Health Tips- ଅର୍ଶ, ମଳକଣ୍ଟକ, ଭଗନ୍ଦର କଣ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ, ଚିକିତ୍ସା Dr Narahari Panda ଙ୍କ ଠାରୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଳ ଦ୍ଵାରା ସାମ୍ନାରେ ଏକ ଘା ସୃଷ୍ଟି ହୋଇ ମଳତ୍ଯାଗ ସମୟରେ କଷ୍ଟ ଯନ୍ତ୍ରଣା ଅନୁଭୂତ ହେଲେ । ଏହାକୁ ମଳକଣ୍ଟକ କୁହାଯାଇଥାଏ । କୌଣସି ଖଣ୍ଡିଆ ନହୋଇ ଅତ୍ୟଧିକ ମାତ୍ରାରେ ରକ୍ତସ୍ରାବ ହୋଇଲେ । ଏହାକୁ ଅର୍ଶ କୁହାଯାଇଥାଏ । ମଳଦ୍ଵାର ବାହାରେ ଏକ ଗର୍ତ୍ତ ସୃଷ୍ଟି ହୋଇ ସେଥିରେ ରକ୍ତ,ପାଣି,ପୂଜ ବାହାରିଲେ । ଭଗନ୍ଦର କୁହାଯାଇଥାଏ । ମଳକଣ୍ଟକ ଦୁଇ ପ୍ରକାରର ହୋଇଥାଏ ।

ଗୋଟିଏ ହେଉଛି ଜରୁରୀ କାଳୀନ ଓ ଅନ୍ୟଟି ଅନେକ ଦିନରୁ ଶୁଖିଯାଇଥିବା କ୍ଷତ ସ୍ଥାନ । ମଳକଣ୍ଟକ, ଅର୍ଶ ଏହି ସବୁ ଅନେକ ପ୍ରକାରର କାରଣରୁ ହୋଇଥାଏ । ଯେପରି ଯଦି ବାପା, ମା କିମ୍ବା ବଂଶରେ କାହାର ଏପରି ସମସ୍ଯା ରହୁଥାଏ । ତେବେ ବଂଶାନୁକ୍ରମିକ ପିଲା ମାନଙ୍କଠାରେ ଏପରି ସମସ୍ଯା ଆସିବାର ସମ୍ଭାବନା ରହିଥାଏ । ଯେଉଁ ମାନେ ପାଣି ଦିନକୁ ନିୟମିତ ଭାବରେ ସେବନ କରିନଥାନ୍ତି ।

ତେବେ ସେମାନଙ୍କ ପାଖରେ ମଧ୍ୟ ଏହି ସମସ୍ଯା ଆସିଥାଏ । ଯେଉଁ ବ୍ୟକ୍ତିମାନେ ନିଜର ଖାଦ୍ୟ ଉପରେ ଗୁରୁତ୍ଵ ଦେଉନାହାନ୍ତି । ଉତ୍ତମ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁନାହାନ୍ତି । ତେଲ ଓ ମସଲା ଖାଦ୍ୟର ଅଧିକ ସେବନ କରୁଛନ୍ତି । ସେମାନଙ୍କ ଠାରେ ମଧ୍ୟ ଅର୍ଶ, ମଳକଣ୍ଟକ ହେବାର ସମ୍ଭାବନା ଅଧିକ ମାତ୍ରାରେ ରହିଥାଏ ।

ମଳକଣ୍ଟକ ଭଳି ସମସ୍ଯା ରହୁଥିଲେ । ଯେତେବେଳେ ଏଥିରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ସେମାନେ ତାଙ୍କର ଲକ୍ଷଣ ବିଷୟରେ ବର୍ଣ୍ଣନା କରିଥାନ୍ତି । ଯେପରି ମଳତ୍ଯାଗ ସମୟରେ କଷ୍ଟ ଅନୁଭୂତ ହୋଇବା, ବେଳେ ସେହି ସ୍ଥାନରୁ ରକ୍ତ ପଡିବା ଏହିପରି ଲକ୍ଷଣ କହିଥାନ୍ତି । ଡାକ୍ତର ବ୍ଯକ୍ତିର ଲକ୍ଷଣ ଅନୁଧ୍ୟାନ କରି ତାହାର ଉପଯୁକ୍ତ ଚିକିତ୍ସା ପାଇଁ  ପରାମର୍ଶ ଦେଇଥାନ୍ତି ।

ମଳକଣ୍ଟକ ଅଧିକ ସମୟ ହୋଇକି ରହିଲେ ତାହା କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ ରହିଥାଏ । ଅଧିକ ସମୟ ପର୍ଯ୍ୟନ୍ତ ମଳକଣ୍ଟକ ଓ ଅର୍ଶର ସମସ୍ଯା ରହୁଥିଲେ । ତାହାକୁ ଅପରେସନ କରାଯାଇ ଠିକ କରାଯାଇଥାଏ । ଯାହାକୁ ଆନାର ଡାଇଲେଜେସନ କୁହାଯାଇଥାଏ । ଏପରି କରିବା ଦ୍ଵାରା ପୂର୍ବରୁ ମଳଦ୍ଵାରର ଆକାର ଯେପରି ଥିଲା । ସେହିପରି ପୂର୍ବ ଅବସ୍ତାକୁ ଫେରିଆସିଥାଏ ।

କଷ୍ଟ ନିବାରଣ କରିବା ପାଇଁ ପେନ୍ କିଲର, ପାରାସୀଟାମଲ୍ ଭଳି କିଛି ଔଷଧ ବ୍ୟକ୍ତିକୁ ଦିଆଯାଇଥାଏ ।ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଭଳି ସମସ୍ଯା ନହେବା ପାଇଁ ଚାହୁଁଥିଲେ । ପ୍ରଚୁର ପରିମାଣରେ ପାଣି ପିଇବାକୁ ପଡିବ । ଯାହା ଦ୍ଵାରା ମଳ ଅଧିକା ପରିମାଣରେ ଶୁଖିଲା ହେବ ନାହିଁ କି ମଳତ୍ଯାଗ ସମୟରେ କଷ୍ଟ ହୋଇ ରକ୍ତସ୍ରାବ ହେବନାହିଁ । ପ୍ରଚୁର ପରିମାଣରେ ସବୁଜ ପରିବା ଖାଇବାକୁ ପଡିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *