Health Tips- ପାଣି ଆମ ଶରୀରକୁ କାହିଁକି ଆବଶ୍ୟକ ? ଦିନକୁ କେତେ ପାଣି ପିଇବା ଉଚିତ ଓ କିପରି ପିଇବା ଉଚିତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ସଜୀବଙ୍କ ପାଇଁ ଜଳର ନିହାତି ଆବଶ୍ୟକ ରହିଛି । କାରଣ ଶରୀର ପାଇଁ ୭୦ ଭାଗ ଜଳ ଦରକାର ହୋଇଥାଏ । କାରଣ ଜଳ ହିଁ ବ୍ୟକ୍ତିର ଜୀବନର ସଠିକ ସରଞ୍ଚନା କରିବା ପାଇଁ ନିହାତି ଦରକାର ହୋଇଥାଏ । ଯଦି ଆବଶ୍ୟକ ଅନୁସାରେ ବ୍ୟକ୍ତିର ଶରୀରକୁ ଜଳ ମିଳିପାରିନଥାଏ । ତେବେ ଶରୀରରେ ଅନେକ ପ୍ରକାର କ୍ଷତି ହୋଇଥାଏ ।

ଯେପରି ଶରୀରରେ ଥିବା ମାଂସପେଶୀ ଗୁଡିକ ସଙ୍କୁଚିତ ହୋଇଯାଇଥାନ୍ତି । ରକ୍ତରେ ଥିବା ଆରୋର୍ଥସାଇଟ କୋଷିକା ଗୁଡିକ ରହିଥାନ୍ତି । ଯାହା ପାଣି ନ ଠିକ ଭାବରେ ନ ପାଇଲେ ତାହା ଡାମେଜ ହୋଇଯାଇଥାଏ । ଏହା ସହିତ ଶରୀରର ସବୁଠାରୁ ମହତ୍ଵପୂର୍ଣ୍ଣ ଅଙ୍ଗ ମସ୍ତିସ୍କ ପାଇଁ ମଧ୍ୟ ଜଳର ସଠିକ ଯୋଗାଣ ନହେବା ଦ୍ଵାରା ମସ୍ତିସ୍କର ସଂକୋଚନ ହୋଇଯାଇଥାଏ ।

ବ୍ୟକ୍ତିର ଶରୀରରେ ଜଳର ଅଭାବ ହୋଇଥିଲେ । ପ୍ରଥମେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଥାଏ । ତାପରେ ବ୍ୟକ୍ତି ଚାହା କିମ୍ବା କଫି ସେବନ କରିବାକୁ ଆରମ୍ଭ କରିବାକୁ ଲାଗିପଡିଥାଏ । ଯାହା ଶରୀରରେ ଅଧିକ ଡିହାଇଡ୍ରେସନ କରାଇଥାଏ । ତାପରେ ବ୍ୟକ୍ତିକୁ ସେହି ସମୟରେ ନିହାତି ଭାବରେ ଜଳ ପିଇବାର ଆବଶ୍ୟକତା ପଡିଯାଇଥାଏ ।

ତେଣୁ ପ୍ରଥମରୁ ହିଁ ଜଳ ସଠିକ ମାତ୍ରାରେ ସେବନ କରି ଶରୀରରେ ଜଳର ମାତ୍ରା ଠିକ ରହିବା ଦ୍ଵାରା ହିଁ ନିର୍ଜଳୀକରଣ ହେବାର ସମ୍ଭାବନା ନଥାଏ । ଡାକ୍ତରଙ୍କର ରିସର୍ଚ ଅନୁସାରେ ୨୦ kg ଅନୁସାରେ ୧ ଲିଟର ଜଳ ଦରକାର ହୋଇଥାଏ । ସେଥିପାଇଁ ସେହି ଅନୁସାରେ ବ୍ୟକ୍ତିର ଓଜନ ଅନୁସାରେ ଜଳ ସେବନ କରିବା ଉଚିତ । ଯଦି ଜଣେ ବ୍ୟକ୍ତିର ଓଜନ ୮୦ kg । ତେବେ ସେ ଦିନକୁ ୪ ଲିଟର ପାଖାପାଖି ଜଳ ପିଇବା ଉଚିତ ।

ଯଦି ସେହି ଅନୁସାରେ ଶରୀରକୁ ଯୋଗାଣ ହୋଇପାରିନଥାଏ । ତେବେ ସ୍କିନ ସୁସ୍ଖ ହୋଇଯାଇଥାଏ । ବ୍ୟକ୍ତିକୁ କୋଷ୍ଠକାଠିନ୍ୟର ଶିକାର ହେବା ପାଇଁ ପଡିଥାଏ । ଏହା ସହିତ କଥା କହିବା ସମୟରେ ମୁହଁରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । ନଖ ମଧ୍ୟ ବହୁତ ଶୀଘ୍ର ଭାଙ୍ଗିଯାଇଥାଏ । ପାଣି ଶରୀରରେ ଠିକ ସେ ଯୋଗାଣ ହୋଇନପାରିବାରୁ ସବୁଠାରୁ ବଡ କଥା ହେଉଛି ।

ବ୍ୟକ୍ତିର ଶରୀରରେ ଦୁର୍ବଳତା ଲାଗିବା ସହ ଚିଡିଚିଡା ସ୍ଵଭାବର ହୋଇଯାଇଥାଏ । ଏହା ସହିତ ପାଣିର ପ୍ରଚୁର ସେବନ ଦ୍ଵାରା ଶରୀରରୁ ଅଦରକାରୀ ପଦାର୍ଥର ନିଷ୍କାସିତ ହୋଇଥାଏ । ଯଦି ଠିକ ସେ କୌଣସି ବ୍ୟକ୍ତି ପାଣି ପିଇନଥାଏ । ତେବେ ଶରୀରରେ ଅଦରକାରୀ ପଦାର୍ଥର ମାତ୍ରା ଶରୀରରେ ବ୍ଯାପିଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ରୋଗ ବେମାରୀ ମଧ୍ୟ ସୃଷ୍ଟି ହୋଇଥାଏ ।

ତେଣୁ ବ୍ୟକ୍ତି ପାଇଁ ନିଜ ଶରୀରର ଦରକାର ଅନୁସାରେ ନିହାତି ପାଣି ପିଇବା ଉଚିତ । କାରଣ ଜଳ ହିଁ ଜୀବନ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *