Astrology- ଅମାବାସ୍ୟାରେ ଜନ୍ମ ହେବା ଶୁଭ ନା ଅଶୁଭ ?

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଶୁଭ ଏବଂ ଅଶୁଭ କୁ ମାନୁ ଥିବେ । ଏହା ସହିତ ଆପଣ ଅମାବାସ୍ୟା ଏବଂ ପୂର୍ଣ୍ଣିମା କୁ ମଧ୍ୟ ମାନିଥିବେ । ତେବେ କିଛି ଲୋକ ଏପରି ଅଛନ୍ତି ଯିଏ କି ପୂର୍ଣ୍ଣିମା ରେ ଜନ୍ମ ନେଇଥିବା ପିଲା ବହୁତ ଶୁଭ ଏବଂ ଅମାବାସ୍ୟା ରେ ଜନ୍ମ ନେଇଥିବା ପିଲା ଅଶୁଭ ବୋଲି କୁହନ୍ତି କାରଣ ଏହି ଅମାବାସ୍ୟା ରେ ଦେବତା ମାନଙ୍କ ଶକ୍ତି କମିଯାଏ ଏବଂ ନକରାତ୍ମକ ଶକ୍ତି ବୃଦ୍ଧି ପାଏ । ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ।

କାରଣ ଆମ ଓଡ଼ିଆ ପାଞ୍ଜି ହିସାବରେ ସବୁଦିନ ଶୁଭ ବେଳା ଏବଂ ଅଶୁଭ ବେଳା ରହିଥାଏ ତାହା ପୂର୍ଣ୍ଣିମା ହେଉ କିମ୍ବା ଅମାବାସ୍ୟା ସବୁଦିନ ଭଲ ଏବଂ ଖରାପ ଥାଏ । ତେବେ ଅମାବାସ୍ୟା କୁ ସମ୍ପୂର୍ଣ୍ଣ ଖରାପ ଦିନ କହିବା ଭୁଲ । ତେବେ ଏହା ଛଡା କିଛି ଲୋକ କୁହନ୍ତି କି ଅମାବାସ୍ୟା ରେ ଜନ୍ମ ନେଇଥିବା ଝିଅ ଉଆଁସୀ କନ୍ୟା ଥାଏ ଏବଂ ସେ ବହୁତ ଶୀଘ୍ର ବିଧବା ହୋଇ ଯାଏ ।

ତେବେ ଏକ ସତ୍ୟ ଘଟଣା ହେଉଛି କି ଜଣେ ମହିଳା ଅକ୍ଷୟ ତୃତୀୟା ରେ ଜନ୍ମ ହୋଇଥିଲେ ତେବେ ଅକ୍ଷୟ ତୃତୀୟା ସବୁଠାରୁ ବହୁତ ଶୁଭ ଦିନ ତେବେ ସେ ମଧ୍ୟ ଶୀଘ୍ର ବିଧବା ହୋଇ ଯାଇଥିଲେ ତେବେ ସେ ଅମାବାସ୍ୟା ରେ ଜନ୍ମ ହୋଇ ନଥିଲେ ତଥାପି ଏହା କିପରି ସମ୍ଭବ ହୋଇ ପାରିଲା । ତେବେ ଆମର ଦେବ ଦୀପାବଳି ମଧ୍ୟ ଅମାବାସ୍ୟା ରେ ପଡେ ଏହା ଛଡା ବକୁଳ ଲାଗି ଅମାବାସ୍ୟା, ତ୍ରିବେଣି ଅମାବାସ୍ୟା ଯେଉଁ ଦିନ ମାଆ ବିରଜା ଜନ୍ମ ହୋଇଛନ୍ତି ।

ମଧୁ ଅମାବାସ୍ୟା ଯେଉଁ ଦିନ ବାସନ୍ତି ଦୁର୍ଗା ପୂଜା ଆରମ୍ଭ ହୋଇଥାଏ । ରୁକ୍ମିଣୀ ଅମାବାସ୍ୟା ଯେଉଁ ଦିନ ଶନି ଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଏ । ସାବିତ୍ରୀ ଅମାବାସ୍ୟା, ଉଭା ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ମହାଳୟା ଅମାବାସ୍ୟା, ଦୀପାବଳି ଅମାବାସ୍ୟା ଆଦି । ତେବେ ଏହି ସବୁ ଅମାବାସ୍ୟା ରେ ସବୁ ଭଲ କାର୍ଯ୍ୟ ହି କରାଯାଏ ଏବଂ ପୂଜା ଉତ୍ସବ ମଧ୍ୟ କରାଯାଏ ତେଣୁ ଅମାବାସ୍ୟା କୁ ଅଶୁଭ ଏବଂ ସେଦିନ ଜନ୍ମିତ ପିଲା ଙ୍କୁ ମଧ୍ୟ ଅଶୁଭ କହିବା ବନ୍ଦ କରିବା ଆବଶ୍ୟକ ଏବଂ ଏଭଳି ଅନ୍ଧ ବିଶ୍ୱାସ ରୁ ଦୁରେଇ ରହିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *