ନମସ୍କାର ବନ୍ଧୁଗଣ । ନିଦ ହେଉଛି ଭଗବାନ ଙ୍କର ଏକ ଅନବଦ୍ୟ ସୃଷ୍ଟି । ଶରୀର ପାଇଁ ଯେପରି ଖାଦ୍ଯ ପେୟ ର ଆବଶ୍ୟକ ରହିଛି । ସେହିଭଳି ନିଦ ର ମଧ୍ୟ ଆବଶ୍ୟକ ରହିଛି । ଆକଳନ ରୁ ଜଣା ଯାଇଛି, ଯେ ଏକ ମଣିଷ ତାର ଜୀବନ ର ପ୍ରାୟ ଏକ ତୃତୀୟାଂଶ ଶୋଇ ରହିଥାଏ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମଣିଷ ନିଦ ବିନା କେବେ ବଞ୍ଚି ପାରିବ ନାହିଁ । ବିଜ୍ଞାନ ଅନୁସାରେ ଏକ ମଣିଷ କୁ ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ୬ ରୁ ୮ ଘଣ୍ଟା ନିହାତି ଶୋଇବା ଆବଶ୍ୟକ ।
କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ର ସମୟରେ ମଣିଷ ପାଇଁ ଶୋଇବା ଏକ ସ୍ଵପ୍ନ ଭଳି ହୋଇ ଗଲାଣି । ଏହାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଦୈନଦିନ ଜୀବନ ଶୈଳୀ । ଭଲ ନିଦ ନ ହେବା ଯୋଗୁଁ ଆଜିର ସମୟରେ ଅନେକ ଲୋକ ଭିନ୍ନ ଭିଏନଏନ ଭୟାବହ ରୋଗର ସମ୍ମୁଖୀନ ହେଉଛନ୍ତି ।
ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କର ଅସୁବିଧା ଥାଏ, କି ସେମାନଙ୍କର ନିଦ ହେଉ ନାହିଁ । ବନ୍ଧୁଗଣ ଏକ ଭଲ ନିଦ ପାଇଁ ସର୍ବ ପ୍ରଥମେ ବ୍ୟକ୍ତି କୁ ନିଜ ମାନସିକ ସ୍ତର ରେ ନିଜକୁ ପ୍ରସ୍ତୁତ କରିବାକୁ ହେବ । ଯେପରିକି ପ୍ରଥମେ ରାତିରେ ସମୟାନୁସାରେ ଶୀଘ୍ର ଶୋଇବେ ।
ଯାହା ଦ୍ଵାରା ଆପଣ ସକାଳେ ଯଥା ସମୟରେ ଉଠିବା ଦ୍ଵାରା ଆପଣ ଙ୍କର ନିଦ ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବ । ବନ୍ଧୁଗଣ ଜୀବନରେ ଅନେକ କାମ ରହିଥାଏ । ସମସ୍ତେ ନିଜ ନିଜ ଜୀବନରେ ନିଜ ଅନୁସାରେ ଜରୁରୀ କାମ ମାନ କରିଥାନ୍ତି । କିନ୍ତୁ ମନେରଖନ୍ତୁ କାମ ଯେତେ ମଧ୍ୟ ଜରୁରୀ ହେଉ ନା କାହିଁକି କୌଣସି କାମ ଶରୀର ରୁ ଅଧିକ ଜରୁରୀ ହୋଇ ନଥାଏ । ଶରୀର ରେ ନିଦ ର ଅଭାବରୁ ବିଭିନ୍ନ ପ୍ରକାରର ରୋଗ ଜନିତ ସମସ୍ଯା ଗୁଡିକ ଦେଖା ଦେଇଥାଏ ।
ଯେପରିକି ପ୍ରଥମେ ଗ୍ୟାଷ୍ଟିକ, ଦ୍ଵିତୟରେ କେଶ ଛିଣ୍ଡିବା ଝଡିବା । ପ୍ରାୟତଃ ଆଜିର ସମୟରେ ଅଧିକାଂଶ ଯୁବ ପିଢୀ ଠାରେ ଏହି ସମସ୍ଯା ଦେଖିବାକୁ ମିଳୁଛି । ନିଦ ଠିକ ଭାବରେ ନ ହେବା ଦ୍ଵାରା ଶରୀରରେ ଏକ ଚିଡ ଚିଡା ଭାବ ମଧ୍ୟ ଉତ୍ପନ ହୋଇଥାଏ । ଜୀବନ ଅତି ଭୟାବହ ଲାଗିବାକୁ ଲାଗେ ।
କିଛି ଲୋକ ନିଦ ନ ହେବା କାରଣ ରୁ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ ଓ ସୋସିୟାଲ ମିଡିଆ ର ବ୍ୟବହାର କରିଥାନ୍ତି । ଯାହା ବନ୍ଧୁଗଣ ଖୁବ ଖରାପ ହୋଇଥାଏ । ବାସ୍ତବରେ ନିଦ ନ ହେବାର କାରଣ ହିଁ ଏହି ଉପକରଣ ଗୁଡିକ ହୋଇଥାନ୍ତି । ବନ୍ଧୁଗଣ ଏକ ଭଲ ନିଦ ପାଇଁ ସର୍ବପ୍ରଥମେ ଏକ ଶୋଇବାର ନିର୍ଦ୍ଧିଷ୍ଟ ସମୟ ନିର୍ଧାରିତ କରନ୍ତୁ ।
ଏହାପରେ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ପ୍ରଥମେ ନିଜ ମୋବାଇଲ କୁ ସାଇଲେନ୍ଟ କରି ସମସ୍ତ ଇଲୋକଟ୍ରୋନିକ ଉପକରଣ ଗୁଡିକୁ ନିଜ ଠାରୁ କିଛି ଦୂର ରେ ରଖି କିଛି ଭଲ ଆକ୍ଟିଭୀଟି କରିବା ଉଚିତ । ଯେପରି କି କୌଣସି ପ୍ରକାର ର ସ୍ଲୋ ମିଉଜିକ ଶୁଣିବା ବା କିଛି ବହି ପଢିବା ନଚେତ ଆପଣ ଚାହିଁଲେ କିଛି ସମୟ ପାଇଁ ଯୋଗ ମଧ୍ୟ କରି ପାରନ୍ତି । ଏହି ଗୁଡିକ କରିବା ଦ୍ଵାରା ଆପଣଙ୍କୁ ଖୁବ ଶୀଘ୍ର ନିଦ ଆସିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଯଦି ଏହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ