ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ କେଶ ଝଡିବା ଏକ ମୁଖ୍ୟ ସମସ୍ଯା ପାଲଟି ଯାଇଛି । ଯେଉଁଥି ପାଇଁ ଅନେକ ମାନସିକ ଚିନ୍ତାଧାରା ର ଶିକାର ମଧ୍ୟ ହେଉଛନ୍ତି । ତାହା ସହ ଭିନ୍ନ ଭିନ୍ନ ଉପଚାର କରି ମଧ୍ୟ କେଶ ଝଡିବା ସମସ୍ଯା ରୁ ମୁକ୍ତ ହୋଇ ପାରୁନାହାନ୍ତି । କୌଣସି ସମସ୍ଯା ର ସମାଧାନ କରିବାକୁ ହେଲେ ପ୍ରଥମେ ସେହି ସମସ୍ୟା ଟି କ’ଣ ଏବ॰ କେଉଁ ସବୁ କାରଣ ଯୋଗୁଁ ଦେଖାଦଉଛି ତାହା ଭଲଭାବରେ ଜାଣିବା ଉଚିତ୍ ।ତେବେ ଆସନ୍ତୁ ଆଜି ଜାଣିବା ଯେଉଁ କାରଣରୁ ଆପଣଙ୍କର କେଶ ଅତ୍ୟଧିକ ମାତ୍ର ରେ ଝଡିବାରେ ଲାଗିଛି ।
ବନ୍ଧୁଗଣ ଗାଧୋଇବା ସମୟରେ ଧ୍ୟାନ ଦେବେ ଯେପରି ଗରମ ପାଣି କେଶରେ ନ ପଡେ । ଏହା କେଶ ଝଡିବାର ଏକ ମୁଖ୍ୟ କାରଣ ହୋଇଥାଏ । କାରଣ କେଶରେ ବା କେଶ ମୂଳରେ ଯେତେବେଳେ ଗରମ ପାଣି ପଡିଥାଏ ସେତେବେଳେ ଗରମ ପାଣି କେଶରେ ଥିବା ପ୍ରାକୃତିକ ତୈଳା॰ଶ କୁ ବାହାର କରି ଦେଇଥାଏ ।
ଯାହା ଫଳରେ କେଶ ଶୁଷ୍କ ହୋଇଯାଏ ଏବ॰ ଝଡିବା ସୃଷ୍ଟି ହୁଏ । ଦ୍ଵିତୀୟତଃ ଆପଣ ଙ୍କର କୌଣସି କଥାରେ ଅତ୍ୟଧିକ ଚିନ୍ତା କରିବା ମସ୍ତିସ୍କ ରେ ମାନସିକ ଚାପ ସୃଷ୍ଟି କରେ । ଯାହାଫଳରେ କେଶ ଝଡିବା ସୃଷ୍ଟି ହୁଏ । ତେଣୁ କୌଣସି କଥାରେ ଅତ୍ୟଧିକ ଚିନ୍ତା କରିବା ଉଚିତ ନୁହେଁ ।
ଯଦି ଆପଣ ଉପସ୍ଥିତ ସମସ୍ୟାର ସମାଧାନ କରିପାରିବେ ତେବେ ଶାନ୍ତି ର ସହ ସମାଧାନ କରନ୍ତୁ । ନଚେତ ଯଦି ଆପଣ ସମସ୍ୟାର ସମାଧାନ ନକରି ପାରିବେ ତେବେ ଚିନ୍ତା କରି ମଧ୍ୟ କୌଣସି ଲାଭ ନାହିଁ । ତେଣୁ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ । ତୃତୀୟ କାରଣ ଟି ହେଉଛି କେଶ ନ ଧୋଇବା । ସପ୍ତାହରେ ଅତି କମ ରେ ନିହାତି ୨ ଥର କେଶ କୁ ଧୋଇ ସଫା କରିବା ଉଚିତ୍ । ଏହା ଦ୍ଵାରା କେଶ ର ମୂଳରେ କୌଣସି ପ୍ରକାର ର ମଇଳା ଜମି ରହି ନଥାଏ, ଯାହା କେଶ ବଢିବାରେ ସାହାର୍ଯ୍ୟ କରିବା ସହ ନୂତନ କେଶ ଉଠିବାରେ ସାହାର୍ଯ୍ୟ ମଧ୍ୟ କରେ ।
ଆଜିର ଅନ୍ତିମ ବା ଶେଷ କାରଣ ଟି ହେଉଛି କେଶ ରେ Hair Dryer ର ପ୍ରୟୋଗ, ବନ୍ଧୁଗଣ ଯଦି ଆପଣ କେଶରେ କୌଣସି ପ୍ରକାର ର ହେୟାର ଡ୍ରାୟର ର ପ୍ରୟୋଗ କରୁଛନ୍ତି ତେବେ ଏହା ଆପଣ ଙ୍କ କେଶ କୁ ଦୁର୍ବଳ କରିବା ସହ ଶୁଷ୍କ କରିଦେଇଥାଏ । ତେଣୁ କେଶରେ କୌଣସି ପ୍ରକାର ର ଇଲେକ୍ଟ୍ରିକ ଡିଭାଇସ ର ପ୍ରଯୋଗ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ