କଣ କରିବେ ? ଯେତେବେଳେ ଅଚାନକ କୌଣସି ବ୍ୟକ୍ତିକୁ ଆସିବ ହାର୍ଟଟାକ ? କିପରି କରିବେ ପ୍ରାଥମିକ ଚିକିତ୍ସା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାର୍ଟ ଜନିତ ଅନେକ ପ୍ରକାର ସମସ୍ଯା ପ୍ରାୟତଃ ମନୁଷ୍ୟ ମାନଙ୍କ ପାଖରେ ଦେଖାଯାଇଥାଏ । ସେଥିମଧ୍ୟରୁ ହାର୍ଟର ବହୁତ ଜୋର ଯନ୍ତ୍ରଣା ହେବା ଓ ବ୍ୟକ୍ତିଟି ଘାବରା ହୋଇଯିବା ଏଭଳି ପରିସ୍ଥିତିକୁ ହାର୍ଟ ଆଟାକ୍ ବା ହୃଦ ଘାତ ବୋଲି କୁହାଯାଇଥାଏ । ଯେତେବେଳେ କୌଣସି ବ୍ୟକ୍ତିର ହୃଦଘାତ ଆସିଥାଏ । ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବା ପାଇଁ ପଡିଥାଏ ।

ଆପଣ ମାନଙ୍କୁ ଧ୍ୟାନ ଦେବା ପାଇଁ ହେବ ଏହା କିଜେ ଡାକ୍ତରଖାନା ନେବା ପୂର୍ବରୁ ଆପଣ ଯଦି କିଛି ପ୍ରାଥମିକ ଚିକିତ୍ସା କରିପାରିବେ । ତାହେଲେ ହୁଏତ ମଣିଷର ଜୀବନ ପ୍ରତି ଏତେ ଆଶଙ୍କା ରହିନଥାଏ । କାରଣ ଏପରି କିଛି ପରିସ୍ଥିତି ବେଳେବେଳେ ହୋଇଯାଇଥାଏ । ଯେତେବେଳେ ହଟାତ ବ୍ୟକ୍ତିକୁ ଡାକ୍ତରଖାନା ନେବା ସମ୍ଭବ ହୋଇନଥାଏ । ପ୍ରଥମ ସ୍ଥିତିରେ ବ୍ୟକ୍ତିକୁ ଛାତିରେ ଯନ୍ତ୍ରଣା ଅନୁଭୂତ ହେବା ସହିତ ମନ ଅସ୍ଥିର ହୋଇଯାଉଥିବ ।

ତେବେ ସେହି ପରିସ୍ଥିତିରେ ଆପଣ ବ୍ୟକ୍ତିକୁ ଆଶ୍ଵାସନା ଦେଇ ଆରାମରେ ସିଧା ହୋଇ ଶୋଇବାକୁ କୁହନ୍ତୁ । ଏହା ସହିତ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ମେଡିକାଲ ନେବାର ବ୍ୟବସ୍ତା କରନ୍ତୁ । ଦିତୀୟ ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଛାତି ଯନ୍ତ୍ରଣାରୁ ବେହୋଷ ହୋଇଯାଇଛି । ବ୍ଯକ୍ତିର ନାଡି ପଲ୍ସ ବନ୍ଦ ହେବା ସହ ବ୍ୟକ୍ତି କଥା କହିବା ଅବସ୍ତାରେ ନାହିଁ । ତାହାକୁ କାର୍ଡିଆକ ଆରେଷ୍ଟ କୁହାଯାଇଥାଏ ।

ଏଭଳି ପରିସ୍ଥିତି ବିଭିନ୍ନ କାରଣ ପାଇଁ ମଧ୍ୟ ହୋଇପାରେ । ଡାକ୍ତରଖାନା ନେବା ପାଇଁ ପୂର୍ବରୁ ଆପଣ ଚାହିଁଲେ CPR ବା କାର୍ଡିଓ ପଲ୍ମୋନାରୀ ରେଶସ୍କସନ ପଦ୍ଧତି ଦ୍ଵାରା ମଣିଷ ଜୀବନକୁ ବଞ୍ଚାଇପାରିବେ । ଯଦି ହଟାତ ଆପଣ ବ୍ୟକ୍ତିକୁ କୌଣସି ଜାଗାରେ ବେହୋସ ହୋଇ ପଡିଯିବାର ଦେଖନ୍ତି । ତେବେ ତାକୁ ସିଧା ଶୁଆଇ ତାର ଛାତିରେ ନିଜ ହାତରେ ପ୍ରେସ ଦେଇ ଚାପନ୍ତୁ ।

ଯଦି ଚାପିବା ପରେ ମଧ୍ୟ ବ୍ୟକ୍ତିର ହୋସ ଆସେନାହିଁ  କି ନିଶ୍ଵାସ ପ୍ରଶ୍ଵାସ ଚାଲୁ ନାହିଁ । ତେବେ ସେହି ବ୍ୟକ୍ତି କ୍ଲିନିକାଲି ଡେଥ ଅବସ୍ତାକୁ ଚାଲିଯାଇଛି । ତାପରେ ଆପଣ ଆମ୍ବୁଲାନ୍ସକୁ ଡାକିବା ସମୟ ମଧ୍ୟରେ ନିହାତି ଭାବେ ଏହି ଉପାୟକୁ କରିକି ଦେଖନ୍ତୁ । ସେହି ସମୟରେ ଆପଣ ଆଣ୍ଠୁ ମାଡି ବସି ବ୍ୟକ୍ତିକୁ ଶୁଆଇ ତାର ଛାତିର ମଝି ଭାଗରେ ଆପଣ ଦୁଇ ହାତକୁ ଲକ ପୋଜିସନ କରି ଛାତିର ମଝି ଭାଗରେ ଦବାନ୍ତୁ ।

୧ ମିନିଟରେ ଆପଣଙ୍କୁ ୧୦୦ ଥର ଛାତିକୁ ଚାପିବାର ଅଛି । ଆପଣ ୫ ସେଣ୍ଟିମିଟର ଗଭୀର ପର୍ଯ୍ୟନ୍ତ ଛାତିରେ ପ୍ରେସ କରି ଚାପିବେ । ଏହି ପକ୍ରିୟା ସେତେବେଳ ପର୍ଯ୍ୟନ୍ତ କରିବାର ଅଛି । ଯେଉଁ ପର୍ଯ୍ୟନ୍ତ ବ୍ୟକ୍ତିର ହୋଷ୍ ଆସିନାହିଁ କି ମେଡିକାଲ ଯିବା ପାଇଁ ଆମ୍ବୁଲାନ୍ସ ଆସିନାହିଁ । ଯଦି ଆପଣ ବ୍ୟକ୍ତିର ବେହୋସ ହେବାର ସଙ୍ଗେ ସଙ୍ଗେ ଏହି ପ୍ରକ୍ରିୟା କରିପାରିବେ । ତେବେ ବ୍ୟକ୍ତିର ଜୀବନ ପ୍ରତି ମୃତ୍ୟୁର ଭୟ ନଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *