍ଯ ଖାଇ ସାରିବା ପରେ ଶରୀରରେ ସୁଗାର ମାତ୍ରା 180 mg/dL ରୁ କମ ରହିବା ଉଚିତ । ଡାଇବେଟିସ ବ୍ୟକ୍ତି ମାନଙ୍କର HbA1c ରେ 7% ରୁ କମ ସୁଗାର ର ମାତ୍ରା ରହିବା ଉଚିତ । ଯଦି ଆପଣ ଙ୍କର ଶରୀରରେ ସୁଗାର ମାତ୍ର ଏହା ଠାରୁ କିଛି ଭିନ୍ନ ରହୁଥାଏ, ତେବେ ଆପଣ ନିଜର ଡକ୍ଟର ବା ନିକଟସ୍ଥ ଚିକିତ୍ସାଳୟ କୁ ଯାଇ ଡାକ୍ତର ଙ୍କ ସହ ନିଶ୍ଚୟ ପରାମର୍ଶ କରାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *