ରାତିରେ ଭଲ ନିଦ କିପରି ହେବ ? ଦେଖନ୍ତୁ କଣ କୁହନ୍ତି Dr Pranab Mahapatra

ନମସ୍କାର ବନ୍ଧୁଗଣ । ଆଜିକାଲି ର ଦୈନଦିନ ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି କି ଯାହାଫଳରେ କି ଆଜିକାଲି ଲୋକ ମାନେ ଠିକ ଭାବରେ ରାତି ରେ ଶୋଇ ପାରୁ ନାହାନ୍ତି । ଯାହାକି ମଣିଷ ର ମାନସିକ ସ୍ଥିତି ଉପରେ ମଧ୍ୟ ଖୁବ ପ୍ରଭାବ ପକାଇଥାଏ । ଏହା ଯୋଗୁଁ ମଣିଷ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ମଧ୍ୟ କରିଥାଏ । ତେଣୁ ପ୍ରତ୍ଯେକ ମଣିଷ କୁ ପ୍ରତିଦିନ ନିଜ ଜୀବନରେ ଠିକ ଭାବରେ ନିୟମିତ ଶୋଇବା ଆବଶ୍ୟକ ।

ଅବନାଧୁଗଣ ଅନେକ ଥର ଦେଖା ଯାଇଥାଏ କି ଅନେକ ଲୋକ ଥାନ୍ତି ଯେଉଁ ମାନେ କି ରାତିରେ ନିଦ ନ ହେବା କାରଣ ରୁ ଶୋସିଆଲ ମିଡିଆ ରେ ଯାଇ ସମୟ ଅତିବାହିତ କରିଥାନ୍ତି । ନଚେତ TV ଦେଖିବା ଆରମ୍ଭ କରି ଦିଅନ୍ତି । ଯାହାକି ବନ୍ଧୁଗଣ ବାସ୍ତବରେ ଖୁବ ଭୁଲ ହୋଇଥାଏ । କାରଣ ଏହାଦ୍ଵାରା ନିଦ ଆସିବା ପରିବର୍ତ୍ତେ ଆଖି ଉପରେ ଆହୁରି ଚାପ ପଡିଥାଏ ।

ତେଣୁ ଏପରି କରିବା ଠିକ ହୋଇ ନଥାଏ । ବନ୍ଧୁଗଣ ନିଦ ଠିକ ଭାବରେ ନ ହେବାର ଏକ କାରଣ ମଣିଷ ନିଜେ ହୋଇଥାଏ । ତେଣୁ ପ୍ରତ୍ଯେକ ମଣିଷ କୁ ନିଜେ ସୁସ୍ଥ ରହିବାକୁ ହେଲେ ବା ନିଜର ନିଦ କୁ ଠିକ କରିବାକୁ ହେଲେ ସର୍ବପ୍ରଥମେ ମାନସିକ ସ୍ତର ରେ ନିଜ କୁ ପ୍ରସ୍ତୁତ କରିବାକୁ ହେବ । ନିଜେ ନିଜର ଦିନଚରିଆ ରେ କିଛି ମାତ୍ର ରେ ପରିବର୍ତ୍ତନ ଆଣିବାକୁ ପଡିବ । ରାତିରେ ଶୋଇବାର ଏକ ନିର୍ଦ୍ଧିଷ୍ଟ ସମୟ ନିର୍ଧାରିତ କରିବାକୁ ପଡିବ ।

ବନ୍ଧୁଗଣ ରାତିରେ ସବୁବେଳେ ଶୋଇବାର କିଛି ଘଣ୍ଟା ପୂର୍ବରୁ ଖାଇ ନେବା ଶରୀର ପାଇଁ ଠିକ ହୋଇଥାଏ । ଏହାଦ୍ବାରା ଶରୀରରେ ପାଚନ ମଧ୍ୟ ଠିକ ଭାବରେ ହୋଇଥାଏ  ଯାହାଫଳ ରେ ନିଦ ମଧ୍ୟ ଠିକ ଭାବରେ ହୋଇଥାଏ । ଯାଞ୍ଚ ରୁ ଜଣା ପଡିଛି କି ଆଜିକାଲି ବ୍ୟବହାର କରୁଥିବା ଇଲୋକ୍ଟ୍ରୋନିକ ଡିଭାଇସ ର ବ୍ଲୁଲାଇଟ ଗୁଡିକ ଦୀର୍ଘ ସମୟ ଧରି ଆଖିରେ ପଡୁଥିବା କାରଣ ରୁ ଆଖି ଉପରେ ଏହାର କୁପ୍ରଭାବ ପଡିଥାଏ ।

ତେଣୁ ବନ୍ଧୁଗଣ ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଅତିକମ ରେ ନିଜ ଠାରୁ ସମସ୍ତ ଇଲୋକ୍ଟ୍ରୋନିକ ଡିଭାଇସ ଗୁଡିକୁ ଦୂରରେ ରଖିବା ଉଚିତ । ତାହାଛଡା ଶୋଇବା ପୂର୍ବରୁ କିଛି ଭଲ ବହି ଆଦି ମଧ୍ୟ ଆପଣ ପାଠ କରି ପାରନ୍ତି । ଏହାସହ କିଛି ଯୋଗ ପ୍ରାଣାୟମ ଆଦି ମଧ୍ୟ କରି ପାରନ୍ତି । ଏହା ଦ୍ଵାରା ଆପଣ ଏକ ଭଲ ନିଦ ରେ ଶୋଇ ପାରିବେ । ତାହାସହ ବନ୍ଧୁଗଣ ଯଦି ଆପଣ ଦିନ ସାରା କୌଣସି କଠିନ ପରିଶ୍ରମ ନ କରୁଛନ୍ତି, ତେବେ ବନ୍ଧୁଗଣ ଆପଣ ପ୍ରତିଦିନ ସକାଳେ କିଛି ସମୟ ପାଇଁ ବ୍ୟାୟାମ ଆଦି ମଧ୍ୟ ନିଶ୍ଚୟ କରିବା ଉଚିତ ।

ବନ୍ଧୁଗଣ ଯଦି ଏହି ସବୁ କିଛି କରିବା ପରେ ମଧ୍ୟ ଆପଣ ଙ୍କର ରାତି ରେ ଠିକ ଭାବରେ ନିଦ ନ ହେଉଛି, ତେବେ ଆପଣ ମାନେ ନିହାତି ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଏହି ପୋଷ୍ଟ ଟିକୁ ନିଜର ବନ୍ଧୁ ମାନଙ୍କ ସହ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *