ଅର୍ଶ (Piles) କେମିତି ଭଲ ହେବ ? Dr Biswajit Mohapatra

ବନ୍ଧୁଗଣ, ଯେଉଁମାନେ ଝାଡ଼ା ଯିବାକୁ ବେଶୀ କଷ୍ଟ କରନ୍ତି ଅଥବା ଜୋର୍ ଲଗାନ୍ତି ସେମାନଙ୍କ ଥରେ ଏହି ଅର୍ଶ ଅସୁବିଧା ଦେଖା ଯାଇଥାଏ । କାରଣ ଆମ୍ଭର ଝାଡ଼ା ଯିବାର ଅଭ୍ୟାସ ଉପରେ ଏହା ନିର୍ଭର କରିଥାଏ । ଯେତେବେଳେ ଆମ୍ଭେ ଜୋର୍ କରୁଛେ ସେହିଠାରେ ର-କ୍ତ ନଳୀ ତିନୋଟି ଥାଏ । ଧୀରେ ଧୀରେ ସେହି ର-କ୍ତ ନଳୀ ର ଆକାର ବଢ଼ିବାକୁ ଲାଗେ ଓ ବାହାରକୁ ଆସି ଯାଇଥାଏ । ଏବଂ ଝାଡ଼ା ଯିବା ସମୟରେ ସେଠାରେ ଘର୍ଷଣ ହୁଏ ଓ ଅଳ୍ପ କ୍ଷତ ହୋଇ ସେଠାରୁ ର-କ୍ତ ବାହାରିବାକୁ ଲାଗେ ।

ଅର୍ଶ କୌଣସି ବଡ ବେମାରୀ ନୁହେଁ । ଚିକିତ୍ସା କରିବା ଦ୍ଵାରା ଏହା ଭଲ ହୋଇ ଯାଇଥାଏ । ଯେଉଁ ମାନଙ୍କର କ୍ରମାଗତ ଭାବେ ର-କ୍ତ ସ୍ରାବ ହେଉଥାଏ । ଯେତେ ଔଷଧ ଖାଇଲେ ମଧ୍ୟ ବନ୍ଦ ହୁଏ ନାହିଁ । ସେମାନଙ୍କ ପାଇଁ ସର୍ଜରୀ ନିହାତି ଆବଶ୍ୟକ । ତେଣୁ ଯେଉଁ ମାନଙ୍କର ଅର୍ଶ ହେଇଛି ଆଜି ନହେଲେ କାଲି ତାଙ୍କୁ ଅପେରସନ କରିବାକୁ ହିଁ ପଡ଼ିବ ।

ଯଦି ଆପଣ ନିଜ ଖାଦ୍ୟ ଶୈଳୀ କୁ ବଦଳାଇ ପାରିବେ, ନିଜ ଖାଦ୍ୟ ଉପରେ କଣ୍ଟ୍ରୋଲ କରି ପାରିବେ ତେବେ ସର୍ଜରୀ ପାଇଁ କିଛି ସମୟ କିମ୍ବା ବର୍ଷ ଆପଣ ଘୁଞ୍ଚାଇ ପାରିବେ । ବିନା କୌଣସି ଅପେରସନ୍ ରେ ଅର୍ଶ ର ଚିକିତ୍ସା ହୋଇ ପାରିବ ନାହିଁ । ଯେତେବେଳେ ଆପଣଙ୍କ ର-କ୍ତସ୍ରାବ ଅଧିକ ମାତ୍ରାରେ ହେଉଛି ଏବଂ ର-କ୍ତ ନଳୀ କିମ୍ବା ଗୁଚ୍ଛ ବାହାରକୁ ଆସି ଯାଇଛି ସେହି ସମୟରେ ଆପଣଙ୍କୁ ସର୍ଜରୀ କରିବା ପାଇଁ ବାଧ୍ୟ ।

ଆପଣ ସର୍ଜରୀ ପାଇଁ ମନା କରିପାରିବେ ନାହିଁ । ଏହି ରୋଗ ପାଇଁ ଆପଣଙ୍କୁ ନିଜ ଖାଇବା ପିଇବା ଜୀବନ ଶୈଳୀ କୁ ବଦଳାଇବାକୁ ପଡ଼ିବ । ଅର୍ଶ ର ଅପେରସନ୍ ପରେ ଆପଣଙ୍କୁ ଜଙ୍କଫୁଡ ଠାରୁ ଦୂରେଇ ରହିବାକୁ ପଡିବ କାରଣ ସେଥିରେ ଫାଇବର ନଥାଏ । ଓ ମଇଦା ଜାତୀୟ ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରହିବେ ।

ଯଦି ଅପରେସନ ପରେ ଆପଣ ନିଜ ଖାଦ୍ୟଶୈଳୀ କୁ ନ ବଦଳାଉଛନ୍ତି ତେବେ ଆଗକୁ ଆପଣ ଗୋଟେ ବେମାରୀ ପରେ ଆଉ ଗୋଟେ ବେମାରୀ ର ଶିକାର ହୋଇ ପାରନ୍ତି । କୌଣସି ମଧ୍ୟ ବେମାରୀ କୁ ଆମ୍ଭେ ନିଜେ ନିଜର ଶରୀରକୁ ପ୍ରବେଶ କରିବାକୁ ଦେଇଥାଉ ଏବଂ ଆମେ ହିଁ ତାହାକୁ କଣ୍ଟ୍ରୋଲ କରିବା ପାଇଁ ଶକ୍ତି ମଧ୍ୟ ଥାଏ ।

ନିଶ୍ଚିତ ଭାବରେ ଯଦି ଆପଣ ନିଜେ ଚାହିଁବେ ତେବେ ସାରା ଜୀବନ ଆପଣ ଖୁସିରେ କଟାଇ ପାରିବେ । ତାହା ପାଇଁ ଏବେଠୁ ଆପଣଙ୍କୁ ସାବଧାନ ରହିବାକୁ ପଡିବ ଏବଂ ନିଜ ଜୀବନ ଶୈଳୀ କୁ ବଦଳାଇବାକୁ ପଡ଼ିବ । ପ୍ରତିଦିନ ବ୍ୟାୟାମ କରିବାକୁ ପଡ଼ିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *