ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରକୁ ରୋଗମୁକ୍ତ କରି ତାହାକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ । ଆଗ କାଳର ସମୟ ଅପେକ୍ଷା ବର୍ତ୍ତମାନର ସମୟରେ ଶରୀରରେ ବିଭିନ୍ନ ପ୍ରକାର ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ଦେଖିବାକୁ ମିଳୁଛି । ଆଜି ଆପଣ ଏକ ଏପରି ଚମତ୍କାର କାଢା ବନାଇବାର ପଦ୍ଧତି ଜାଣିବାକୁ ପାଇବେ । ଯାହା ଆପଣଙ୍କ ଶରୀରରେ ଅନେକ ସମସ୍ଯାର ସମାଧାନ କରିବା ରାମବାଣ ଭଳି କାର୍ଯ୍ୟ କରିଥାଏ ।
ଏହି କାଢାର ସେବନ ଦ୍ଵାରା ହାର୍ଟ ଜନିତ ସମସ୍ତ ସମସ୍ଯା ଦୂର ହୋଇଥାଏ । ଶରୀରରେ ଖରାପ କୋଲେଷ୍ଟ୍ରଲ୍ କୁ କମାଇବା ସହ ଭଲ କୋଲେଷ୍ଟ୍ରଲ୍ ବୃଦ୍ଧି କରିଥାଏ । ରକ୍ତକୁ ପତଳା କରି ରକ୍ତ ପ୍ରବାହ ସଠିକ ଭାବେ କରିବା ପାଇଁ ସାହାଜ୍ଯ କରିଥାଏ । ରକ୍ତରେ ବ୍ଲଡ୍ ସୁଗାର କମାଇବାରେ ସାହାଜ୍ଯ କରିଥାଏ । ଯାହା ଡାଇବେଟିସ ନିୟନ୍ତ୍ରଣ ହୋଇ ରହିଥାଏ ।
ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୨ ଟି ସାମଗ୍ରୀର ଆବଶ୍ୟକତା ପଡିବ । ପ୍ରଥମେ ହେଉଛି ଡାଲଚିନି ଗୁଣ୍ଡ । ଡାଲଚିନି ଖାଦ୍ୟକୁ ସ୍ଵାଦ ଓ ମହକ ଦେବା ସହିତ ଏହାର ଅନେକ କିଛି ଉପକାରୀ ଗୁଣ ରହିଅଛି । ଯାହା ଆମ ସ୍ଵାସ୍ଥ ପାଇଁ ବହୁତ ହିଁ ଭଲ ଅଟେ । ଦିତୀୟରେ ହେଉଛି ଅର୍ଜୁନ ଛାଲ ଏହା ମଧ୍ୟ ଏକ ଉପକାରୀ ତତ୍ଵ ଅଟେ ।
ଯାହାର ସ୍ଵାସ୍ଥ ଉପରେ ବିଶେଷ ପ୍ରଭାବ ରହିଥାଏ । ଯଦି ଏହି ୨ ପୋଷକ ତତ୍ଵର ମିଶ୍ରଣକୁ ଆପଣ ମାନେ ସେବନ କରିବେ । ତେବେ ଏହା ଫାଇଦା ଆପଣଙ୍କୁ ୨ ଗୁଣା ହିଁ ମିଳିବ । ଏହାର କାଢା ପ୍ରସ୍ତୁତ କରିବା ପାଇଁ ଆପଣ ଗ୍ଯାସରେ ଏକପାତ୍ର ବସାଇ ଏକ ଗ୍ଲାସ ପାଣି ନିଅନ୍ତୁ । ତାପରେ ସେହି ପାଣିରେ ଆପଣ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଏକ ଚାମଚ ଅର୍ଜୁନ ଛାଲର ଗୁଣ୍ଡ ମିଶାନ୍ତୁ ।
ତାପରେ ଏହି ୨ ସାମଗ୍ରୀକୁ ଭଲ ଭାରେ ଗୋଳାଇ କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେପରି ପାଣି ଫୁଟି ଫୁଟି ଅଧା ହୋଇଯିବ । ତେବେ ଏହାକୁ ଗ୍ଯାସରୁ କାଢି ଅନ୍ୟ ଏକ ପାତ୍ରରେ ଛାଣି ରଖନ୍ତୁ । ଆପଣଙ୍କର କାଢା ପ୍ରସ୍ତୁତ ହୋଇଗଲା । ଏହି କାଢାକୁ ଆପଣ ସକାଳୁ ଖାଲି ପେଟରେ ଥରେ ସେବନ କରନ୍ତୁ । ନଚେତ ଏହାକୁ ସନ୍ଧ୍ୟା ସମୟରେ ମଧ୍ୟ ସେବନ କରିପାରିବେ ।
ଆପଣ ୨ ସାମଗ୍ରୀରୁ ମଧ୍ୟ ଚାହା ପ୍ରସ୍ତୁତ କରିପାରିବେ । ଡାଲଚିନିର ପ୍ରକୃତି ଗରମ ହୋଇଥିବା ବେଳେ ଅର୍ଜୁନ ଛାଲର ପ୍ରକୃତି ଥଣ୍ଡା ହୋଇଥାଏ । ଏହି ୨ ସାମଗ୍ରୀର ମିଶ୍ରଣରୁ ଯେଉଁ କାଢା ପ୍ରସ୍ତୁତ ହୋଇଥାଏ । ତାହାର ସମିଶ୍ରଣ ମଧ୍ୟମ ଧରଣର ହୋଇଥାଏ । ଯାହାକୁ ଆପଣ ସବୁ ଋତୁରେ ସେବନ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ