Health Tips- ବିନା କୌଣସି ଔଷଧରେ ଶରୀରକୁ ଭିତରୁ ଏମିତି କରନ୍ତୁ ସଫା, ହେବନି ଆଉ କୌଣସି ରୋଗ ! 80 ବର୍ଷରେ ବି ରହିବେ ଯବାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ଭିତରେ ଯଦି ପରିଷ୍କାର ରହୁଥାଏ । ତେବେ ଶରୀର ସମ୍ପୂର୍ଣ ସୁସ୍ଥ ଓ ସତେଜ ରହିଥାଏ । ତେବେ ଶରୀରର ଭିତର ଯଦି ଭଲ ଭାବରେ ସଫେଇ ହୋଇନଥାଏ । ତେବେ ଶରୀରରେ ଅନେକ ପ୍ରକାର ରୋଗ ବେମାରୀ ସୃଷ୍ଟି ହୋଇଥାଏ । ଆମ ଶରୀରରରେ ଲିଭର, ଫୁସଫୁସ, କିଡ୍ନୀ, ସ୍କିନ ଶରୀରରୁ ଟକସିନ ବା ଅଦରକାରୀ ପଦାର୍ଥକୁ କାଢିଥାଏ ।

ଶରୀରରେ ଅଦରକାରୀ ପଦାର୍ଥ ଜମିବାରେ ଖାଉଥିବା ଖାଦ୍ୟର ଅବଶେଷ, ପ୍ରଦୂଷଣ ଓ ଔଷଧ ଏଥିରୁ ଶରୀରରେ ଅଦରକାରୀ ପଦାର୍ଥ ଜମିଥାଏ । ଏହାକୁ ଶରୀରରୁ କାଢିବା ପକ୍ରିୟାକୁ ଡିଟକସିଫାଏ କୁହାଯାଇଥାଏ । ଏହା ଶରୀରରୁ ପ୍ରାକୃତିକ ପ୍ରକ୍ରିୟାରେ ଲିଭର, କିଡ୍ନୀ, ଫୁସଫୁସ ଓ ସ୍କିନ ଦ୍ଵାରା ବାହାରି ଯାଇଥାଏ । ଆଲୋକହଲ ସେବନ କରୁଥିବା ଲୋକଙ୍କ ଶରୀରରେ ଅଧିକ ମାତ୍ରାରେ ବିଷାକ୍ତ ପଦାର୍ଥ ଜମିଥାଏ ।

କାରଣ ଆଲୋକହଲ ନିଜେ ହିଁ ଏକ ବିଷାକ୍ତ ପଦାର୍ଥ ହୋଇଥାଏ । ଶରୀରରେ ଅଧିକ ବିଷାକ୍ତ ପଦାର୍ଥ ଜମିବା କାରଣରୁ ପ୍ରତେକ୍ଷ ବା ପରୋକ୍ଷ ଭାବରେ ଲିଭରକୁ କ୍ଷତି ପହଞ୍ଚାଇଥାଏ । ଅଧିକ ଆଲୋକହୋଲ ସେବନ କରିବା ଦ୍ଵାରା ଶରୀରରେ ଅଯଥା ମୋଟାପଣ ମଧ୍ୟ ଆସିଥାଏ । ଅଧିକ ମୋଟାପଣ କାରଣରୁ ମଧ୍ୟ ଶରୀରରେ ଅନେକ ପ୍ରକାର ରୋଗ ବେମାରୀ ବାହାରିଥାଏ ।

ଏହା ଛଡା ନିଜ ଖାଦ୍ୟ ରୁଟିନରେ ଫ୍ୟାଟି ଖାଦ୍ୟ ଓ ମିଠା ଜାତୀୟ ଖାଦ୍ୟର ସେବନ କରିବାରୁ ଦୂରେଇ ରହିବା ଦରକାର ହୋଇଥାଏ । କାରଣ ଏହି ସବୁ ଖାଦ୍ୟ ପଦାର୍ଥ ଅତ୍ୟଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ ଫ୍ୟାଟ ବଢିଯାଇଥାଏ । ଯାହା ଶରୀରରେ ବହୁତ କ୍ଷତି ପହଞ୍ଚାଇ ଥାଏ । ଶରୀରରେ ପ୍ରାକୃତିକ ଭାବରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ବ୍ୟକ୍ତିକୁ ୭ ରୁ ୮ ଘଣ୍ଟା ରାତି ସମୟରେ ଶୋଇବା ଉଚିତ ।

କାରଣ ଏହି ସମୟରେ ଶରୀର ନିଜ ଭିତରେ ପ୍ରାକୃତିକ ପ୍ରକ୍ରିୟାରେ ନିଜ ନିଜ ଅଙ୍ଗର କାର୍ଯ୍ୟ ଗୁଡିକ ସଠିକ ଭାବରେ ହୋଇଥାଏ । ଯାହା ଦ୍ଵାରା ଶରୀରରେ ଡିଟକସିଫାଏ କାର୍ଯ୍ୟ ଭଲ ଭାବରେ ହୋଇଥାଏ  । ଏହା ସହିତ ବ୍ୟକ୍ତିର ଶରୀରକୁ ଦରକାର ହେଉଥିବା ପରିମାଣ ଅନୁସାରେ ପ୍ରଚୁର ପାଣି ପିଇବା ଉଚିତ ।

କାରଣ ପାଣିର ପ୍ରଚୁର ସେବନ ଦ୍ଵାରା ଶରୀରରେ ଥିବା ସବୁ ଅଦରକାରୀ ପଦାର୍ଥ ଶରୀରରୁ ଭଲ ଭାବରେ ନିଷ୍କାସିତ ହୋଇପାରିଥାଏ । ଏହା ସହିତ ପ୍ରତିଦିନ ଏକ୍ସରସାଇଜ କରିବା ମଧ୍ୟ ନିହାତି ଦରକାର ହୋଇଥାଏ । କାରଣ ବ୍ୟକ୍ତି ପ୍ରତିଦିନ ଏକ୍ସରସାଇଜ କରିବା ଦ୍ଵାରା ମେଟାପୋଲିଜିମ ସକ୍ରିୟ ହୋଇଯାଇଥାଏ । ଯାହା ଦ୍ଵାରା ଶରୀରରୁ ଅଦରକାରୀ ପଦାର୍ଥ ବାହାରିବାରେ ସହଜ ହୋଇଯାଇଥାଏ ।

ଏହା ଛଡା ସନ୍ତୁଳିତ ଖାଦ୍ୟ ଖାଇବା ସହିତ ସେଥିରେ ସବୁଜ ପନିପରିବା ପରିମାଣ ଅଧିକ ରହିବା ଦରକାର । ଯାହା ଦ୍ଵାରା ଶରୀର ପାଇଁ ଏହା ସଂପୂର୍ଣ୍ଣ ହିତକର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *