ଆପଣ ପାନ ପତ୍ର ଖାଉଛନ୍ତି କି ? ତ ଏହାକୁ ଏହାକୁ ଥରେ ମିଶ୍ଚୟ ଦେଖନ୍ତୁ (Betel leaf benefits)

ବନ୍ଧୁଗଣ, ପାନ ଦ୍ଵାରା ଆମ୍ଭେ ରୋଗର ଉପଚାର କରି ପାରିବା । ପାନର ପୂଜା ସଂସ୍କୃତି ପୂଜା ଆଦିରେ ବହୁତ ମହତ୍ଵ ପୂର୍ଣ୍ଣ ସ୍ଥାନ ରହିଅଛି । ବହୁତ ଲୋକ ଖାଦ୍ୟ ଖାଇ ସାରିବା ପରେ ଖାଦ୍ୟ ହଜମ ତଥା ପାଟିର ସ୍ଵାଦ ନିମନ୍ତେ ପାନ ଖାଇଥାନ୍ତି । ଏହାଛଡା ଧର୍ମ ସଂସ୍କାର ର କ୍ରିୟା ରେ ମଧ୍ୟ ପାନ ବିନା ସମ୍ଭବ ନୁହେଁ । ମାତ୍ର ବହୁତ କମ ଲୋକ ଜାଣିଛନ୍ତି ଏହା କେବଳ ମୁହଁର ସ୍ଵାଦ ପାଇଁ ନୁହେଁ ବରଂ ଶରୀରକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ବଞ୍ଚାଇ ଥାଏ । ଆସନ୍ତୁ ବର୍ତ୍ତମାନ ଜାଣିବା ପାନ ପତ୍ରର କିଛି ଔଷଧୀୟ ଗୁଣ ସମ୍ବନ୍ଧରେ ।

୧- ସର୍ବ ପ୍ରଥମେ ଯଦି ଆପଣଙ୍କୁ ପାଇରିଆ ରୋଗ ଅଛି, ତେବେ ଆପଣ ବିଭିନ୍ନ ପ୍ରକାରର ଔଷଧର ସେବନ ନିହାତି କରୁଥିବେ । କିନ୍ତୁ ଯଦି ଆପଣ ପାନରେ ଶ୍ରୀ କର୍ପୁର ମିଶାଇ ସେବନ କରିବେ, ତେବେ ଖୁବ ଶୀଘ୍ର ଆପଣଙ୍କର ପାଇରିଆ ସମସ୍ୟା ଦୂର ହୋଇଯିବ । କିନ୍ତୁ ଆପଣ ଗୋଟେ କଥାର ଧ୍ୟାନ ରଖନ୍ତୁ ଯେ ଏହିଭଳି ପାନପତ୍ର ଚୋବାଇବା ବେଳେ ତାହାର ରସ କୁ ନିଜ ପେଟ ଭିତରକୁ ନିଅନ୍ତୁ ନାହିଁ ।

୨- ଯଦି ଆପଣଙ୍କୁ କାଶ ହେଉଅଛି, ତେବେ ଆପଣ ହଳଦୀ କୁ ଗରମ କରି ପାନରେ ମିଶାନ୍ତୁ । ଏବଂ ଏହାପରେ ପାନ କୁ ଚୋବାନ୍ତୁ । ଯଦି ଆପଣଙ୍କ କାଶ କମୁନାହିଁ ତେବେ ଆପଣ ହଳଦୀ ସହିତ ଜୁଆଣୀ ମଧ୍ୟ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଚୋବାନ୍ତୁ ଆପଣଙ୍କୁ ଜଲ୍ଦି ଆରାମ ମିଳିବ ।

୩- ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ପାନରେ ଅଳ୍ପ ଲବଙ୍ଗ ମିଶାଇ ଚୋବାନ୍ତୁ । ଏହା ଦ୍ଵାରା ଥଣ୍ଡା ଜଲ୍ଦି ଛାଡି ଯାଇଥାଏ । ଏବଂ ଆପଣଙ୍କୁ ଆରାମ ମିଳିଥାଏ ।

୪- ଯେଉଁ ବ୍ୟକ୍ତି ଙ୍କୁ କିଡ୍ନି ସମ୍ବନ୍ଧିତ ରୋଗ ଅଛି ସେମାନେ ଦିନରେ ୨ ଥର ସକାଳେ ଏବଂ ସନ୍ଧ୍ୟାରେ ପାନ ନିହାତି ଭାବରେ ଚୋବାନ୍ତୁ । ଏହାଦ୍ଵାରା ଆପଣଙ୍କ ପେଟରେ ଆବର୍ଜନା ସଫା ହୋଇଯାଇଥାଏ ଏବଂ କିଡ୍ନି ର କାର୍ଯ୍ୟ କ୍ଷମତା ରେ ବୃଦ୍ଧି ହୋଇଥାଏ ।

୫- ଶ୍ଵାସ ସମସ୍ୟା ନିମନ୍ତେ ଆପଣ ପାନପତ୍ରର ବ୍ୟବହାର କରି ପାରିବେ । ଏହାପାଇଁ ଆପଣ ପାନର ତେଲ କୁ କାଢି ନିଅନ୍ତୁ । ଏବଂ ତାହାକୁ ଗରମ କରି ନିଅନ୍ତୁ । ଏହାପରେ ଏହି ତେଲ କୁ ନେଇ ନିଜ ଶରୀରରେ ସେକନ୍ତୁ । ଆପଣ ଏହି ଉପାୟଟିକୁ ୧ ମାସ ପର୍ଯ୍ୟନ୍ତ କରନ୍ତୁ । ଆପଣ ଏହାର ଲାଭ ଅନୁଭବ କରି ପାରିବେ ।

୬- ପରିସ୍ରା କମ ହେବା ବହୁତ ଲୋକଙ୍କ ଏକ ବଡ ସମସ୍ୟା ଅଟେ । କିଛି ବ୍ୟକ୍ତି ଙ୍କୁ ଅଳ୍ପ ମୁତ୍ର ରୋଗ ହୋଇଥାଏ । ସେମାନଙ୍କୁ ପେଟ ସମ୍ବନ୍ଧିତ ଅନେକ ରୋଗର ଶିକାର ହେବାକୁ ପଡିଥାଏ । ଏହି ସମସ୍ୟା ରୁ ବଞ୍ଚିବା ପାଇଁ ଆପଣ ପାନ ପତ୍ର ରୁ ରସ ବାହାର କରି ପତଳା କ୍ଷୀର ସହିତ ସେବନ କରନ୍ତୁ । ବନ୍ଧୁଗଣ ଏହି ଉପାୟ ମାନ ଆପଣ ମାନେ ନିଶ୍ଚିତ ପ୍ରୟୋଗ କରନ୍ତୁ । ଏହା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ଅଟେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *