ମହିଳା ମାନଙ୍କ ଠାରେ ୟୁରିନାରୀ ଇଂଫେକ୍ସନ (Urinary Tract Infection) କାହିଁକି ହୋଇଥାଏ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ UTI ୟୁରିନାରୀ ଟ୍ରାକ ଇନଫେକସନ ଏକ ଶରୀର ସମ୍ବଦ୍ଧୀୟ ସମସ୍ଯା ଅଟେ । ଯାହା ସାଧାରଣ ହୋଇପାରେ ଯଦି ଏହାର ସଠିକ କାରଣ, ଲକ୍ଷଣ ନଯାଣି ଚିକିତ୍ସା କରାନଯାଏ । ତେବେ ନିହାତି ଭାବେ ଏହା ଏକ ଗମ୍ଭୀର ସମସ୍ଯାରେ ପରିଣତ ହୋଇଥାଏ । ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ୟୁରିନ ଇନଫେକସନ ହୋଇଥାଏ । ୟୁରିନ ଇନଫେକସନ ହେବାର ମଧ୍ୟ ଅନେକ କାରଣ ରହିଛି ।

ୟୁରିନ ଇନଫେକସନର ଲକ୍ଷଣ ;- ପରିସ୍ରା ଜଳା ପୋଡା ହୋଇଥାଏ । ପରିସ୍ରା ଠିକ ଭାବେ ନହୋଇବା ଓ ପରିସ୍ରାରେ ରକ୍ତ ପଡିବା । ପରିସ୍ରାରୁ ଦୁର୍ଗନ୍ଧ ବାହାରିବା । ତଳି ପେଟ ଦରଜ ହେବା, ବାନ୍ତି ହେବା । ବେଳେ ବେଳେ ଜ୍ଵର ମଧ୍ୟ ହୋଇଥାଏ । ଏହା ସବୁ ୟୁରିନ ଟ୍ରାକର ପ୍ରମୁଖ ଲକ୍ଷଣମାନ ହୋଇଥାଏ ।

ୟୁରିନ ଇନଫେକସନର କାରଣ ;- ୟୁରିନ ଇନେଫେକ୍ଷଣ ମୁଖ୍ୟତଃ ଇକୋଲାଇ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ । ବ୍ଳାଡରରେ ଇନଫେକସନ ହୋଇଲେ । ୟୁରିନ ଇନଫେକସନ ହୋଇଥାଏ । ଯଦି ଭଯାଇନାଲ ଏରିଆକୁ ଠିକ ଭାବେ ମେଣ୍ଟେନ କରାଯାଇ ନଥାଏ । ତେବେ ମଧ୍ୟ ୟୁରିନ ଇନଫେକସନ ହେବାର କାରଣ ହୋଇଥାଏ ।

କେତେକ କ୍ଷେତ୍ରରେ ଶାରୀରିକ ସମ୍ପର୍କ ରଖିବା କାରଣରୁ ମଧ୍ୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ୟୁରିନାରୀ ଟ୍ରାକ ଇନଫେକସନ ହୋଇଥାଏ । ମହିଳାଙ୍କର ପିରିଅଡ୍ ସମୟରେ ପ୍ରାୟତଃ ୟୁରିନାରୀ ଇନଫେକସନ ହେବାର ସମ୍ଭାବନା ରହିଥାଏ । ଡାଇବେଟିସ, ପରାଲିଶିଷ କିଡ୍ନୀ ରୋଗ ଏହିପରି କିଛି ରୋଗ ବେମାରୀ ଥିଲେ ମଧ୍ୟ ୟୁରିନାରୀ ଇନଫେକସନ ହୋଇଥାଏ ।

ୟୁରିନ ଇନଫେକସନର ଚିକିତ୍ସା  ;-  ୟୁରିନ ଟ୍ରାକ ଇନଫେକସନ ସମସ୍ଯା ହୋଇଥିଲେ । ଡାକ୍ତର ଏହାର ୨ ଟି ଚିକିତ୍ସା ପଦ୍ଧତି ଦ୍ଵାରା ଚିକିତ୍ସା କରିଥାନ୍ତି । ପ୍ରଥମ ହେଉଛି ୟୁରିନ ରୁଟିନ ମାଇକ୍ରୋସ୍କୋପି ଓ ଅନ୍ୟଟି ହେଉଛି ୟୁରିନ କଲଚର ସେନ୍ସିଟିଭିଟି । ୟୁରିନ ମାଇକ୍ରୋସ୍କୋପି ଟେଷ୍ଟରେ ବ୍ଳାଡରରେ ବ୍କାଟେରିଆ ଅଛି କି ନାହିଁ । ୟୁରିନର ରଙ୍ଗ ଓ ୟୁରିନ ସମ୍ବଦ୍ଧୀୟ କିଛି ଟେଷ୍ଟ କରାଯାଇଥାଏ ।

ଯେଉଁ ମଣିଷଙ୍କ କ୍ଷେତ୍ରରେ ଗମ୍ଭୀର ୟୁରିନ ଜନିତ ସମସ୍ଯା ରହୁଥାଏ । ସେମାନଙ୍କ ଠାରେ ୟୁରିନ କଲଚର ଚିକିତ୍ସା ପଦ୍ଧତିର ଅବଲମ୍ବନ କରାଯାଇଥାଏ । ୟୁରିନ କଲଚର ଟେଷ୍ଟରେ କେଉଁ ବ୍ୟାକେଟେରିଆ ଯୋଗୁ ୟୁରିନ ଟ୍ରାକ ଇନଫେକସନ କରିବାରେ ସାହାଜ୍ଯ କରୁଛି । ତାହାକୁ ନିରୀକ୍ଷଣ କରାଯାଇଥାଏ । ବାକ୍ଟେରିଆ ଅନୁଧ୍ୟାନ କରି ତାହାର ବିପକ୍ଷରେ କେଉଁ ଆଣ୍ଟି ବାୟୋଟିକ ଦିଆଯିବ ତାହା ଠିକ କରାଯାଇଥାଏ ।

୭ ରୁ ୧୦ ଦିନ ସମୟ ଅବଧିର ଆଣ୍ଟି ବାୟୋଟିକର ବ୍ୟବହାର କରିବା ପାଇଁ ରୋଗୀକୁ ଦିଆଯାଇଥାଏ । ଏହା ପରେ ବ୍ୟକ୍ତିର ୟୁରିନାରୀ ଟ୍ରାକ ଇନଫେକସନ ଦୂର ହୋଇଯାଇଥାଏ । UTI ନହେବା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହା ସହିତ ଭଯାଇନାଲ ଏରିଆର ପରିଷ୍କାର ପ୍ରତି ଧ୍ୟାନ ଦେବା ଉଚିତ । ଯଦି ଏହି ସବୁ ନିୟମର ପାଳନ କରିବେ । ତେବେ UTI ସମସ୍ଯା ଠାରୁ ନିଜକୁ ସୁରକ୍ଷା ଦେଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *