ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସଦାବିହାର ଫୁଲ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଫୁଲ କୁ ବାରମାସି ମଧ୍ୟ କୁହାଯାଏ । ବାରମାସି କହିବାର ଅର୍ଥ ହେଉଛି ଏହି ସଦାବିହାରୀ ଫୁଲ ବାର ମାସ ଯାକ ଗଛରେ ରହିଥାଏ । ଖରା ହେଉ ବର୍ଷା ହେଉ କିମ୍ବା ଶୀତ ସବୁ ୠତୁ ହେଉ ସବୁ ସମୟ ହେଉ ସର୍ଵଦା ଏହି ଫୁଲ ଫୁଟି ରହିଥାଏ । ଏହି ଫୁଲର ଆଠ ପ୍ରଜାତି ମିଳିଥାନ୍ତି । କିନ୍ତୁ ଆମ ଭାରତରେ କେବଳ ଦୁଇ ପ୍ରଜାତି ମିଳିଥାଏ ।
ଜାମୁନି ରଙ୍ଗ ର ଏବଂ ଧଳା ରଙ୍ଗର । ଦୁଇ ପ୍ରଜାତି ରେ ଔଷଧ ଗୁଣ ରହିଥାଏ । ସଦାବାହାର ର ଫୁଲ ତାର ପତ୍ର ସମସ୍ତ ଭିତରେ ଔଷଧ ଗୁଣ ରହିଥାଏ ଏବଂ ଏହି ଗଛ ଆପଣଙ୍କ ଘର ପାଖରେ ହିଁ ମିଳିଯିବ । କାରଣ ଏହା ଆପେ ଆପେ ହିଁ ଉଠି ଯାଇଥାଏ । ଏହାର ପତ୍ର ବହୁତ ଲାଭଦାୟକ । ଏଥିରେ ଆୟୁର୍ବେଦ ଗୁଣ ରହିଛି ।
ଏହା ଛଡା ପୂଜା ଅର୍ଚ୍ଚନା ରେ ମଧ୍ୟ ଏହି ଫୁଲ ର ବ୍ୟବହାର କରାଯାଏ । ଏହା ଛଡା ସୌନ୍ଦର୍ଯ୍ୟ ରେ ମଧ୍ୟ ଏହି ସଦାବାହାର ଫୁଲ ବ୍ୟବହାର କରାଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଫୁଲ ର ଉପକାରୀତା ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଆଜି କାଲି ପ୍ରାୟଃ ଅଧିକାଂଶ ଲୋକ ଙ୍କୁ ମଧୁମେହ ରୋଗ ହେଉଛି । ଏହି ରୋଗ ପାଇଁ ସଦା ବିହାରୀ ଗଛ ରାମବାଣ ଭଳି କାର୍ଯ୍ୟ କରେ । ଆପଣ ଦୁଇ ରୁ ତିନୋଟି କଅଁଳିଆ ପତ୍ର କୁ ଚୋବାଇ ଏହାର ରସ କୁ ଶୋଷି ନିଅନ୍ତୁ । ଏହା ପରେ ଅଳ୍ପ ପାଣି ପିଅନ୍ତୁ । ଆଠ ରୁ ଦଶ ଦିନ ଏପରି କଲେ ଆପଣ ଦେଖିବେ ମଧୁମେହ ରୋଗ ନିଶ୍ଚିତ କମିଯିବ ।
ଏହା ଛଡା ଆପଣ ଙ୍କୁ ଯଦି କାଛୁ କୁଣ୍ଡିଆ ହୁଏ ତେବେ ଏହି ପତ୍ର କୁ ଛିଡାନ୍ତୁ ଏବଂ ଯେଉଁ ରସ ବାହାରିବ ତାକୁ ସେହି କାଛୁ କୁଣ୍ଡିଆ ସ୍ଥାନରେ ଲଗାନ୍ତୁ । ଏହାଦ୍ବାରା କାଛୁ କୁଣ୍ଡିଆ ଭଲ ହୋଇଯାଇଥାଏ ।
୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ଚେହେରା ରେ ବ୍ରଣ ର ଦାଗ ରହି ଯାଇଛି କିମ୍ବା କୌଣସି କଳା ଦାଗ ରହିଛି । ତେବେ ଏଭଳି ସମସ୍ୟାରେ ଏହି ସଦାବାହାର କିମ୍ବା ସଦା ବିହାରୀ ଫୁଲ ସହାୟତା କରିଥାଏ । ଏହି ସଦାବିହାରୀ ଫୁଲ କିମ୍ବା ପତ୍ର ର ରସ କୁ ସେହି ଦାଗ ରେ ଲଗେଇଲେ ଚେହେରା ରେ ଥିବା ଦାଗ ସମ୍ପୂର୍ଣ୍ଣ ରୂପରେ ଦୂର ହୋଇଯିବ ।
୩. ବନ୍ଧୁଗଣ ତୃତୀୟତଃ, ଏହି ସଦାବିହାର ଗଛ ର ପତ୍ର କୁ ବାଟି ତାର ରସ କୁ ନିଜ କେଶ ରେ ଲଗେଇଲେ କେଶ ଛିଣ୍ଡିବନି ଏବଂ ମଜବୁତ ରହିବ । ଏହି ପତ୍ର ର ରସ ସହ ଅଧା ଚାମଚ ନଡିଆ ତେଲ ମିଶାଇ ବ୍ୟବହାର କରିବା ଦ୍ୱାରା ଆମ କେଶ ଧଳା ହେବ ନାହିଁ ଏବଂ ପ୍ରାକୃତିକ ଉପାୟ ରେ କଳା ରହିବ ।
୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ଇମ୍ୟୁନିଟି ପାୱାର କମ ରହିଛି ତେବେ ଆପଣ ପ୍ରତିଦିନ ଦୁଇ ରୁ ତିନୋଟି ସଦାବିହାର ଫୁଲ କୁ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ପାୱାର ବୁଷ୍ଟ୍ ହୋଇଥାଏ ଏବଂ ଆପଣଙ୍କ ଶରୀର ରେ କୌଣସି ପ୍ରକାର ରୋଗ ସହଜରେ ପ୍ରବେଶ କରିପାରି ନଥାଏ ।
୫. ବନ୍ଧୁଗଣ ପଞ୍ଚମତଃ, ଯଦି ଆପଣ ଚାହାନ୍ତି ଯେ, ଆପଣ ସର୍ବଦା ଯବାନ ଦେଖାଯାଆନ୍ତୁ ଏବଂ ଆପଣଙ୍କ ଚେହେରା ରେ ଝୁରି ନ ପଡ଼ୁ ତେବେ ଆପଣ ପ୍ରତିଦିନ ଦୁଇଟି ସଦାବିହାର ଫୁଲ ଓ ପତ୍ର କୁ ଚୋବାଇ ଖାଆନ୍ତୁ । ଏହାଦ୍ବାରା ଚେହେରା ରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣ ସର୍ବଦା ଯବାନ ଦେଖା ଯାଆନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।