ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଭିନ୍ନ ପ୍ରକାର ଶାଗ ଖାଇବା ନିହାତି ଉଚିତ । କାରଣ ଭିନ୍ନ ଭିନ୍ନ ପ୍ରକାର ଶାଗରେ ଭିନ୍ନ ଭିନ୍ନ ପୋଷକ ତତ୍ଵ ରହିଥାଏ। କେତେ ପ୍ରକାରର ଖାଦ୍ୟଉପଯୋଗୀ ଶାଗ ବିଷୟରେ ଆମେ ଜାଣିଛୁ । ଆଜି ଆମେ ସଜନା ଶାଗର ଫାଇଦା ବିଷୟରେ ଆଲୋଚନା କରିବା। ସଜନା ଶାଗକୁ ଆମେ ଭଜା, ତରକାରୀ ଆଦି ଆଇଟମ୍ ପ୍ରସ୍ତୁତ କରି ଖାଇଥାଉ ।
ସଜନା ଶାଗ ସହିତ ସଜନା ଛୁଇଁରେ ମଧ୍ୟ ଚମତ୍କାରୀ ଆୟୁରଭେଦିକ ଫାଇଦା ଲୁଚିକି ରହିଛି । ୧୦୦ ଗ୍ରାମ ସଜନା ସହିତ ୫ ଗ୍ଲାସ କ୍ଷୀର ସମାନ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ଲେମ୍ବୁରେ ଭିଟାମିନ – C ରହିଥାଏ । ସଜନା ଶାଗରେ ମଧ୍ୟ ଲେମ୍ବୁ ତୁଳନାରେ ଅଧିକ ଭିଟାମିନ – C ରହିଥାଏ ।
ସଜନା ଶାଗରେ କ୍ୟାଲସିୟମ ଓ ଭିଟାମିନ – C ସହ ଆହୁରି ଅନେକ କିଛି ପ୍ରୋଟିନ, ପୋଟାସିୟମ, ମଗ୍ନେସିଆମ, ଭିଟାମିନ – D କମ୍ପ୍ଲେକ୍ସ ଓ ଅନେକ କିଛି ପୋଷକ ତତ୍ଵ ରହିଥାଏ । ଯେଉଁ ମାନଙ୍କର ପେଟ ଜନିତ ସାଂଘାତିକ ସମସ୍ଯା ଯେପରି ହଇଜା, ଝାଡା, ଜଣ୍ଡିସ ଭଳି ରୋଗୀଙ୍କ ପାଇଁ ସଜନା ପତ୍ରର ରସ ସେବନ କରିବା ନିହାତି ଉଚିତ ।
ବ୍ୟକ୍ତିକୁ ଜୋରସେ ଥଣ୍ଡା ହୋଇଥିଲେ । ସଜନା ପତ୍ର ଓ ସଜନା ଛୁଇଁକୁ ଗରମ ପାଣିରେ ପକାଇ ତାହାର ବାମ୍ଫ ନେବା ଦ୍ଵାରା ଥଣ୍ଡାରୁ ବହୁତ ଶୀଘ୍ର ଆରମ ମିଳିଥାଏ । ଏହା ସହିତ ଥଣ୍ଡା ହୋଇଥିବା ଲୋକଙ୍କର ଯେଉଁ ଶରୀର କସମସ ସହ ଥକାପଣ ଅନୁଭବ ହୋଇଥାଏ । ସେଥିରୁ ମଧ୍ୟ ତ୍ରାହୀ ମିଳିଥାଏ । ଯେଉଁ ମାନଙ୍କର ରକ୍ତହୀନତା ବା ଏନିମିଆ ଭଳି ସମସ୍ଯା ରହୁଥାଏ । ସେମାନଙ୍କୁ ନିହାତି ଭାବରେ ସଜନା ଶାଗ ଖାଇବା ଉଚିତ ।
ସଜନା ଶାଗର ପତ୍ର ଓ ଫଳ ଖାଇବା ଦ୍ଵାରା ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳାଙ୍କ ସ୍ଵାସ୍ଥ ଅବସ୍ତା ସୁସ୍ଥ ରହିଥାଏ । ସଜନା ଶାଗ ଓ ଛୁଇଁରେ ଭରପୁର ମାତ୍ରାରେ ଫାଇବର ରହିଥିବାରୁ ଏହା ପାଚନକ୍ରିୟାକୁ ଶକ୍ତିଶାଳୀ କରାଇଥାଏ । ଏହା ସହିତ ଏହା କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ । ସଜନାରେ କ୍ୟାଲସିୟମର ମାତ୍ରା ଅଧିକ ରହିଥିବାରୁ ଏହା ଶରୀରର କ୍ୟାଲସିୟମର ଅଭାବକୁ ମଧ୍ୟ ଦୂର କରିଥାଏ ।
ଏହା ସହିତ ଆଣ୍ଠୁ ଗଣ୍ଠିରେ ପୀଡିତ ବ୍ୟକ୍ତି ମାନଙ୍କ ପାଇଁ ଏହାର ସେବନ ବହୁତ ଅଧିକ ଲାଭଦାୟକ ହୋଇଥାଏ । ସଜନା ଶାଗ ଖାଇବା ଦ୍ଵାରା ଶରୀରରେ ରୋଗପ୍ରତିରୋଧକ କ୍ଷମତା ମଧ୍ୟ ବଢିଥାଏ । ତେଣୁ ଶରୀରକୁ ଏହା ବିଭିନ୍ନ ପ୍ରକାର ରୋଗରୁ ବଞ୍ଚାଇଥାଏ ।
ସଜନା ଶାଗ ଓ ସଜନା ଛୁଇଁ ଖାଇବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାର ଫାଇଦା ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ