Health Tips- ପ୍ରତିଦିନ ଏହାକୁ ଅଧା ଚାମଚ ଖାଇ ନିଅନ୍ତୁ, ସବୁ ପେଟ ରୋଗ ଗାୟବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖାଦ୍ୟ ଖାଇସାରିବା ପରେ ଖାଦ୍ୟ ଯଦି ଠିକ ଭାବରେ ହଜମ ହୋଇନଥାଏ । ତେବେ ତାହା ପେଟରେ ରହି ଗ୍ଯାସ, ଏସିଡିଟି, ଖଟା ହାକୁଡି ଆସିବା ଓ ପେଟ ଫୁଲିଯିବା ଭଳି ସମସ୍ଯା ସୃଷ୍ଟି ହେବା ଏକ ସାଧାରଣ କଥା ଅଟେ । ପ୍ରାୟତଃ ଲୋକଙ୍କ ପାଖରେ ଏହି ସମସ୍ଯା ଆସିବା ବେଳେ ସେମାନେ ଏହାକୁ ଇନୋ କିମ୍ବା କୌଣସି ପ୍ରକାର ଗ୍ଯାସ ଏସିଡିଟି ଭଲ କରିବା ପାଇଁ ମେଡ଼ିସିନ ଖାଇଦେଇଥାନ୍ତି ।

ଯାହା ଫଳରେ ସେମାନଙ୍କର କିଛି ସମୟ ମଧ୍ୟରେ ଗ୍ଯାସ ଭଲ ହୋଇଯାଇଏ ସତ କିନ୍ତୁ ତାହା ସଂପୂର୍ଣ୍ଣ ରୂପେ ଭଲ ହୋଇନଥାଏ । ଆଜି ଆପଣ ଏପରି ଏକ ବୀଜ ବା ଶସ୍ୟ ବିଷୟରେ ଜାଣିବେ । ଯାହା ଦ୍ଵାରା ବ୍ୟକ୍ତି ସବୁଦିନ ପାଇଁ ଗ୍ଯାସ ଏସିଡିଟି ସମସ୍ଯାରୁ ନିଜକୁ ଦୂରେଇ ରଖିପାରିବ । ସେହି ଚମତ୍କାରୀ ଦାନା ବିଷରେ ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥିବ ।

ଗ୍ଯାସ ଏସିସିଟି ଉପରେ ତୁରନ୍ତ ପ୍ରଭାବଶାଳୀ ଭଲ ରେଜଲ୍ଟ ଦେଉଥିବା ଦାନା ହେଉଛୁ ଜୁଆଣୀ । ଜୁଆଣୀ ହେଉଛି ଏପରି ଏକ ଜିନିଷ । ଯାହା ପେଟ ସମ୍ବଦ୍ଧିତ ସବୁ ପ୍ରକାର ଡାଇଜେସନ ସମସ୍ଯାକୁ ଗାୟବ କରିଥାଏ । ଜୁଆଣୀରେ ଥାଇମୋଲ ନାମକ ଉପାଦାନ ରହିଥାଏ । ଯାହା ଖାଦ୍ୟକୁ ଜହମ କରୁଥିବା କାରକକୁ ଅଧିକ ସକ୍ରିୟ କରାଇ ଦେଇଥାନ୍ତି ।

ଯାହା ଦ୍ଵାରା ଖାଦ୍ୟ ଠିକ ଭାବରେ ହଜମ ହୋଇଥାଏ । ଏହା ସହିତ ପେଟରେ ଗ୍ଯାସ ସୃଷ୍ଟି ହେବାକୁ ଦେଇନଥାଏ । ଜୁଆଣୀକୁ ଆପଣ ପାଉଡର ପ୍ରସ୍ତୁତ କରି ଖାଇପାରିବେ କିମ୍ବା ଜୁଆଣୀ ପାଣି ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ । ଯଦି ଜୁଆଣୀର ପାଉଡର ପ୍ରସ୍ତୁତ କରିବାକୁ ଚାହୁଁଥାନ୍ତି । ତେବେ ଜୁଆଣୀକୁ ଆଣି ତାୱାରେ ଅଳ୍ପ ସମୟ ଭାଜି ଦିଅନ୍ତୁ ।

ତାପରେ ଗ୍ରାଇଣ୍ଡିଙ୍ଗ ସାହାଜ୍ଯରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଜୁଆଣୀର ପାଉଡର ପ୍ରସ୍ତୁତ କରନ୍ତୁ । ବାୟୁମୁକ୍ତ ଡବାରେ ଜୁଆଣୀକୁ ଭର୍ତ୍ତି କରି ରଖନ୍ତୁ । ଖାଦ୍ୟ ଖାଇସାରିବାର ୧୫ ରୁ ୨୦ ମିନିଟ ପରେ ଏକ ଗ୍ଳାସ ପାଣିରେ ଅଧ ଚାମଚ ଜୁଆଣୀ ପାଉଡର ମିଶାଇ ଏହାର ସେବନ କରନ୍ତୁ । ଖରା ବେଳ ଖାଦ୍ୟ ଖାଇସାରିବା ପରେ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ଦିନକୁ ୨ ଥର ଜୁଆଣୀ ପାଉଡରରୁ ପାଣି ପ୍ରସ୍ତୁତ କରି ସେବନ କରନ୍ତୁ ।

ଗ୍ଯାସ ଓ ଏସିଡିଟି ହେବାର ସମ୍ଭାବନା ମଧ୍ୟ ନଥିବ । ଯଦି ଜୁଆଣୀର ପାଣି ପ୍ରସ୍ତୁତ କରିବେ । ତେବେ ୧ ଗ୍ଳାସ ପାଣିରେ ୨ ଚାମଚ ଜୁଆଣୀ ମିଶାଇ ଗ୍ଯାସରେ ଏକ ପାତ୍ର ବସାଇ ପାତ୍ର ତାହାକୁ କିଛି ସମୟ ଫୁଟିବା ପାଇଁ ଛାଡିଦେବେ । ଯେତେବେଳେ ପାଣି ଫୁଟିସାରିଲା ପରେ ତାକୁ ଅନ୍ୟ ଏକ ପାତ୍ରରେ ଛାଣି ସେହି ଜୁଆଣୀର ପାଣିର ସେବନ କରିବେ ।

ଜୁଆଣୀ ପାଣିର ଲଗାତର କିଛି ଦିନ ପର୍ଯ୍ୟନ୍ତ ସେବନ ଦ୍ଵାରା ପେଟରେ ଗ୍ଯାସ ଓ ଏସିଡିଟି ସଂପୂର୍ଣ୍ଣ ଗାୟବ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *