Jyotish Shastra- 30 ଏପ୍ରିଲ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, 4 ଟି ରାଶିରେ ଧନର ବର୍ଷା, 4ଟି ରାଶିରେ ଭୟଙ୍କର ଘଟଣା !

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ସମୁଦାୟ କେତୋଟି ସୂର୍ଯ୍ୟଗ୍ରହଣ ତଥା ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି । ମୋଟ ୨ ଟି ଆଂଶିକ ସୂର୍ଯ୍ୟ ପରାଗ ଲାଗିବ ଏବଂ ୨ ଟି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ । ସଂଯୋଗ ଅନୁସାରେ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବ । ସୂର୍ଯ୍ୟ ପରାଗ କେବଳ ଆଂଶିକ ରହିବ ଏବଂ ଚନ୍ଦ୍ର ଗ୍ରହଣ ୨ ଟି ପୂର୍ଣ୍ଣ ରହିବ । ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି ଏପ୍ରିଲ ୩୦ ତାରିଖରେ ।

ଏହି ସୂର୍ଯ୍ୟ ପରାଗ ଭାରତ ରେ ଦେଖା ଦେବା ନାହିଁ କିନ୍ତୁ ଏହି ପରାଗ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟାଟିକା ଦକ୍ଷିଣ ଭାଗରେ ଦେଖାଦେବ । ସେଥିପାଇଁ ଏହି ଜାଗା ମାନଙ୍କରେ ଗ୍ରହଣ ର ପ୍ରଭାବ ବହୁତ ଅଧିକ ରହିବ । ଭାରତୀୟ ସମୟ ଅନୁସାରେ ଏହା ରାତ୍ର ୧୨.୧୫ ରେ ଆରମ୍ଭ ହୋଇ ସକାଳ ୪.୭ ରେ ଶେଷ ହେବ । ଏହି ପରାଗ ପ୍ରାୟ ୪ ଘଣ୍ଟା ରହିବ । ମାତ୍ର ଏହା ପ୍ରଭାବରେ କିଛି ବିଶେଷ ରାଶି ଅଛନ୍ତି ଯେଉଁ ମାନଙ୍କ ଜୀବନଶୈଳୀ ରେ ନାନା ପ୍ରକାରର ପରିବର୍ତ୍ତନ ହେବ ।

ତେବେ ଏହି ପରାଗ ଫଳରେ ମାତା ଲକ୍ଷ୍ମୀ ଙ୍କ କୃପାରୁ ମେଷ, ବୃଷ, କର୍କଟ ଏବଂ ତୁଳା ରାଶିଙ୍କ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହେବ । ପରିବାର ଲୋକଙ୍କ ସହଯୋଗ ସହିତ ସମାଜରେ ମାନ ସନ୍ନମାନ ସ୍ଥାପନ ହେବ । ସମସ୍ତ କାର୍ଯ୍ୟ ରେ ଆପଣ ମାନେ ସଫଳ ହେବେ ।

ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଗ୍ରସର ଏବଂ ଉନ୍ନତି ହାସଲ କରିବେ । ଏବଂ ମକର, ସିଂହ, ମିଥୁନ, ମୀନ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ନାନା ପ୍ରକାରର ସମସ୍ୟା ଉତ୍ପନ୍ନ ହେବ ଏଣୁ ବେଳ ଥାଉ ଥାଉ ସାବଧାନତାର ସହିତ ଆପଣ ଜୀବନଯାପନ କରନ୍ତୁ । ତେବେ ଦ୍ଵିତୀୟ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି ୨୫ ଅକ୍ଟୋବର ମଙ୍ଗଳବାର ଦିନ । ଏହି ସୂର୍ଯ୍ୟ ପରାଗ ଦୀପାବଳି ପରଦିନ ଲାଗିବାକୁ ଯାଉଅଛି । ଏହି ପରାଗ ଭାରତରେ ଦେଖାଦେବ । ଏହା ଆଂଶିକ ଭାବରେ ରହିବ । ଏହାର ସମସ୍ତ ନିୟମ ମଧ୍ୟ ମାନ୍ୟ ରହିବ ।

ଏହି ପରାଗ ଉତ୍ତର ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ରେ ଦେଖାଦେବ । ସମୟ ଅନୁସାରେ ଏହା ଭାରତରେ ଏବଂ ଓଡିଶା ରେ ମଧ୍ୟ ମାନ୍ୟ ହେବ ଏବଂ ଗ୍ରହଣ ଲାଗିବାର ସମୟ ହେଉଛି ଦିନ ୨.୨୮ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୩୨ ରେ ସମାପ୍ତ ହେବ । ଏହି ଗ୍ରହଣ ୪ ଘଣ୍ଟା ସମାନ ରହିବ ।

ତେବେ ଏହି ଗ୍ରହଣ ଆଂଶିକ ଭାବରେ ଭାରତରେ ଏବଂ ଓଡିଶାରେ ଦେଖାଦେବା କାରଣରୁ ଦେବନିତୀ ନିଷେଧ ରହିବ ଏବଂ ପାକ ନିଷେଧ ମଧ୍ୟ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *