ଏହି ୪ ଟି ରାଶିର ବ୍ୟକ୍ତି ଭୁଲରେ ବି ପିନ୍ଧନ୍ତୁ ନାହିଁ କଇଁଛ ମୁଦି, ମାଡି ଆସେ ସଙ୍କଟ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ପ୍ରାୟତଃ ବ୍ୟକ୍ତି ନିଜର ହାତରେ କଇଁଛ ର ମୁଦି ପିନ୍ଧିଥାନ୍ତି । ଏପରିକି ବିଦେଶ ର ଲୋକମାନେ ମଧ୍ୟ କଇଁଛ ମୁଦି ନିଜ ହାତରେ ପିନ୍ଧିଥାନ୍ତି ଏବଂ ତାହା ଉପରେ ବିଶ୍ୱାସ ରଖିଥାନ୍ତି ।

କଇଁଛ ମୁଦି ପିନ୍ଧିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ସତ, କିନ୍ତୁ କିଛି ରାଶି ଏଭଳି ରହିଛି ଯେଉଁ ମାନଙ୍କ ପାଇଁ ଏହା ଅଶୁଭ ହୋଇଥାଏ । ସେହି ରାଶି ଥିବା ବ୍ୟକ୍ତି ମାନେ ଭୁଲ ରେ ମଧ୍ୟ କଇଁଛ ର ମୁଦି ପିନ୍ଧିବା ଉଚିତ ନୁହେଁ ।

ସେହି ରାଶି ଅନ୍ତର୍ଗତ ବ୍ୟକ୍ତି ମାନେ ଯଦି ନିଜ ହାତରେ କଇଁଛ ର ମୁଦି ପିନ୍ଧିବେ ତେବେ ତାଙ୍କୁ ସମସ୍ତ କାର୍ଯ୍ୟ ରେ ଅସଫଳତା ମିଳିବ ଏବଂ ସେମାନେ ଦାରିଦ୍ର୍ୟତା ର ଶିକାର ହେବେ ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ କଇଁଛ ମୁଦି ପିନ୍ଧିବା ଆଦୋୖ ଉଚିତ ନୁହେଁ । ଏହା ସହିତ ଏହା ମଧ୍ୟ କହିବୁ ଯେ କେଉଁ ରାଶି ମାନଙ୍କ ପାଇଁ କଇଁଛ ର ମୁଦି ପିନ୍ଧିବା ଶୁଭଦାୟକ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି କୁ କୌଣସି ମଧ୍ୟ ରତ୍ନ ଧାରଣ କରିବା ପୂର୍ବରୁ ନିଜର ରାଶି ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ନଚେତ ଏହାର କୁପରିଣାମ ତାଙ୍କୁ ଭୋଗ କରିବାକୁ ପଡ଼ିଥାଏ । କଇଁଛ ମୁଦି ପିନ୍ଧିବା ଦ୍ୱାରା ଭଗବାନ ବିଷ୍ଣୁ ଙ୍କ ସହିତ ମାତଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଅବଶ୍ୟ ଲାଭ ହୋଇଥାଏ ।

ତେବେ ଯେଉଁ ରାଶି ଗୁଡିକୁ କଇଁଛ ର ମୁଦି ଧାରଣ କରିବା ଉଚିତ ସେହି ରାଶି ଗୁଡ଼ିକ ହେଉଛନ୍ତି, ‘ବୃଷ ରାଶି’, ‘ମିଥୁନ ରାଶି’, ‘କର୍କଟ ରାଶି’, ‘ତୁଳା ରାଶି’, ‘ସିଂହ ରାଶି’, ‘ଧନୁ ରାଶି’, ‘ମକର ରାଶି’ ଏବଂ ‘କୁମ୍ଭ ରାଶି’ । ଏହି ୮ ଟି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ଙ୍କୁ କଇଁଛ ର ମୁଦି ଅବଶ୍ୟ ଧାରଣ କରିବା ଉଚିତ । ଏହାଦ୍ବାରା ସେମାନଙ୍କୁ କାର୍ଯ୍ୟ ରେ ସଫଳତା ମିଳିଥାଏ ଏବଂ ଜୀବନରେ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଯଦି ସେହି ୪ ଟି ରାଶି ସମ୍ବନ୍ଧରେ କହିବା ଯେଉଁମାନେ କଇଁଛ ର ମୁଦି ପିନ୍ଧିବା ଆଦୋୖ ଉଚିତ ନୁହେଁ, ତେବେ ସେହି ରାଶି ଗୁଡ଼ିକ ହେଉଛନ୍ତି, ‘ବିଚ୍ଛା ରାଶି’, ‘ମେଷ ରାଶି’, ‘ମୀନ ରାଶି’ ଏବଂ ‘କନ୍ୟା ରାଶି’ । ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ଙ୍କୁ କଇଁଛ ର ମୁଦି ଆଦୋୖ ପିନ୍ଧିବା ଉଚିତ ନୁହେଁ । ନଚେତ ଏହାର ଓଲଟା ପ୍ରଭାବ ସେମାନଙ୍କ ଜୀବନରେ ପଡ଼ିଥାଏ ଏବଂ ଦାରିଦ୍ର୍ୟତା ର ଶିକାର ହେବାକୁ ପଡ଼ିଥାଏ । ଏହା ସହିତ ଜୀବନରେ ଦୁଃଖ କ୍ଳେଶ ର ଆଗମନ ମଧ୍ୟ ହୋଇଥାଏ । ତେଣୁ ଏହି ରାଶି ଥିବା ବ୍ୟକ୍ତି ଭୁଲ ରେ ମଧ୍ୟ କଇଁଛ ର ମୁଦି ଧାରଣ କରିବା ଉଚିତ ନୁହେଁ ।

କଇଁଛ ମୁଦି ଧାରଣ କରିବା ସମୟରେ ଏହା ଧ୍ୟାନ ରଖିବେ ଯେ ଯେପରି କଇଁଛ ର ମୁହଁ ଆପଣଙ୍କ ଆଡ଼କୁ ଥିବ । ଯାହାଦ୍ୱାରା ଆପଣଙ୍କ ଆଡ଼କୁ ଧନ ଆକର୍ଷିତ ହେବ ଏବଂ ଧନର ଆଗମନ ହେବ । ଏହା ସହିତ କଇଁଛ ମୁଦି କୁ ହାତର ମଧ୍ୟମା କିମ୍ବା ତର୍ଜନୀ ଆଙ୍ଗୁଠି ରେ ପିନ୍ଧିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *