ରାତାରାତି ଭୟଙ୍କର ଆଣ୍ଠୁ ଗଣ୍ଠି ଦରଜ, ଅଣ୍ଟା ଦରଜ ଗାୟବ କରିଦେବ, ଏହି ଦେଶୀ ଉପାୟ- Health Tips

ନମସ୍କାର ବନ୍ଧୁଗଣ ଆମ ମାନଙ୍କ ର ଅଧିକାଂଶ ଲୋକଙ୍କ ର ଅଣ୍ଟା ବିନ୍ଧିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ହୋଇ ଥାଏ ଏହା ସାମାନ୍ୟ କିମ୍ବା ସାଧାରଣ ହୋଇ ଥାଏ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ହୋଇ ଥାଏ ।

ଏହାର ନିର୍ଣ୍ଣୟ ଅଣ୍ଟା ବିନ୍ଧିବାର କାରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ଯଦି ଛାତ ରୁ ଗଳି ପଡେ ଏବଂ ଯଦି ତାକୁ ଆଘାତ ହୋଇଥାଏ ତେବେ ମାଂସ ପେଶୀୟ ରେ ଆଘାତ ଲାଗିଥିବା ଯୋଗୁଁ ଅଣ୍ଟା ବିନ୍ଧି ଥାଏ । ଏହା ଛଡା ବେଳେ ବେଳେ ପବନ ଅଟକିବା କିମ୍ବା ଶୋଇବା ରେ ଅସୁବିଧା ଆଦିରେ ମଧ୍ୟ ହୋଇଥାଏ । ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ଏବଂ ତାର ଘରୋଇ ଉପଚାର ବିଷୟରେ ମଧ୍ୟ ଆଲୋଚନା କରିବୁ ।

ସେହି ଉପଚାର ବ୍ୟବହାର ଦ୍ୱାରା ଆପଣ ସେହି ସବୁ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ ଏବଂ ସୁବିଧା ରେ ଜୀଵନ ଯାପନ କରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ । ଅଣ୍ଟା ବିନ୍ଧା ର ମୁଖ୍ୟ କାରଣ ବିଷୟରେ ପ୍ରଥମେ ଆଲୋଚନା କରିନେବା । ବେଳେବେଳେ ଆମେ କୌଣସି ଭାରି ଜିନିଷ କୁ ଉଠେଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧିଥା ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ମୁଦ୍ରା କିମ୍ବା ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ଆମ ମାଂସ ପେଶୀୟ କିମ୍ବା ଶିରା ଟାଣି ହୋଇ ଅଣ୍ଟା ବିନ୍ଧା ହୋଇଥାଏ ।

ଅଧିକ ମାଂସପେଶୀ କୁ ଟାଣିବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଆରମ୍ଭ ହୋଇ ଯାଇଥାଏ । ଏହା ଛଡ଼ା ଯେତେବେଳେ ହାଡ଼ ଦୁର୍ବଳ ହୋଇ ଯାଇଥାଏ ସେତେବେଳେ ମଧ୍ୟ ଏହି ସମସ୍ୟା ହୋଇଥାଏ । ଯେବେ କୌଣସି ବ୍ୟକ୍ତି ର ଅଣ୍ଟା ବିନ୍ଧିବା ଆରମ୍ଭ ହୋଇଥାଏ ସେତେବେଳେ ତାର ଗୋଡ଼ ମଧ୍ୟ ବିନ୍ଧିବା ଆରମ୍ଭ ହୋଇଥାଏ । ତେବେ ଏହାର ଉପଚାର ବିଷୟରେ ଆଲୋଚନା କରି ନେବା ।

ଆପଣ ଙ୍କୁ ଯେଉଁ ଜିନିଷ ନେବାର ଅଛି ତାହା ହେଉଛି ଜାଇଫଳ । ଆୟୁର୍ବେଦ ରେ ଜାଇଫଳ ର ବହୁତ ମହତ୍ତ୍ୱ ରହିଛି । ଅନେକ ଔଷଧ ରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ ।
ଆମ ଅଣ୍ଟା ବିନ୍ଧା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ରୁ ମଧ୍ୟ ଏହି ଜାଇ ଫଳ ବହୁତ ସାହାଯ୍ୟ କରିଥାଏ । ପ୍ରଥମେ ଆପଣ ଜାଇ ଫଳ କୁ କଦୁକସ କରିବାର ଅଛି । ତାପରେ ଆପଣ ଙ୍କୁ ସୋରିଷ ତେଲ ନେବାର ଅଛି । ତା ପରେ ଆପଣ ଏକ କଢେଇ କିମ୍ବା ପ୍ୟାନ ରେ ସେହି ତେଲ କୁ ପକାଇବେ ଗ୍ୟାସ କୁ ସିମ ରେ ରଖିବେ ।

ଯେବେ ତେଲ ଗରମ ହୋଇଯିବ ସେତେବେଳେ ଆପଣ ସେହି ଜାଇ ଫଳ କୁ ପକାଇଦେବେ । ତାପରେ ବହୁତ ଭଲ ଭାବରେ ମିଶାଇବା ଉଚିତ ଯେ ପର୍ଯ୍ୟନ୍ତ ଭଲ ଭାବରେ ମିଶି ନ ଯାଇଛି । ଯେବେ ଭଲ ଭାବରେ ଏହା ପ୍ରସ୍ତୁତ ହୋଇଯିବ ସେତେବେଳେ ତାହାକୁ ଆପଣ ନିଜ ଆଣ୍ଠୁ କିମ୍ବା ଅଣ୍ଟା ଯେଉଁଠି ଯନ୍ତ୍ରଣା ହେଉଛି ସେଠାରେ ଲଗାଇ ଦେବେ । ଏହା ଆପଣ ଙ୍କୁ ବହୁତ ଶୀଘ୍ର ଆରାମ ଦେଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *