Samudrika Shastra- ଭାଗ୍ୟଶାଳୀ ପୁରୁଷଙ୍କ ମଧ୍ୟରେ ଥାଏ ଏହି 4 ଟି ଲକ୍ଷଣ, ଯାହା କହିଥାଏ କି ବହୁତ ଜଲ୍ଦି ସେମାନେ ହେବେ କୋଟିପତି

ଯେପରି ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ, ସେହିପରି ପୁରୁଷକୁ ମଧ୍ୟ ପାଳନକର୍ତ୍ତା ଶ୍ରୀହରି ବିଷ୍ଣୁଙ୍କ ସ୍ୱରୂପ ବୋଲି କୁହାଯାଏ । ସମୁଦ୍ରଶାସ୍ତ୍ରରେ କେବଳ ଭାଗ୍ୟଶାଳୀ ସ୍ତ୍ରୀ ବିଷୟରେ ନୁହେଁ, ମାତ୍ର ଭାଗ୍ୟଶାଳୀ ପୁରୁଷ ବିଷୟରେ ମଧ୍ୟ ଉଲ୍ଲେଖ ଅଛି ।

ପୁରୁଷଙ୍କ ଶରୀରର ଗଠନ ଓ ସେମାନଙ୍କ ଆଚରଣରୁ ମଧ୍ୟ ସେମାନଙ୍କ ଭାଗ୍ୟ ବିଷୟରେ ଜାଣିହେବ । ତେବେ ଆସନ୍ତୁ ପୁରୁଷଙ୍କ ସେହି ଲକ୍ଷଣ ଗୁଡ଼ିକ ବିଷୟରେ ଜାଣିବା ଯେଉଁଥିରୁ ଜଣା ପଡ଼େ ସେ ଭାଗ୍ୟଶାଳୀ ଅଟନ୍ତି କି ନାହିଁ ।

ଚଉଡା ମଥା

ଯଦି କୌଣସି ପୁରୁଷଙ୍କ ମଥା ୪ ଆଙ୍ଗୁଳି ଯେତିକି ଚଉଡା ଥାଏ, ତେବେ ସେ ବହୁତ ଭାଗ୍ୟଶାଳୀ ବୋଲି ମାନାଯାଏ । ସବୁବେଳେ ଭାଗ୍ୟ ତାଙ୍କ ସାଥିରେ ରୁହେ । ନୂଆ କାର୍ଯ୍ୟରେ ମଧ୍ୟ ସବୁବେଳେ ସଫଳତା ମିଳେ । ମାତ୍ର ଚଉଡା ମଥାରେ ମଧ୍ୟ କୌଣସି ପ୍ରକାରର ପୋଡ଼ା ଦାଗ ବା ପଡି ଯାଇ ଆଘାତ ଲାଗିଥିବା ଦାଗ ଥିଲେ, ସେପରି ପୁରୁଷଙ୍କୁ ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ । ଭଲ ଭାଗ୍ୟ ପାଇଁ ମଥା ଚଉଡା ଏବଂ ସଫା ଥିବା ଆବଶ୍ୟକ ।

କଣ୍ଠରେ ସ୍ପଷ୍ଟତା

ଯେଉଁ ବ୍ୟକ୍ତିଙ୍କ କଣ୍ଠ ସ୍ବର ତେଜ ଓ ସ୍ପଷ୍ଟ ବୁଝା ପଡେ, ଏପରି ବ୍ୟକ୍ତିଙ୍କ ସୂର୍ଯ୍ୟ ଖୁବ୍ ମଜବୁତ୍ ହୋଇଥାଏ । ସେମାନେ ଚାକିରି, ବ୍ୟବସାୟ, ଧନ ଓ ଐଶ୍ୱର୍ଯ୍ୟ ଶୀଘ୍ର ପ୍ରାପ୍ତ କରନ୍ତି । ଯେକୌଣସି କ୍ଷେତ୍ରରେ ମଧ୍ୟ ନିଜ ନିଷ୍ଠାରେ ସେମାନେ ସଫଳତା ପ୍ରାପ୍ତ କରି ପାରନ୍ତି । ଏମାନଙ୍କ ତୁଳନାରେ ଯେଉଁ ପୁରୁଷ ଧୀରେ କଥା କୁହନ୍ତି ଏବଂ ଯାହାର ସ୍ବର ପତଳା ଓ ଅସ୍ପଷ୍ଟ ହୋଇଥାଏ, ଏପରି ପୁରୁଷ ଜୀବନରେ ପଛରେ ରହିଯାନ୍ତି । ସେମାନଙ୍କୁ ସଫଳତା ପ୍ରାପ୍ତ କରିବାକୁ ଅନେକ ସମୟ ଲାଗିଯାଏ ।

କଳା, ବଡ଼ ଓ ଚମକୁଥିବା ଆଖି

ଆମ ଆଖି ଆମ ବ୍ୟକ୍ତିତ୍ୱର ଦର୍ପଣ ଅଟେ । ସେଥିପାଇଁ ଆଖିରୁ ମଣିଷର ମନ ଭିତରକୁ ଦେଖି ହୁଏ ବୋଲି କୁହାଯାଏ । ଯଦି କେଉଁ ପୁରୁଷଙ୍କ ଆଖି ବଡ଼, କଳା ଏବଂ ସୁନ୍ଦର ହୋଇଥାଏ, ଭିତରକୁ ପଶି ଯାଇଥିବା ଏବଂ ଆଖି ତଳେ କୌଣସି କଳା ଦାଗ ନ ଥାଏ ଏପରି ପୁରୁଷ ଉପରେ ସ୍ଵୟଂ ଶ୍ରୀହରି ନାରାୟଣଙ୍କ କୃପା ରହିଥାଏ । ତାଙ୍କ ଚନ୍ଦ୍ର ସର୍ବଦା ଚମକି ଥାଏ ଓ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ । ତାଙ୍କ ବୈବାହିକ ଜୀବନ ମଧ୍ୟ ଖୁବ୍ ସୁଖମୟ ହୋଇଥାଏ ।

ବାମ ଗୋଡର ଦ୍ଵିତୀୟ ଆଙ୍ଗୁଠି ବଡ଼

ପୁରୁଷଙ୍କ ଗୋଡ଼ରୁ ମଧ୍ୟ ସେ ଭାଗ୍ୟବାନ ଅଟନ୍ତି କି ନାହିଁ ତାହା ଜାଣି ହେବ । ସେଥିପାଇଁ ଆଗ କାଳରେ ଘରର ବଡ଼ ଲୋକମାନେ ସମ୍ପର୍କ ବାନ୍ଧିବା ଆଗରୁ ପୁଅ ଓ ଝିଅ ଙ୍କ ପାଦ ଦେଖୁଥିଲେ । ଯଦି ବାମ ଗୋଡ଼ର ଦ୍ଵିତୀୟ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ, ତେବେ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ, ସହନଶୀଳ ଓ କରୁଣାରେ ଭରପୁର ହୋଇଥାଏ । ଯଦି କେଉଁ ବ୍ୟକ୍ତି ଚାଲିବା ସମୟରେ ଗୋଡ଼ ଘୋଷାଡି ଚାଲେ ତେବେ ତାଙ୍କ ବ୍ୟକ୍ତିତ୍ଵ ଭରସାମୟ ନୁହେଁ ବୋଲି କୁହାଯାଏ ।

ଏହି ସବୁ ଲକ୍ଷଣରୁ ଆପଣ ବ୍ୟକ୍ତିଙ୍କ ପୁରୁଷଙ୍କ ଭାଗ୍ୟ ଏବଂ ବ୍ୟକ୍ତିତ୍ଵ କିପରି ତାହା ଜାଣି ପାରିବେ । ଏହା ବ୍ୟତୀତ ବ୍ୟକ୍ତିର ସ୍ଵଭାବରୁ ମଧ୍ୟ ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ହୁଏ । ଯେଉଁ ପୁରୁଷ ସ୍ଵୟଂ ପ୍ରଶଂସା କରେ ନାହିଁ ଓ ଯାହା ମଧ୍ୟରେ ଅହଙ୍କାର ନ ଥାଏ, ଏପରି ବ୍ୟକ୍ତି ଉପରେ ସୂର୍ଯ୍ୟଦେବ ଅତି ପ୍ରସନ୍ନ ରହିଥାନ୍ତି । ଯେଉଁ ପୁରୁଷ, ସ୍ତ୍ରୀ ମାନଙ୍କର ସମ୍ମାନ କରିଥାଏ ତା ଉପରେ ଶନି ଦେବ କୃପା କରିଥାନ୍ତି । ଯେଉଁ ପୁରୁଷଙ୍କ ହସ ମନମୁଗ୍ଧକର ହୋଇଥାଏ, ତାଙ୍କ ଉପରେ ମା ଲକ୍ଷ୍ମୀ ସର୍ବଦା କୃପା ବଜାୟ ରଖନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *