ବନ୍ଧୁଗଣ, ଆଜି ଆମେ କଥା ହେଉଛୁ ଜୁଆଣି ବିଷୟରେ ଯାହାର ଔଷଧୀୟ ଗୁଣ ଆମେ ଖବର କାଗଜରେ ପଢ଼ୁ ଏବଂ ଟିଭି ରେ ଦେଖିଥାଉ । ଜୁଆଣି ଆମ ଶରୀରର ହଜମ କ୍ରିୟାରେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହାର ପତ୍ର ପୁରୁଷ ଶରୀରର ଶାରୀରିକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହାଛଡା ଓଜନ କମେଇବା ପାଇଁ, ମେଟାବୋଲିସମ୍ ବୃଦ୍ଧି କରିବା ତଥା ପେଟ ସହ ଜଡ଼ିତ ଗ୍ୟାସ୍,କଫ, ଏସିଡିଟିର ସମସ୍ୟା, ଡାଇବେଟିସ ଭଳି ସମସ୍ୟାକୁ ଦୂର କରିଥାଏ ।
ଜୁଆଣି ର ଦୁଇଟି ପତ୍ର ନେଇ ଏହାକୁ ଛେଚି ତମ୍ବା ପାତ୍ର ରେ ପାଣି ରଖି ସେଇ ପାଣିରେ ଗୁଡ଼ ମିଳାଇ ଏହାକୁ ଖାଇଲେ ପୁରୁଣା ରୁ ଅତି ପୁରୁଣା ପେଟ ସହ ଜଡ଼ିତ ରୋଗ ଦୂର ହୋଇଥାଏ । ଯେଉଁମାନେ ମୋଟା ଜନିତ ସମସ୍ୟା ଭୋଗୁଛନ୍ତି ପୁରୁଷ ଓ ମହିଳା ସେମାନେ ଜୁଆଣି ପତ୍ରକୁ ଖାଇଲେ ଶରୀରର ଜମା ହୋଇଥିବା ଚର୍ବି ଧୀରେ ଧୀରେ କମିଯାଏ । ଏହା ଆୟୁର୍ବେଦ ପୁସ୍ତକ ଅଷ୍ଟାଙ୍ଗ ହୃଦୟମରେ ଲେଖା ହୋଇଛି ।
ଜୁଆଣି ର ତିନି ଚାରୋଟି ପତ୍ର ବାଟି ସେଥିରେ ଲେମ୍ବୁ ଓ ମହୁ ମିଶାଇ ଖାଇଲେ ଏହା ଦ୍ଵାରା ଶରୀରର ଓଜନ କମିଯାଏ । ମାତ୍ର ଗୋଟିଏ ସପ୍ତାହରେ ଶରୀରର ଓଜନ ସାତରୁ ଦଶ କିଲୋ ପର୍ଯ୍ୟନ୍ତ କମିଥାଏ । ହାଡ଼ ଜନିତ ସମସ୍ୟା ବିଶେଷ କରି ଶରୀରର ଗଣ୍ଠି ସ୍ଥାନରେ ହେଉଥିବା କଷ୍ଟ ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ ।
ଜୁଆଣର ତିନିରୁ ଚାରୋଟି ପତ୍ର ନେଇ ସେଥିରେ ଆଲୋଭେରା ଜେଲ୍ ଏବଂ ମେଥି ଗୁଣ୍ଡ ମିଶାଇ ଦରଜ ହେଉଥିବା ଜାଗାରେ ଲଗାଇଲେ ସେଥିରୁ ଆରାମ ମିଳିଥାଏ । ଏହି ମିଶ୍ରଣରେ କିଛି ପରିମାଣରେ ହଳଦୀ ମିଶାଇ ଦରଜ ହେଉଥିବା ସ୍ଥାନରେ ଏକ କପଡା ସାହାଯ୍ୟରେ ବାନ୍ଧିଲେ ଅତି ଶୀଘ୍ର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ପୁରୁଷ ଶରୀରର ଦୁର୍ବଳତା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । ଜୁଆଣି ପତ୍ର ପ୍ରତେକ ଦିନ ସକାଳେ ଅଶ୍ଵଗନ୍ଧା ପାଉଡର ସହ ମିଳାଇ ଖାଇଲେ ଶରୀରରେ ଫୁର୍ତୀ ଆସିଥାଏ ।
କିଡନୀ ଜନିତ ସମସ୍ୟା, କେଶର ରଙ୍ଗ କଳା ରଖିବା, ହଜମ କ୍ରିୟା, ଥଣ୍ଡା କାଶ ଜ୍ୱର, ବ୍ଲଡ଼ ପ୍ରେସର୍ ଓ ଆସିଡଟି ସମସ୍ୟାର ସମାଧାନ କରିବାରେ ଏହା ଅତ୍ୟନ୍ତ ଫଳପ୍ରଦ ଅଟେ ବିଭିନ୍ନ ବ୍ୟାକ୍ଟେରିଆ ଜନିତ ରୋଗ, ଫଙ୍ଗି ଦାଉରୁ ମଧ୍ୟ ଏହା ଆମକୁ ସୁରକ୍ଷା ଦେଇଥାଏ । କିନ୍ତୁ ପ୍ରେଗନେଣ୍ଟ ହୋଇଥିବା ମହିଳା ଏହାକୁ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ୍ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ