ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାଇବେଟିସ ବା ମଧୁମେହ ପ୍ରାୟତଃ ଲୋକଙ୍କର ସ୍ଵାସ୍ଥ ଅବସ୍ତାରେ ପରିଲକ୍ଷିତ ହେଉଅଛି । ଏହା ଏକ ଏପରି ରୋଗ ଯାହା ମନୁଷ୍ୟକୁ ଭିତରୁ ଫମ୍ପା କରିଦେଇଥାଏ । ଯେଉଁ ମାନେ ଡାଇବେଟିସରେ ପୀଡିତ ଅଛନ୍ତି । ସେମାନଙ୍କର ଡାକ୍ତରଙ୍କର ପରାମର୍ଶ ଅନୁସାରେ ମେଡ଼ିସିନର ସେବନ କରିବା ସହିତ ନିଜର ଖାଦ୍ୟ ଉପରେ ମଧ୍ୟ ଅଧିକ ଯତ୍ନଶୀଳ ହେବା ଉଚିତ । କାରଣ ଆପଣ ଯେତେ ମଧ୍ୟ ମେଡ଼ିସିନ ଖାଇଲେ ମଧ୍ୟ ଯଦି ଡାଇବେଟିସ ପାଇଁ ଡାଏଟ୍ ଠିକ କରିପାରିବେ ନାହିଁ ।
ତେବେ ଆପଣଙ୍କ ସୁଗାର ମାତ୍ରାରେ ନିୟନ୍ତ୍ରଣ ହୋଇପାରିବ ନାହିଁ । ଡାଇବେଟିସ ରୋଗୀଙ୍କ ପାଇଁ କଲରା ଖାଇବାର ମହତ୍ଵ ଅଧିକ ମାତ୍ରାରେ ରହିଥାଏ । କାରଣ କଲରା ଖାଇବା ଦ୍ଵାରା ଶରୀରରେ ଇନସୁଲିନର ମାତ୍ରାରେ ବଢାଇ ଥାଏ । କଲରାକୁ ରୋଷେଇ କରି ଖାଇବା ଅପେକ୍ଷା ଏହାର ଜୁଷ କରି ସେବନ କରିବା ସ୍ଵାସ୍ଥ ପକ୍ଷେ ବହୁତ ହିତକର ହୋଇଥାଏ। ଦିତୀୟ ଖାଦ୍ୟ ହେଉଛି ଜାମୁକୋଳୀ ।
ଜାମୁକୋଳୀ ଋତୁ ଅନୁସାରେ ଦ୍ରୁଷ୍ଟିଗୋଚର ହେଉଥାଏ । ଡାଇବେଟିସ ରୋଗୀ ଜାମୁକୋଳୀର ସେବନ ଦ୍ଵାରା ତାଙ୍କର ବ୍ଲଡ୍ ସୁଗାର କଣ୍ଟ୍ରୋଲ ହେବା ସହିତ ଇନସୁଲିନର ସେନ୍ସିଟିଭିକୁ ବଢାଇବାରେ ଅନେକ ମାତ୍ରାରେ ସାହାଜ୍ଯ କରିଥାଏ । ତୃତୀୟରେ ଆପଣ ମାର୍କେଟରୁ ଡାବର କମ୍ପାନୀର ଯାମୁନ, ନିମ୍ ଓ କରେଲା ଜୁଷ ମଧ୍ୟ କିଣି ସେବନ କରିପାରିବେ ।
ଡାଇବେଟିସ ରୋଗୀଙ୍କ ପାଇଁ ଏହା ଅନେକ ପ୍ରଭାବଶାଳୀ ହୋଇଥାଏ । ଏହି ଜୁଷରୁ ଆପଣ 10 ରୁ 20 ml ଆଣି 100 ml ପାଣିରେ ମିଶାଇ ସେବନ କରିବା ଉଚିତ । ଚତୁର୍ଥରେ ଆପଣ ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ କଖାରୁର ଆଇଟମ୍ ପ୍ରସ୍ତୁତ କରି ସେବନ କରନ୍ତୁ । କଖାରୁ ମଧ୍ୟ ମଧୁମେହ ରୋଗୀଙ୍କ ସ୍ଵାସ୍ଥ ପାଇଁ ହିତକର ହୋଇଥାଏ ।
ପଞ୍ଚମରେ ଭେଣ୍ଡି ଏକ ଏପରି ଖାଦ୍ୟ ସାମଗ୍ରୀ ଯାହା ସ୍ଵାଦ ବହୁତ ହିଁ ଭଲ ହୋଇଥାଏ । ଏହା ସହିତ ଡାଇବେଟିସ ରୋଗୀଙ୍କର ବଢି ଯାଇଥିବା ବ୍ଲଡ୍ ରେ ସୁଗାର ମାତ୍ରାକୁ କମାଇବାରେ ସାହାଜ୍ଯ କରିଥାଏ । ଷଷ୍ଠରେ ଡାଇବେଟିସ ରୋଗୀ ସେଓର ମଧ୍ୟ ସେବନ କରିପାରିବେ । ସେଓର ସ୍ଵାଦ ଭଲ ହେବା ସହିତ ଏଥିରେ ଥିବା ପୋଷକ ତତ୍ଵ ଶରୀର ପାଇଁ ଉପକାରୀ ହୋଇଥାଏ ।
ଖାସ୍ କରି ଆପେଲର ଚୋପା ଖାଇବା ଦ୍ଵାରା ବ୍ଲଡ୍ ରେ ସୁଗାର ନିୟନ୍ତ୍ରଣ କରିବା ପାଇଁ ଏହା ସାହାଜ୍ଯ କରିଥାଏ । ଓଟ୍ସ ମଧ୍ୟ ଶରୀର ପାଇଁ ସବୁ କ୍ଷେତ୍ରରୁ ଭଲ ହୋଇଥାଏ । ରକ୍ତରେ ସୁଗାରକୁ ସଠିକ କରି ରଖିବା ପାଇଁ ଓଟ୍ସର ଭୁମିକା ମଧ୍ୟ ରହିଥାଏ । ତେଣୁ ନିହାତି ଭାବରେ ଖାଦ୍ୟ ରୁଟିନ୍ ରେ ଓଟ୍ସକୁ ମଧ୍ୟ ସାମିଲ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ