Health Tips- ଅଣ୍ଟା-ଆଣ୍ଠୁ-ଗୋଡବିନ୍ଧା, ଝିମିଝିମି ହୋଇଯିବା (Sciatica Pain) ରୁ 2 ମିନିଟରେ ହିଁ ମିଳିବ ଆରାମ….କରନ୍ତୁ ଏହି କାମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ପାଇଁ ଯୋଗ ବ୍ୟାୟାମ ନିହାତି ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଶରୀରରେ କେତେକ ଉପକାରୀତା ମିଳିଥାଏ । ଏହା ସହିତ ଶରୀର ସତେଜ ଓ ଫୁର୍ତ୍ତି ଅନୁଭବ କରିଥାଏ । ଶରୀରରେ ସିଆଟୀକା ନାମକ ଏକ ସମସ୍ଯା ଅଛି । ସୀୟାଟିକ ନାମକ ଏକ ସ୍ନାୟୁ ଅଣ୍ଟାରୁ ଆରମ୍ଭ ହୋଇ ଶରୀରର ପଛ ଭାଗ ଦେଇ ଜଙ୍ଘ ହୋଇ ଗୋଡ ତଳ ପର୍ଯ୍ୟନ୍ତ ଯାଇଥାଏ । ଏହି ଭାଗରେ ଅନୁଭବ ହେଉଥିବା ଯନ୍ତ୍ରଣାକୁ ଆମେ ସାଧାରଣତଃ ସିଆଟୀକା ବୋଲି କହିଥାଉ ।

ଆଜି ଆପଣମାନେ ସିୟାଟୀକା ଭଳି ସମସ୍ଯାକୁ ଦୂର କରିବା ପାଇଁ କେତେକ ବିଶେଷ ବ୍ୟାୟାମ ତଥା ଏକ୍ସସରସାଇଜ ଜାଣିବାକୁ ପାଇବେ । ଯେଉଁ ବ୍ୟକ୍ତିମାନେ ସିୟାଟୀକାରେ ପୀଡିତ ସେମାନଙ୍କୁ ଯେଉଁ ଗୋଡରେ ପ୍ରଥମେ ଯନ୍ତ୍ରଣା ଅନୁଭୂତ ହେଉଥିବ । ସେମାନେ ତାର ବିପରୀତ ଗୋଡରୁ ଏହି ଏକ୍ସରସାଇଜ ଆରମ୍ଭ କରିବେ । ବେଳେବେଳେ ଦୁଇ ଗୋଡରେ ଏହି ଯନ୍ତ୍ରଣା ଅନୁଭୂତ ହୋଇଥାଏ ।

ତଥାପି ଯେଉଁ ଗୋଡରେ ଅଧିକ ଝିମ୍ ଝିମ୍ ହେଉଥିବ, ଆପଣ ତାର ବିପରୀତ ଗୋଡରୁ ହିଁ ଆରମ୍ଭ କରିବେ । ପ୍ରଥମେ ଆପଣ କୌଣସି ସ୍ଥାନରେ ଗୋଡ ଓହଳାଇ ବସିଯିବେ । ତାପରେ ଗୋଡକୁ ଧୀରେ ଧୀରେ କରି ଉଠାଇ ତାପରେ ପାଦକୁ ଆସ୍ତେ କରି ବଙ୍କା କରିବେ ଓ ବେକକୁ ଅଳ୍ପ ତଳକୁ ନୂଆଁଇବେ। ୫ ସେକେଣ୍ଡ ଏପରି ଭାବେ ପାଦକୁ କରି ରଖିବେ । ତାପରେ ଧୀରେ ଧୀରେ କରି ପୁନଶ୍ଚ ଅବସ୍ଥାକୁ ଆସିଯିବେ ।

ଏହି ପରି ଭାବେ ୫ ଥର ବାମ ଓ ୫ ଥର ଡାହାଣ ପଟ ଗୋଡରେ କରିବେ । ଦିତୀୟ ଏକ୍ସରସାଇଜ ହେଉଛି ଏକ ସ୍ଥାନରେ ସିଧା ହୋଇକରି ଶୋଇବେ । ତାପରେ ନିଜ ଜଙ୍ଘକୁ ସିଧା ପୋଜିସନରେ ଟେକିକି ହାତରେ ହାତରେ ଜାବୁଡି ଧରିବେ । ତାପରେ ଜଙ୍ଘକୁ ସେହିପରି ୯୦ ଡିଗ୍ରୀରେ ଟେକିକି ଗୋଡକୁ ଧୀରେ କରି ଉପରକୁ ଉଠାଇ ପାଦକୁ ଧୀରେ କରି ମୋଡିବେ ଓ ତାହା ସହିତ ମୁଣ୍ଡକୁ ମଧ୍ୟ ୫ ସେକେଣ୍ଡ ପର୍ଯ୍ୟନ୍ତ ଉପରକୁ ଉଠାଇବେ ।

ପୁନଶ୍ଚ ୫ ସେକେଣ୍ଡ ପରେ ପୂର୍ବ ଅବସ୍ଥାକୁ ଆସିବେ । ଏହିପରି ଭାବେ ୫ ଥର ବାମ ଓ ୫ ଥର ଡାହାଣ ଗୋଡରେ କରିବେ । ତୃତୀୟ ଏକ୍ସରସାଇଜରେ ଆପଣ ଏକ ଜାଗାରେ ଶୋଇବେ ଯେପରି ଆପଣଙ୍କ ପାଦକୁ ଆପଣ କାନ୍ଥ ଉପରେ ଥୋଇପାରିବେ । ପାଦର ଗୋଇଠିକୁ କାନ୍ଥ ଉପରେ ଥୋଇବେ ଓ ତାହା ସହିତ ମୁଣ୍ଡକୁ ମଧ୍ୟ ଆସ୍ତେ କରି ଟିକେ ଉଠେଇ ରଖିବେ ।

୫ ସେକେଣ୍ଡ ପର୍ଯ୍ୟନ୍ତ କରି ଯେପରି କରିଥିଲେ । ସେହିପରି ଭାବେ ନରମାଲ ଅବସ୍ଥାକୁ ଫେରି ଆସିବେ । ଏହିପରି ଭାବେଦୁଇଟି  ଗୋଡରେ ୫ ଥର କରିବେ । ଏହି ପରି ଭାବେ ଯଦି ଆପଣ ଏକ୍ସରସାଇଜ କରିବେ । ତେବେ ସିୟାଟୀକା ଭଳି ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ ହେଉଥିବା ଯନ୍ତ୍ରଣାକୁ ଧୀରେ ଧୀରେ ଦୂର କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *