ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ଚିହ୍ନ ବା ଆକୃତି ଓ ଜାଣନ୍ତୁ ନିଜ ସମସ୍ଯା ଓ ତାହାର ସମାଧାନ- Personality Test

ମନତତ୍ତ୍ଵ ବିଜ୍ଞାନ ଅନୁସାରେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏକ ପ୍ରକୃତି ଲୁଚି ରହିଥାଏ, ଯେଉଁ ଗୁଡକୁ କିଛି ଚିହ୍ନ ସ୍ଵରୂପ ଦର୍ଶା ଯାଇଥାଏ । ସେହି ଚିହ୍ନର ଆଧାରରେ ଆପଣ ନିଜ ବର୍ତ୍ତମାନ ଜୀବନ ଓ ଭବିଷ୍ୟତ ଘଟଣା ଗୁଡ଼ିକ ବିଷୟରେ ଏକ ସାଙ୍କେତିକ ଅର୍ଥ ବୁଝି ପାରିବେ ।

ଏଠାରେ ଆମେ ଆପଣଙ୍କୁ ୫ଟି ଚିହ୍ନ ଦେଖାଇଛୁ, ସେଥିରୁ ଆପଣ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ଜୀବନରେ ଚାଲିଥିବା ସମସ୍ୟା ଏବଂ ତାର ସମାଧାନ । ପ୍ରଥମ ଚିହ୍ନ- ଚନ୍ଦ୍ରମା- ଚନ୍ଦ୍ରମା ଭାବନାକୁ ଦର୍ଶାଏ । ଚନ୍ଦ୍ରମା ଚୟନ କରିବାର ଅର୍ଥ ହେଉଛି ଆପଣ କେଉଁ ନା କେଉଁ ବିଷୟକୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି । ଆପଣଙ୍କ ହୃଦୟରେ ଏପରି କିଛି କଥା ଅଛି ଯାହା ଆପଣଙ୍କୁ ବ୍ୟତିବ୍ୟସ୍ତ କରୁଛି ।

ଏହା ଏତେ ଅଧିକ ଯେ ଆପଣଙ୍କୁ ରାତିରେ ମଧ୍ୟ ଭଲରେ ନିଦ ହେଉନାହିଁ । ତେବେ ଏହି ଚିନ୍ତାର କାରଣ ଆପଣ ବୁଝିବା ଆବଶ୍ୟକ ରହିଛି । ଏହା ଆପଣଙ୍କ ମଧ୍ୟରେ ଥିବା କୌଣସି ଘୃଣା, କ୍ରୋଧ ଓ ଗ୍ଲାନିର ଭାବନା କିମ୍ବା କୌଣସି କାର୍ଯ୍ୟ ସମ୍ପନ୍ନ କରିବାର ଇଚ୍ଛା ମଧ୍ୟ ହୋଇପାରେ । ଏଥିପାଇଁ ଆପଣଙ୍କୁ ନିଜ ଭାବନା ଅନ୍ୟ ସହ ବାଣ୍ଟିବା ଓ ବୁଝିବା ଦ୍ବାରା ଆପଣ ଏଥିରୁ ବାହାରି ପାରିବେ ।

୨- ଦ୍ଵିତୀୟ ଚିହ୍ନ- ଚାବି*

ଆଧ୍ୟାତ୍ମକ ଭାବେ ଚାବିକୁ ପଥ ପ୍ରଦର୍ଶକ ଭାବେ ଦେଖାଯାଏ । ଏହା ଆପଣ ବାଛିଥିବା ରାସ୍ତା ବା ଆପଣଙ୍କ ବିଶ୍ୱାସ ବିଷୟରେ ଜଣାଇ ଥାଏ । ଚାବି ବାଛିବାର ଅର୍ଥ ହେଉଛି ଆପଣଙ୍କ ମନରେ ଥିବା କେଉଁ ପ୍ରଶ୍ନର ଆପଣ ଉତ୍ତର ପାଇବାକୁ ଚାହାଁନ୍ତି । ସମ୍ଭତଃ ନିଜ ଜୀବନର କୌଣସି ନିର୍ଣ୍ଣୟକୁ ନେଇ ଆପଣ ଦ୍ବିଧାରେ ଅଛନ୍ତି ଓ ଆପଣ ବୋରିଂ ଅନୁଭବ କରୁଛନ୍ତି । ମାତ୍ର ସମସ୍ତ ବିଷୟ ଭଲ ଭାବେ ବୁଝିବା ପାଇଁv ମାନସିକ ଭାବେ ତାଜା ରହିବା ଆବଶ୍ୟକ ଅଟେ । ଏହାର ସବୁଠୁ ଉତ୍ତମ ଉପାୟ ହେଉଛି ଆପଣ ବାହାରକୁ ବୁଲି ଯିବା ଆବଶ୍ୟକ ରହିଛି ।

ତୃତୀୟ ଚିହ୍ନ- ସିଂହ

ଏହା ଆପଣଙ୍କ ନିର୍ଣ୍ଣୟ ବା ଆପଣ ଚାଲୁଥିବା ରାସ୍ତାକୁ ନେଇ କିଛି ସଙ୍କେତ ଦେଉଛି । ଏହା ଚୟନ କରିବାର ଅର୍ଥ ହେଉଛି ଆପଣଙ୍କୁ ନିଜ ଜୀବନ ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି । ସମ୍ଭବତଃ ଆପଣ ଯେଉଁ ରାସ୍ତାରେ ଯେଉଁ ଚିନ୍ତାଧାରାରେ ଆଗକୁ ବଢ଼ୁଛନ୍ତି ସେଥିରେ ସୁଧାର ଆଣିବା ଆବଶ୍ୟକ ରହିଛି ବା ତାହା ଭୁଲ୍ ଅଟେ । ସେଥିପାଇଁ ସମୟ ଥାଉ ଥାଉ ନିଜ କ୍ଷମତା ଉପରେ ଆତ୍ମବିଶ୍ବାସ ସହ ସେଥିରେ ପରିବର୍ତ୍ତନ ଆଣିବା ଆପଣଙ୍କ ପାଇଁ ଲାଭ ହେବ ।

ଚତୁର୍ଥ ଚିହ୍ନ- ସମୟ ଘଡି

ଏହା ବଦଳୁ ଥିବା ସମୟର ପ୍ରତୀକ ଅଟେ । ଏହା ବାଛିବାର ଅର୍ଥ ହେଉଛି ଆପଣ ମାନସିକ ଭାବେ କୌଣସି ପରିସ୍ଥିତିରେ ଫସି ରହିଛନ୍ତି । ଏହା ବର୍ତ୍ତମାନ କିମ୍ବା ଅତୀତର କୌଣସି ତିକ୍ତ ଅନୁଭୂତି ହୋଇପାରେ, ଯେଉଁଥିରୁ ଆପଣ ବାହାରି ପାରୁ ନାହାଁନ୍ତି । ମାତ୍ର ଜୀବନରେ କିଛି ମାତ୍ର ସ୍ଥାୟୀ ନୁହେଁ ଏହା ଆପଣ ବୁଝିବା ଆବଶ୍ୟକ ରହିଛି । ଯାହା ଦ୍ଵାରା ଆପଣ ଏହି ସ୍ଥିତିରୁ ବାହାରି ପାରିବେ ।

ପଞ୍ଚମ ଚିହ୍ନ- ତାରକା

ଏହାକୁ ଶୈତାନି ଶକ୍ତି ସହ ଜଡ଼ିତ ବୋଲି ମାନାଯାଏ । ଏହାକୁ ବାଛିବାର ଅର୍ଥ ଆପଣ କୌଣସି ଶୈତାନି ଶକ୍ତି ବା ନକାରାତ୍ମକ ଭାବନାର ଶିକାର ହୋଇ ସାରିଛନ୍ତି ଓ ସେଥିରୁ ବାହାରିବା ପାଇଁ ବ୍ୟାକୁଳ ହେଉଛନ୍ତି । ଏହି ଚିହ୍ନ ଆପଣଙ୍କୁ ଦର୍ଶାଇ ଦିଏ ଯେ ଆପଣଙ୍କ ଜୀବନରେ ଭଲ ଏବଂ ମନ୍ଦ ପରିସ୍ଥିତି ଆଣିବା ଆପଣଙ୍କ ହାତରେ ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରେ । ସେଥିପାଇଁ ନିଜ ଦୁର୍ବଳତା ଉପରେ କାବୁ ପାଇବା ଆବଶ୍ୟକ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *