Health Tips- ଅର୍ଶ, ମଳକଣ୍ଟକ, ଭଗନ୍ଦର ବିନା ଔଷଧ ଓ ଅପରେସନରେ ମୂଳରୁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲି ବହୁତ ଲୋକଙ୍କର ଅର୍ଶ କିମ୍ବା ମଳକଣ୍ଟକ ସମସ୍ଯା ଦେଖାଯାଉଛି । ଏହି ଅର୍ଶ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ଶୁଖିଲା ଅର୍ଶ ଓ ଆଉ ଗୋଟିଏ ହେଉଛି ରକ୍ତାର୍ଷ । ଶୁଖିଲା ଅର୍ଶରୁ ରକ୍ତ ପଡିନଥାଏ କିନ୍ତୁ ରକ୍ତାର୍ଷ ଯାହାର ହୋଇଥିବ, ତାଙ୍କର ରକ୍ତ ପଡୁଥିବ । ଏହି ରକ୍ତ ଅର୍ଶ କେତେବେଳେ ଆରମ୍ଭ ହୋଇଯାଏ ଜଣା ମଧ୍ୟ ପଡିନଥାଏ ।

ଅର୍ଶ ବହୁତ କଷ୍ଟଦାୟକ ସମସ୍ଯା ହୋଇଥାଏ । ଆପଣ ମାନଙ୍କୁ ଏକ ଘରୋଇ ଉପାୟ କହିବା ପାଇଁ ଯାଉଅଛୁ । ଯାହା ଦ୍ଵାରା ଆପଣ ଅର୍ଶ ଭଳି ଯନ୍ତ୍ରଣା ଦାୟକ ପରିସ୍ଥିତିରୁ ମୁକୁଳିପାରିବେ । ଶୁଖିଲା ଅର୍ଶରୁ ମୁକ୍ତି ପାଇବା ପାଇଁ ଏକ ଆୟୁର୍ବେଦିକ ଉପଚାର ହେଉଛି । ପ୍ରଥମେ ୨୫୦ ଗ୍ରାମ ପିଆଜ ନିଅନ୍ତୁ । ତାପରେ ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।

ତାପରେ ସେହି କଟା ହୋଇଥିବା ପିଆଜକୁ କିଛି ସମୟ ପାଇଁ ଖରାରେ ଶୁଖାଦିଅନ୍ତୁ । ପିଆଜରୁ ପାଣି ଶୁଖିଗଲା ପରେ ତାକୁ ଖରାରୁ ନେଇ ଆସନ୍ତୁ । ଏକ କଢେଇରେ ଏକ ଚାମଚ ଘିଅ ପକାନ୍ତୁ । ଘିଅରେ ପିଆଜ ପକାଇ ତାକୁ କିଛି ସମୟ ପାଇଁ ଭାଜନ୍ତୁ । ପିଆଜ ଭାଜି ହୋଇସାରିଲା ପରେ ତାକୁ ଏକ ପାତ୍ରରେ କାଢି ଆଣନ୍ତୁ। ପିଆଜ ସଂପୂର୍ଣ୍ଣ ଥଣ୍ଡା ହୋଇସାରିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ  କରନ୍ତୁ ।

ପିଆଜ ଗ୍ରାଇଣ୍ଡିଙ୍ଗ ହୋଇସାରିଲା ପରେ ଏକ ପାତ୍ରରେ ଗୋଟିଏ ଚାମଚ ବଟା ପିଆଜକୁ କାଢି ଦିଅନ୍ତୁ । ଯେଉଁ ପାତ୍ରରେ ଗୋଟେ ଚାମଚ ପିଆଜ କାଢି ରଖିଲେ ସେହି ପାତ୍ରରେ ମିଶ୍ରୀ ଗୁଣ୍ଡ କରି ଦୁଇ ଚାମଚ ପକାନ୍ତୁ । ତାପରେ ଏକ ଚାମଚ ଗାଈ ଘିଅ ନେଇ ସେଥିରେ ମିଶାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣଙ୍କର ରେମିଡି ପ୍ରସ୍ତୁତ ହୋଇଗଲା ।

ଏହାକୁ ଆପଣ ଦିନକୁ ୩ ଥର ପ୍ରସ୍ତୁତ କରି ସେବନ କରନ୍ତୁ । ଶୁଖିଲା ଅର୍ଶ ଭଳି ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଯିବ । ଯେଉଁ ଅର୍ଶରୁ ରକ୍ତ ପଡୁଥିବ ସେଥି ପାଇଁ ଏକ ଉପଚାର ହେଉଛି । ଗୋଟେ ଲେମ୍ବୁରୁ ରସ ବାହାର କରି ପାତ୍ରରେ ରଖୀ ଦିଅନ୍ତୁ । ତାପରେ ଗୋଟେ ଗ୍ଲାସ କ୍ଷୀର ଆଣନ୍ତୁ ।

କ୍ଷୀରରେ ଲେମ୍ବୁ ରସ ମିଶିଗଲେ କ୍ଷୀର ଛିଡି ଯାଇଥାଏ । ସେଥିପାଇଁ କ୍ଷୀରରୁ ଗୋଟେ ଢୋକ ଏକ ପାତ୍ରକୁ କାଢି ଆଣନ୍ତୁ । ସେହିଢୋକେ କ୍ଷୀରରେ ଅଳ୍ପ ଲେମ୍ବୁରସ ପକାନ୍ତୁ ଓ ସଙ୍ଗେ ସଙ୍ଗେ ଏହାର ସେବନ କରିଦିଅନ୍ତୁ । ଏହିପରି ଭାବରେ ଆପଣ ଗୋଟେ ଗ୍ଳାସ କ୍ଷୀରକୁ ଟିକେ ଟିକେ କରି ଲେମ୍ବୁରସ ମିଶାଇ ପିଇଦିଅନ୍ତୁ ।

ଏହି ଉପଚାର କରିଲେ ନିହାତି ଆପଣ ରକ୍ତାର୍ଷ ଭଳି ସମସ୍ଯାରୁ ମୁକ୍ତି ପାଇପାରିବେ । ଏହା ସହିତ ଖାଇବାବେଲେ ନିହାତି ଭାବେ ସ୍ଯାଲାଡ ଖାଆନ୍ତୁ । ସବୁ ଦିନ ଡାଏଟରେ ଅତ୍ୟଧିକ ପରିମାଣରେ କଞ୍ଚାଫଳ ଓ ପରିବା ଖାଆନ୍ତୁ, ଏହାଦ୍ବାରା ଆପଣଙ୍କ ଝାଡା ପରିଷ୍କାର ହେଇ ପେଟ ସଫା ହୋଇବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *