Garud Puran- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 8 ଜଣଙ୍କ ଘରେ କେବେ ବି ଭୋଜନ କରିବେ ନାହିଁ, ନହେଲେ ସାରା ଜୀବନ କାନ୍ଦିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଗରୁଡ଼ ପୁରାଣ ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ । ଗରୁଡ଼ ପୁରାଣ ରେ କିଛି ଏଭଳି ବ୍ୟକ୍ତି ଙ୍କ ସମ୍ବନ୍ଧରେ ଉଲ୍ଲେଖ କରା ଯାଇଛି ଯେଉଁ ମାନଙ୍କ ଘରେ ଭୋଜନ କରିବା ଆଦୋୖ ଉଚିତ ନୁହେଁ ।

ଏଭଳି ବ୍ୟକ୍ତି ଙ୍କ ଘରେ ଭୋଜନ କରିବା ଦ୍ୱାରା ମନ ଓ ମସ୍ତିଷ୍କ ଉଭୟ ରେ ଖରାପ ପ୍ରଭାବ ପଡ଼ିଥାଏ । ଏହି ବ୍ୟକ୍ତି ଙ୍କ ଘରେ ଭୋଜନ କରିବା ଦ୍ୱାରା ଆମ ସ୍ଵଭାବ, ଗୁଣ ତଥା ଚରିତ୍ର ମଧ୍ୟ ସେହିପରି ହୋଇଥାଏ । ତେଣୁ ଏହି ୮ ଜଣ ବ୍ୟକ୍ତି ଙ୍କ ଘରେ ଭୋଜନ କରନ୍ତୁ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଯେଉଁ ବ୍ୟକ୍ତି ମାନେ ନିରୀହ ବ୍ୟକ୍ତି ମାନଙ୍କୁ ଉଦ୍ଧାର ଦେଇ ଏହାର ଦୁଇ ଗୁଣ ସୁଦ୍ଧ ହିସାବରେ ନେଇଥାନ୍ତି, ଅର୍ଥାତ ଯେଉଁ ମାନେ ଆବଶ୍ୟକ ରେ ଥିବା ବ୍ୟକ୍ତି ମାନଙ୍କ ଫାଇଦା ଉଠାଇଥାନ୍ତି, ସେଭଳି ବ୍ୟକ୍ତି ଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ମନ ଓ ମସ୍ତିଷ୍କ ଦୂଷିତ ହୋଇଥାଏ ।

୨. ଦ୍ଵିତୀୟ ରେ ହେଉଛି, ଚୋର ଓ ଅପରାଧୀ ଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ । ଅପରାଧୀ ମାନଙ୍କ ଘରେ ଭୋଜନ କରିବା ଦ୍ୱାରା ସେମାନଙ୍କ ଅପରାଧ ର କୁପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡ଼ିଥାଏ ।

୩. ତୃତୀୟ ରେ ହେଉଛି, ଯେଉଁ ବ୍ୟକ୍ତି ସର୍ବଦା କ୍ରୋଧ ରେ ରୁହନ୍ତି ସେମାନଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ । କ୍ରୋଧ ରେ ମନୁଷ୍ୟ ଠିକ ଓ ଭୁଲ ରେ ଅନ୍ତର କରିବା ମଧ୍ୟ ଭୁଲି ଯାଇଥାଏ । ତେଣୁ ଏପରି ବ୍ୟକ୍ତି ଙ୍କ ଘରେ ଭୋଜନ କରିବା ଦ୍ୱାରା ସେମାନଙ୍କ ସ୍ୱଭାବ ଆପଣଙ୍କ ଉପରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ତେଣୁ ଏପରି ବ୍ୟକ୍ତି ଙ୍କ ଘରେ ଆଦୌ ଭୋଜନ କରିବା ଉଚିତ ନୁହେଁ ।

୪. ଚତୁର୍ଥ ରେ ହେଉଛି, ଯେଉଁ ବ୍ୟକ୍ତି ବହୁତ ଦିନ ଧରି କୌଣସି ସଂକ୍ରମିତ ରୋଗରେ ପୀଡ଼ିତ ରହିଛି, ସେଭଳି ବ୍ୟକ୍ତି ଙ୍କ ଘରେ ଆଦୋୖ ଭୋଜନ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ସେହି ରୋଗର କୀଟାଣୁ ଆପଣଙ୍କ ଶରୀରରେ ମଧ୍ୟ ପ୍ରବେଶ କରିବାର ସମ୍ଭାବନା ରହିଥାଏ ।

୫. ପଞ୍ଚମ ରେ ହେଉଛି, କୌଣସି ଚରିତ୍ର ହୀନା ମହିଳା ଙ୍କ ହାତରୁ ଅଥବା ସେମାନଙ୍କ ଘରେ ଆଦୋୖ ଭୋଜନ କରିବା ଉଚିତ ନୁହେଁ । ଶାସ୍ତ୍ର ରେ ଚରିତ୍ର ହୀନା ର ଅର୍ଥ ଯେଉଁ ମହିଳା ଜାଣିଶୁଣି ଅଧର୍ମ ଆଚରଣ କରିଥାଏ । ଏପରି ମହିଳା ଙ୍କ ଘରେ ଭୋଜନ କରିବା ଦ୍ୱାରା ଆପଣ ମଧ୍ୟ ସେମାନଙ୍କ ପାପର ଭାଗିଦାର ହୋଇଥାନ୍ତି ଏବଂ ପାପର ଫଳ ପ୍ରାପ୍ତ କରିଥାନ୍ତି ।

୬. ଷଷ୍ଠ ରେ ହେଉଛି, ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କ ଉପରେ ମାନବୀୟ ଭାବ ରଖି ନଥାଏ ଏବଂ ସମସ୍ତଙ୍କୁ ଦୁଃଖ ଓ କଷ୍ଟ ଦେଇଥାଏ, ସେଭଳି ବ୍ୟକ୍ତି ଙ୍କ ଘରେ ଆଦୋୖ ଭୋଜନ କରିବା ଉଚିତ ନୁହେଁ । କାରଣ ଏପରି ଘରେ ଭୋଜନ କରିବା ଦ୍ଵାରା ଆପଣଙ୍କ ସ୍ୱଭାବ ମଧ୍ୟ ସେହିଭଳି ହୋଇ ଯାଇଥାଏ ।

୭. ସପ୍ତମ ରେ ହେଉଛି, କେବେବି କିନ୍ନର ମାନଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ । କାରଣ କିନ୍ନର ମାନେ ଦାନ ମାଧ୍ୟମରେ ପଇସା କମାଇ ଥାଆନ୍ତି । ସେଥି ମଧ୍ୟରୁ କିଛି ଲୋକ ଭଲ ଓ କିଛି ଲୋକ ଖରାପ ଥାଆନ୍ତି । ଅର୍ଥାତ କିଛି ବ୍ୟକ୍ତି ବାଧ୍ୟକତା ରେ ଦାନ ଦେଇଥାନ୍ତି । ତେଣୁ କିନ୍ନର ଙ୍କ ଘରେ ଭୋଜନ କରନ୍ତୁ ନାହିଁ । ଏହା ଅନୁଚିତ ହୋଇଥାଏ ।

୮. ଅଷ୍ଟମ ରେ ହେଉଛି, ଯେଉଁ ବ୍ୟକ୍ତି ନିଶା ଦ୍ରବ୍ୟ ବିକ୍ରି କରିଥାଏ ସେଭଳି ବ୍ୟକ୍ତି ଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ । ନିଶା କରିବା ଯେତେ ମାତ୍ରାରେ ପାପ ନିଶା ଦ୍ରବ୍ୟ ବିକ୍ରି କରିବା ମଧ୍ୟ ପାପ । ଏମାନେ ନିଶା ଦ୍ରବ୍ୟ ବିକ୍ରୟ କରି ଅନ୍ୟ ର ଘର ଭାଙ୍ଗିଥାନ୍ତି । ତେଣୁ ଭୁଲ ରେ ବି ଏଭଳି ବ୍ୟକ୍ତି ଙ୍କ ଘରେ ଭୋଜନ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *