ନମସ୍କାର ବନ୍ଧୁଗଣ । ମଣିଷ ଶରୀର ରେ କେତେବେଳ ସୁଖ ତ ପୁଣି କେତେବେଳ ଦୁଃଖ ଲାଗି ରହିଥାଏ । ତେଣୁ ଏଗୁଡ଼ିକୁ ମଣିଷ ଜୀବନର ଏକ ଅଭିନ୍ନ ଅଙ୍ଗ ବୋଲି ମଧ୍ୟ କୁହାଯାଇଥାଏ । ଏଭଳି ବନ୍ଧୁଗଣ ରୋଗ କଷ୍ଟ ଯନ୍ତ୍ରଣା ମଧ୍ୟ ମଣିଷ ଜୀବନରେ ସମୟ ସମୟରେ ଲାଗି ରହିଥାଏ । ଏହାକୁ କେହି କେବେ ନିଜ ଜୀବନରୁ ଅଲଗା କରି ପାରେ ନାହିଁ । ବେଳେ ବେଳେ ଆମେ ମାନେ କିଛି ବ୍ୟାଧି ରୁ ମୁକ୍ତି ହେବା ପାଇଁ କେତେ କେତେ ଟଙ୍କା ପଇସା ଖର୍ଚ୍ଚ କରି ଦେଇଥାଉ କିନ୍ତୁ ତଥାପି ମଧ୍ୟ ସେହି ରୋଗ ରୁ ଆମେ ମାନେ ମୁକ୍ତ ହୋଇ ପରି ନଥାଉ ।
କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ବହୁ ରୋଗ ରୁ ଅତି ସହଜ ରେ ହିଁ ରକ୍ଷା ପାଇ ଯାଇ ପାରିବେ । ତାହାସହ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କର ଧନ ମଧ୍ୟ ଖର୍ଚ୍ଚ ହେବ ନାହିଁ । ବନ୍ଧୁଗଣ ପ୍ରତ୍ଯେକ ଙ୍କ ଘରେ ରୋଷେଇ ଘରେ ଅତି ସହଜ ରେ ସମସ୍ତଙ୍କୁ ହଳଦୀ ନିଶ୍ଚୟ ମିଳି ଯିବ ।
ଏହି ହଳଦୀ ରେ କିଛି ଏପରି ଶକ୍ତି ରହିଛି, ଯାହାକି ଆମ ଶରୀର ରେ ରୋଗ ପ୍ରତି ରୋଧକ ଶକ୍ତି କୁ ଖୁବ ବଢାଇ ଥାଏ । ସର୍ଦି କାସ ଆଦି ହେଲେ ଯଦି କେହି ହଳଦୀ ପାଣିର ସେବନ କରନ୍ତି, ତେବେ ଏହା ଦ୍ଵାରା ତାଙ୍କର ସେହି ଥଣ୍ଡା ଆଦି ସବୁ ଭଲ ହୋଇ ଯାଇଥାଏ ।
ହଳଦୀ ରେ କ୍ଷତ କୁ ଶୀଘ୍ର ଭରିବାର ମଧ୍ୟ ଗୁଣ ରହିଛି । ତେଣୁ ଏପରି ରେ ଯଦି ଆପଣ ହଳଦୀ ପାଣି ର ସେବନ କରନ୍ତି, ତେବେ ଆପଣଙ୍କ ଶରୀରର ସମସ୍ତ କ୍ଷତ ଶୀଘ୍ର ଭରି ଯାଇଥାଏ । ହଳଦୀ ପାଣି ସେବନ କରିବା ଦ୍ଵାରା ଭବିଷ୍ୟତ ରେ କ୍ୟାନ୍ସର ଭଳି ରୋଗ ର ମଧ୍ୟ ଭୟ ନଥାଏ । ହଳଦୀ ପାଣିର ସେବନ ଦ୍ଵାରା ମସ୍ତିସ୍କ ର ମଧ୍ୟ ବିକାଶ ଖୋଇଥାଏ ।
ବନ୍ଧୁଗଣ ଏହି ହଳଦୀ ପାଣି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଳାସ ଉଷୁମ ପାଣି ସର୍ବ ପ୍ରଥମେ ନେଇ ନିଅନ୍ତୁ । ଏହା ପରେ ଆପଣ ସେଥିରେ ଅଧ ଚାମଚ ହଳଦୀ ମିଶାଇ ଦିଅନ୍ତୁ । ଏହା ପରେ ସେଥିରେ ଆପଣ ସ୍ଵାଦ ପାଇଁ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ । ତେବେ ଆପଣ ଙ୍କର ହଳଦୀ ପାଣି ବର୍ତ୍ତମାନ ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରି ପାରିବେ ।
ବନ୍ଧୁଗଣ ଆପଣ ଚାହିଁଲେ ଏହି ହଳଦୀ କୁ ପାଣି ସ୍ଥାନରେ କ୍ଷୀର ସହ ମଧ୍ୟ ସେବନ କରି ପାରନ୍ତି । ବନ୍ଧୁଗଣ ଏହି ହଳଦୀ ପାଣି କୁ କେବେ ମଧ୍ୟ କୌଣସି ଗର୍ଭବତୀ ମହିଳା ମାନେ ସେବନ କରିବା ଉଚିତ ହୋଇ ନଥାଏ । ତାହାସହ ଯେଉଁ ମାନଙ୍କ ପେଟ ରେ ଷ୍ଟୋନ ଥାଏ ସେମାନେ ମଧ୍ୟ ଏହି ପାଣିର ସେବନ କରିବା ଉଚିତ ହୋଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଏମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ