Health Tips- ଅତ୍ୟଧିକ ଗୋଡ ବିନ୍ଧା ହେଉଛି କି ? ଜାଣନ୍ତୁ ଏହାର କାରଣ ସହ ଘରୋଇ ଚିକିତ୍ସା

ନମସ୍କାର ବନ୍ଧୁଗଣ । ଅନେକ ଲୋକଙ୍କର ଗୋଡ ବିନ୍ଧା ଜନିତ ସମସ୍ଯା ହେବାର ଦେଖା ଯାଇଥାଏ । ଯଦି ଆପଣ କୌଣସି କଠିନ ପରିଶ୍ରମ କରୁଛନ୍ତି, କିମ୍ବା ଦିନ ସାରା କାମ କରି କରି ବିଶ୍ରାମ ପାଇଁ ସମୟ ପାଇ ପାରୁ ନାହାନ୍ତି, ତେବେ ସେହି କ୍ଷେତ୍ରରେ ଏହା କିଛି ଚିନ୍ତା ର ବିଷୟ ନୁହେଁ । କାରଣ ଏହା ଆପଣ ଙ୍କ ଶରୀରୀର୍କ ପରିଶ୍ରରାମ ର କାରଣ ରୁ ପୀଡା ଦେଖା ଦେଇଥାଏ ।

କିନ୍ତୁ ବନ୍ଧୁଗଣ ଯଦି ଆପଣ କିଛି ସେପରି ପରିଶ୍ରମ ନ କରି ମଧ୍ୟ ଯଦି କ୍ଳାନ୍ତ ଅନୁଭବ କରୁଛନ୍ତି ବା ଆପଣ ଙ୍କର ଗୋଡ ରେ ଭୀଷଣ ଯନ୍ତ୍ରଣା ଦେଖା ଦେଉଛି ତେବେ ଏହା କିଛି ଚିନ୍ତାର କାରଣ ମଧ୍ୟ ହୋଇପାରେ । ଏହି ଗୋଡ ବିନ୍ଧର ପ୍ରଥମ କାରଣ ହେଉଛି ଶରୀରରେ ଭିଟାମିନD ର ଅଭାବ । ଦ୍ଵିତୟ ଟି ହେଉଛି, ପୋଷକତା ।

ଏହି ଦୁଇଟି କାରଣ ଯୋଗୁଁ ହିଁ ଆପଣଙ୍କ ଗୋଡ କାଟି ପାରେ । ତାହା ଛଡା ଆପଣ ଯଦି ଅଧିକ ମୋଟ ହୋଇଯାଇଛନ୍ତି ବା ଆପଣ ଙ୍କର ବୃଦ୍ଧାବସ୍ଥା ଆସିଯାଇଛି କିମ୍ବା ଆପଣ ଙ୍କର କିଛି ଆର୍ଥଇଟିସ ଜନିତ ସମସ୍ଯା ରହିଛି ତେବେ ଏହି ସବୁ କ୍ଷେତ୍ର ରେ ମଧ୍ୟ ଆପଣ ଙ୍କର ଗୋଡ ବିନ୍ଧା ହେବାର ଦେଖାଯାଇଥାଏ । ବନ୍ଧୁଗଣ ଗୋଡ ଯନ୍ତ୍ରଣା ହେବା ଦେଖା ଦେଲେ ପ୍ରାୟତଃ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥାଏ ଏହା କୁ ନେଇ ଡାକ୍ତର ଙ୍କ ସହ ପରାମର୍ଶ କରାଯିବା ଉଚିତ୍ ହେବ ନା  ନାହିଁ ।

କିନ୍ତୁ ବନ୍ଧୁଗଣ ଯଦି ଆପଣ ଙ୍କର ଗୋଡ ବିନ୍ଧା ହେଉଛି, ତେବେ ପ୍ରଥମେ ଆପଣ କିଛି ଦିନ ପାଇଁ ବିଶ୍ରାମ କରନ୍ତୁ । ଏହାପରେ ମଧ୍ୟ ଯଦି ଦୀର୍ଘଦିନ ଧରି ଏହି ଯନ୍ତ୍ରଣା ଟି ଲାଗି ରହୁଛି, ତେବେ ଆପଣ ନିଶ୍ଚୟ ଡାକ୍ତର ଙ୍କ ସହ ପରାମର୍ଶ କରି ନିଅନ୍ତୁ । କିନ୍ତୁ ବନ୍ଧୁଗଣ ଏହାଛଡା କିଛି ଏପରି ଘରୋଇ ଉପଚାର ଗୁଡିକ ରହିଅଛି ଯାହାକି ଆପଣଙ୍କୁ ଅନେକ କାମ ଦେବ ।

ବନ୍ଧୁଗଣ ପ୍ରାୟତଃ ଗୋଡ ର ସିରା ଗୁଡିକ ରେ ଯଦି ରକ୍ତର ସଂଚାର ଠିକ ଭାବରେ ନ ହୋଇଥାଏ, ତେବେ ଗୋଡ ଯନ୍ତ୍ରଣା ହେବାର ଦେଖା ଦେଇଥାଏ । ବନ୍ଧୁଗଣ ଏହାପାଇଁ ଆପଣ ଗୋଡରେ ଗରମ ପାଣିର ସେକ ଦେଇ ପାରିବେ । ନଚେତ ଆପଣ ଗରମ ବା ଉଷୁମ ପାଣି ରେ କିଛି ସମୟ ପାଇଁ ନିଜ ଗୋଡ କୁ ବୁଡାଇ ରଖି ପାରିବେ । ଯାହାଦ୍ୱାରା ଆପଣଙ୍କୁ ଏହି ବିନ୍ଧା ଯନ୍ତ୍ରଣା ରୁ ଆରମ ଅନୁଭବ ହୋଇ ପାରିବ ।

ତାହା ଛଡା ବନ୍ଧୁଗଣ ଯଦି ଆପଣ ଏକ୍ସଟନ ସଲ୍ଟ ବଜାର ରୁ ଆଣି ଏହାର ସେକ ଦେବା ଦ୍ଵାରା ଆପଣ ଯନ୍ତ୍ରଣା ମୁକ୍ତ ହୋଇ ପାରିବେ । ବନ୍ଧୁଗଣ ଯଦି ଆପଣ ଙ୍କର ଶରୀରର ରୀ ଭିଟାମିନD ର ଅଭାବ ରୁହେ ତେବେ ମଧ୍ୟ ଆପଣ ଙ୍କର ଗୋଡ ଆନଥିଉ ଆଦି ଭୀଷଣ ଯନ୍ତ୍ରଣା ହେବାର ଦେଖାଯାଏ । ଏହି କ୍ଷେତ୍ରରେ ଆପଣ ଯଦି ସକାଳେ ଶୀଘ୍ର ଉଠି ସୂର୍ଯ୍ୟ କିରଣ ରେ କିଛି ସମୟ ପାଇଁ ଚଲା ବୁଲା କରନ୍ତି, ତେବେ ଆପଣଙ୍କ ଶରୀର ରେ ସୂର୍ଯ୍ୟ କିରଣ ରୁ ଭିଟାମିନ D ମିଳି ପାରିବ ।

ଯାହାଦ୍ୱାରା କି ଆପଣ ଙ୍କର ଗୋଡ ବିନ୍ଧା କମ ହୋଇଯିବ । ଏହାଛଡା ବନ୍ଧୁଗଣ ଶରୀର ରେ ଭିଟାମିନ D ର ଅଭାବ କୁ ଦୂର କରିବା ପାଇଁ ଆପଣ ଡାକ୍ତର ଙ୍କ ପରାମର୍ଶ ଦ୍ଵାରା ଭିଟାମିନ D ର ଟାବ୍ଲେଟ ମଧ୍ୟ ଔଷଧ ରୂପେ ନେଇ ପାରିବେ । ଏହାସହ ନିଜର ଖାଇବା ପିଇବା ପ୍ରତି ମଧ୍ୟ ବିଶେଷ ଯତ୍ନ ନିଅନ୍ତୁ ।

ପ୍ରତିଦିନ କିଛି କିଛି ସମୟ ଧରି ବ୍ୟାୟାମ କିମ୍ବା ଯୋଗ ମଧ୍ୟ କରନ୍ତୁ । ଯାହାଦ୍ୱାରା ଆପଣ ଗୋଡ ବିନ୍ଧା ଯନ୍ତ୍ରଣା ରୁ ରିହାତି ପାଇ ପାରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପେଜ ଟିକୁ ନିଜ ପ୍ରିୟ ବନ୍ଧୁ ମାନଙ୍କ ସହ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *