ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୩ ଟି ହାଡର ସଂଯୋଗ ଗୋଡର ଯେଉଁଠାରେ ହୋଇଥାଏ । ତାହାକୁ ଆମେ ଆଣ୍ଠୁ ବୋଲି କହିଥାଉ । ଆଣ୍ଠୁରେ ଥିବା ଲିକ୍ବିଡ୍ ହାଡକୁ ହାଡ ଯୋଡି ହେବା ସମୟରେ ଶବ୍ଦ କରିବା ବା ଘଷି ହୋଇ କଷ୍ଟ ଦେବା ଭଳି ସମସ୍ଯାରୁ ରକ୍ଷା କରିଥାଏ । ଆଣ୍ଠୁରେ ବିନ୍ଧା ହେବା ଆରମ୍ଭ ହେବାର କେତେ ଗୁଡିଏ କାରଣ ରହିଥାଏ । ପ୍ରଥମେ ଅଧିକ ବୟସ ହୋଇଗଲା ପରେ ଜଏଣ୍ଟ ସ୍ଥାନର ରହିଥିବା ଲିକ୍ୱିଡ୍ ଭଳି ତରଳ ପଦାର୍ଥ ସରି ସରି ଯାଇଥାଏ ।
ଯେଉଁ କାରଣରୁ ଆଣ୍ଠୁ ପେନ୍ ହୋଇଥାଏ । ଦିତୀୟରେ ଯଦି କୌଣସି କାରଣରୁ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ହାଡ ଉପରେ କିଛି ପ୍ରେସର ପଡିଥାଏ । ତେବେ ମଧ୍ୟ ଆଣ୍ଠୁ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତୃତୀୟରେ ଯଦି ହାଡ ଜଏଣ୍ଟ ହୋଇଥିବା ସ୍ଥାନରେ କିଛି ଜମା ହୋଇଯାଇଥାଏ । ତେବେ ମଧ୍ୟ ହାଡ ପେନ୍ ହୋଇଥାଏ ।
ଆଣ୍ଠୁର ରିପ୍ଲେସମେଣ୍ଟ ସର୍ଜରୀ ପ୍ରାୟତଃ ୫୫ ବର୍ଷ ପରେ କରାଯାଇଥାଏ । ଯଦି ବ୍ୟକ୍ତିର ଅଳ୍ପ ବର୍ଷ ବୟସରୁ ଆଣ୍ଠୁ ଗଣ୍ଠି ସମସ୍ଯାରେ ପୀଡିତ ରହିଥାଏ । ତେବେ ମଧ୍ୟ ଆବଶ୍ୟକ ସ୍ଥଳେ କୌଣସି ବୟସରେ ମଧ୍ୟ ଆଣ୍ଠୁର ରିପ୍ଲେସମେଣ୍ଟ ସର୍ଜରୀ କରାଯାଇପାରିବ । ଏହା ଛଡା ଅନ୍ୟ ଉପାୟ ଯେପରି ଆଣ୍ଠୁ ପ୍ରିଜର୍ଭେସନ ଉପାୟ ଦ୍ଵାରା ମଧ୍ୟ ଆଣ୍ଠୁ ସମସ୍ଯା ଠିକ କରାଯାଇପାରିବ ।
ଆଣ୍ଠୁ ସର୍ଜରୀ କରିବା ପରେ ସଂପୂର୍ଣ୍ଣ ପୂର୍ବ ଅବସ୍ତା ଭଳି ଆଣ୍ଠୁକୁ ଯଦିଓ ଠିକ କରାଯାଇ ପାରିନଥାଏ । ତଥାପି ଆଣ୍ଠୁ ରିପ୍ଲେସମେଣ୍ଟ କରିବା ଦ୍ଵାରା ବ୍ୟକ୍ତି ଆଣ୍ଠୁ ପେନ୍ ରୁ ମୁକ୍ତି ପାଇପାରିଥାଏ । କାରଣ ବ୍ୟକ୍ତିର ଜନ୍ମ ସମୟରୁ ଯେଉଁ ଆଣ୍ଠୁ ଗୋଡରେ ରହିଥାଏ । ତାହା ପ୍ରାକୃତିକ ହୋଇବା ସହ ପ୍ରକୃତିଗତ ଜିନିଷ ହୋଇଥାଏ ।
କିନ୍ତୁ ସର୍ଜରୀ ପରେ ଯେଉଁ କୃତିମ ଚକି ସଦୃଶ ଜିନିଷ ଆଣ୍ଠୁରେ ଲଗାଯାଇଥାଏ । ତାହା ୧ ମାସ ପର୍ଯ୍ୟନ୍ତ ବ୍ୟକ୍ତିର ଗୋଡରେ ଅସ୍ଵାଭାବିକ ଲାଗିଥାଏ କିନ୍ତୁ ଧିରେ ଧୀରେ ନରମାଲ୍ ହୋଇଯାଇଥାଏ ।ତଥାପି ମାଂସପେଶୀରେ କିଛି ମାସ ପର୍ଯ୍ୟନ୍ତ ଦରଜ ରହିଥାଏ । ତାପରେ ଆସ୍ତେ ଆସ୍ତେ ଦରଜ ସ୍ଵାଭାବିକ ହୋଇଯାଇଥାଏ ।
କିଛି ବ୍ୟକ୍ତିଙ୍କର ଆଣ୍ଠୁ ରିପ୍ଲେସମେଣ୍ଟ ସର୍ଜରୀ କରିବା ପରେ ପେନ୍ ରୁ ସଂପୂର୍ଣ୍ଣ ରିଲିଫ ହେବା ପାଇଁ କିଛି ମାସ ବା ବର୍ଷେ ଅନ୍ତରାଳରେ ମଧ୍ୟ ଠିକ ହୋଇଥାଏ । ଏହା ବ୍ଯତୀତ ସର୍ଜରୀ ପରେ ଗୋଡରେ ଥିବା ମାଂଶ ପେଶୀକୁ ଠିକ ଭାବରେ ଏକ୍ଷସରସାଇଜ କରିବା ଦ୍ଵାରା ଧୀରେ ଧୀରେ କରି ଆଣ୍ଠୁ ନରମାଲ୍ ହେବା ସହ ବ୍ୟକ୍ତି ଯନ୍ତ୍ରଣାରୁ ମୁକ୍ତି ପାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ